ନଭେମ୍ବର ୧୫ରେ ସୃଷ୍ଟି ହେବ ଆଉ ଏକ ଶକ୍ତିଶାଳୀ ଲଘୁଚାପ, ବାତ୍ୟାର ରୂପ ନେବା ନେଇ ଆଶଙ୍କା

 

ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତା ୧୫ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି । ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ ବା ଅବପାତ ରୂପ ନେବ ତାହା ଏବେ ସ୍ପଷ୍ଟ ହୋଇନାହିଁ ।

ସେହିପରି ଏହା ଯଦି ଶକ୍ତିଶାଳୀ ହୁଏ ତେବେ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ମଧ୍ୟ ପରିଷ୍କାର ହୋଇନାହିଁ । ଗୁରୁବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ବିଭିନ୍ନ ମଡେଲ୍‍ର ଆକଳନ ସମ୍ପର୍କରେ ସୂଚନା ଜାରି କରାଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ : ଗେହ୍ଲିଙ୍କୁ ମାରି ଫ୍ୟାନରେ ଝୁଲାଇ ଦେଲା କି ଜଲ୍ହାଦ ସ୍ୱାମୀ; ଭୁବନେଶ୍ୱରରେ ଘଟିଛି ଘଟଣା

ଏଥିରେ କୁହାଯାଇଛି ଯେ, ୧୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ୧୫ ତାରିଖ ବେଳକୁ ଆଣ୍ଡାମାନସାଗର ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତି ସମୟ ଅର୍ଥାତ ୧୮ ତାରିଖରେ ଏହା ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୧୯ ବେଳକୁ ଏକ ଅବପାତରେ ପରିଣତ ହେବ ବୋଲି ବିଭାଗ କହିଛି ।

ଏହି ଅବପାତରେ ୧୯ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ଜିଏଫ୍‍ଏସ୍‍ ଗ୍ରୁପ୍‍ ଆକଳନ କରୁଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏହି ଲଘୁଚାପଟି ବାତ୍ୟାରେ ପରିଣତ ହୋଇ ନ ପାରେ ବୋଲି ଏନ୍‍ସିଇପି ଓ ଇସିଏମ୍‍ଡବ୍ଲୁଏଫ୍‍ ମଡେଲ୍‍ ଆକଳନ କରୁଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ : ରାଜଧାନୀରେ ଚାଞ୍ଚଲ୍ୟ: ମହିଳା ବାନ୍ଧବୀଙ୍କ ଆଗରେ ବିଷ ପିଇ ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ର, ଆଉ ତା'ପରେ ଯୁବତୀ ଜଣକ କଲେ କିଛି ଏପରି...

ଗୁରୁବାର ଆଇଏମଡି ପକ୍ଷରୁ ପ୍ରକାଶ ପାଉଥିବା ଏହି ବିସ୍ତାରିତ ପରିସର ଆକଳନରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସାମୁଦ୍ରିକ ସ୍ଥିତି ସମ୍ପର୍କରେ ମଡେଲ ଗୁଡ଼ିକର ଆଚରଣ ସମ୍ପର୍କରେ ସୂଚନା ଦିଆଯାଇଥାଏ ।

ବିଭାଗ ପକ୍ଷରୁ ପ୍ରକାଶ ପାଉଥିବା ବୁଲେଟିନ୍‍ରେ ୭ ଦିନର ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଇଥାଏ । ଯାହାକି ଅଧିକ ଭରଷାଯୋଗ୍ୟ ହୋଇଥାଏ । ବିଭିନ୍ନ ମଡେଲ୍‍ଗୁଡ଼ିକ ଏହି ଲଘୁଚାପ ଶକ୍ତିଶାଳୀ ହେବ ବୋଲି ଆକଳନ କରୁଥିଲେ ମଧ୍ୟ ସମସ୍ତଙ୍କ ନଜର ଆଇଏମଡି ଉପରେ ରହିଛି ।