ଶରୀରର ଏମିତି କେଉଁ ଅଙ୍ଗ ଯେଉଁଠାରୁ କେବେ ଝାଳ ବାହାରେ ନାହିଁ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ..
 

Which part of our body never gets sweated
 
 
ଶରୀରର କେଉଁ ଜାଗାରୁ ଝାଳ ବାହାରେ ନାହିଁ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗ୍ରୀଷ୍ମ ସମୟରେ ଝାଳ ବାହାରିବା ସ୍ୱାଭାବିକ, ଏବଂ ଏହା ଶରୀର ପାଇଁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ। ଗରମ ହେଲେ ଶରୀରରୁ ଝାଳ ବାହାରେ। ଯାହା ପରେ ଶରୀର କମ୍ ଉତ୍ତାପ ଅନୁଭବ କରେ। ଗ୍ରୀଷ୍ମ ଦିନେ ବାହୁ ଏବଂ ପିଠିରେ ଅଧିକ ଝାଳ ହୁଏ।

ଏକ୍ସୋକ୍ରାଇନ୍ ଗ୍ରନ୍ଥିଗୁଡିକ (apocrine glands)  ଝାଳ ଉତ୍ପାଦନ କରେ ଏବଂ ଏଠାରେ ଏକ ଜୀବାଣୁ ମଧ୍ୟ ସୃଷ୍ଟି ହୁଏ ଯାହା ଝାଳରେ ଗନ୍ଧ ସୃଷ୍ଟି କରେ।ହାତ, ପାଦ, ମୁଣ୍ଡ, ବାହୁ, ଜଙ୍ଘ, ପିଠି ରୁ ଝାଳ  ବାହାରେ କିନ୍ତୁ ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଓଠରୁ ଝାଳ କେବେ ବାହାରି ନଥାଏ। 

ଅଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!

ଏହାକୁ ନେଇ ବିଜ୍ଞାନରେ କିଛି ସୂଚନା ରହିଛି । ତେବେ ଆସନ୍ତୁ ଜାଣିବା କାହିଁକି ଓଠରେ ଝାଳ ହୁଏ ନାହିଁ? ବାସ୍ତବରେ, ଓଠ ହେଉଛି ଏମିତି ଏକ ଅଂଶ କେବେବି ଝାଳ ବାହାରି ନଥାଏ । ଯେତେ ଉତ୍ତାପ ହେଲେ ବି ଝାଳ ବାହାରେ ନାହିଁ । 

ଏହାର କାରଣ ହେଉଛି ଓଠରେ କୌଣସି ଝାଳ ଗ୍ରନ୍ଥି (sweat gland) ନାହିଁ ! ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ଓଠ ଶୀଘ୍ର ଶୁଖିବାର ଏହା ମଧ୍ୟ ଏକ ପ୍ରମୁଖ କାରଣ ଅଟେ। ତେଣୁ ଓଠର ଆର୍ଦ୍ରତା ବଜାୟ ରଖିବା ପାଇଁ ପେଟ୍ରୋଲିୟମ ଜେଲ ବ୍ୟବହାର କରାଯାଏ ।

ଅଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ