ପୁଣି ଏକ ଟ୍ରେନ୍ ରେ ଲାଗିଲା ନିଆଁ ଜଳିପୋଡି ପାଉଁଶ ହୋଇଗଲା ୩ ବଗି
 

3 coaches damaged as fire breaks out in New Delhi-Darbhanga Express 
 
ପୁଣି ଏକ ଟ୍ରେନ୍ ରେ ଲାଗିଲା ନିଆଁ 

ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍ତରପ୍ରଦେଶର ଇଟାୱାଠାରେ ଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଭୀଷଣ ଅଗ୍ନିକାଣ୍ଡ ଘଟି ୩ଟି ବଗି ଜଳିଯାଇଛି। ଏହି ଟ୍ରେନ ଇଟାୱାର ସରାୟ ଭୂପତ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ନିଆଁ ଲାଗିଥିଲା। 

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ଛଟ୍‌ ପର୍ବ ପାଇଁ ବିହାର ଅଭିମୁଖେ ଯାଉଥିବା ଟ୍ରେନରେ ପ୍ରବଳ ଭିଡି ହୋଇଥିବା ବେଳେ ଏଭଳି ଘଟଣା ଗମ୍ଭୀର ସ୍ଥିତି ସୃଷ୍ଟି କରିଛି । ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି ଏବଂ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ଶରୀର ଅସୁସ୍ଥ, ପାରିବାରିକ ଅଶାନ୍ତି ରହିବା ସହ ମନ ଭଲ ରହିବ ନାହିଁ, ପଢନ୍ତୁ ଆଜିର ରାଶିଫଳ 

ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିଲେ ମଧ୍ୟ ଯାତ୍ରୀଙ୍କ ବହୁ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଛଟ୍‌ ପୂଜା ପାଇଁ ସାଧାରଣ କୋଚରେ ବହୁ ଭିଡ ଥିଲା। ନିଆଁ ଲାଗିବା ଜାଣିବା ପରେ ଯାତ୍ରୀମାନେ ଭୟରେ ଟ୍ରେନରୁ ଡେଇଁ ପଡିଥିଲେ। ତେବେ ନିଆଁ ଲାଗିବା କାରଣରୁ ଟ୍ରେନ୍‌ଟିୁ ଅଟକି ରହିଥିବା ବେଳେ ଅନ୍ୟ ଟ୍ରେନ୍‌ ଗୁଡିକ ମଧ୍ୟ ଅଟକି ରହିଛି।

ଅଧିକ ପଢନ୍ତୁ :୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !