ରାତିରେ କମ୍ ଶୋଉଛନ୍ତି କି? ମହିଳା ମାନେ ସାବଧାନ! ନଚେତ୍ ହେବ ଏହି ସାଂଘାତିକ ରୋଗ
 

Understanding Key Sleep Disorders and Their Symptoms
 
Understanding Key Sleep Disorders and Their Symptoms
ମହିଳା ମାନେ ସାବଧାନ! ନଚେତ୍
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାତିରେ କମ ସମୟ ଶୋଉଛନ୍ତି କି ଆପଣ ? ଯଦି ହଁ, ତେବେ ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ । ଡିଜିଟାଲ ଜମାନାରେ ସ୍ମାର୍ଟଫୋନ୍ ସମସ୍ତଙ୍କୁ ବ୍ୟସ୍ତ କରିପକାଇଛି । ରାତିରେ ଖାଇସାରିବା ପରେ ଶୋଇବା ବଦଳରେ ମୋବାଇଲ ଫୋନ୍ ବ୍ୟବହାର କରିବାରେ ଲାଗିପଡୁଛନ୍ତି ଯୁବପିଢି ।

ରାତି ସାରା ମୋବାଇଲ ଦେଖିବା ଯାହା ଫଳରେ ଶୋଇବା ସମୟ ବଦଳି ଯାଉଛି । ପ୍ରତିଦିନ ଏଭଳି କରିବା ଦ୍ବାରା ନିଦ ମଧ୍ୟ ଠିକ୍ ଭାବେ ହେଉନାହିଁ । ତେବେ କମ୍ ଶୋଇବା ଦ୍ବାରା ଅନେକ ପ୍ରକାରର ରୋଗକୁ ଡାକିଆଣୁଛି ମଣିଷ ସମାଜ । ଏକ ଗବେଷଣା ରିପୋର୍ଟରୁ ଜଣାପଡିଛି କି, କମ୍ ଶୋଇବା ଦ୍ବାରା ହାର୍ଟ ଆଟାକ୍ ହୋଇପାରେ । 

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଆମେରିକାନ୍ ହାର୍ଟ ଆସୋସିଏସନ୍ ଏବଂ ଆମେରିକାନ୍ କଲେଜ୍ ଅଫ୍ କାର୍ଡିଓଲୋଜିର ଗବେଷଣା ଏବେ ଚିନ୍ତା ବଢ଼ାଇଛି । ସାରା ବିଶ୍ବରେ ଅନେକ ଲୋକ କମ୍ ସମୟ ଶୋଉଛନ୍ତି । ଯାହାଫଳରେ ସେମାନେ ହାର୍ଟ ଆଟାକର ଶିକାର ହେଉଛନ୍ତି ।

ଯୁବପିଢିଙ୍କ କ୍ଷେତ୍ରରେ ହାର୍ଟ ଆଟାକ୍ ସମସ୍ୟା ଏବେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ରାତିରେ କମ୍ ଶୋଇବା ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ମୁନିଚ୍ ବିଶ୍ବବିଦ୍ୟାଳୟର ଏକ ଗବେଷଣା ଅନୁଯାୟୀ, ହୃଦଘାତ କିମ୍ବା ହୁଦରୋଗର ଶିକାର ହେଉଥିବା ୩ ଭାଗରୁ ୧ ଭାଗ ଲୋକ ନିଦ୍ରାହିନତାର ଶିକାର ହେଉଛନ୍ତି । ଫଳରେ ସେମାନଙ୍କୁ ଇନସୋମାନିଆ, ସ୍ଲିପ୍ ଆପନିଆ, ରେଷ୍ଟଲେସ୍ ଲେଗ୍ ସିଣ୍ଡ୍ରୋମ୍ ଭଳି ଗୁରୁତର ରୋଗରେ ପୀଡିତ ହୁଅନ୍ତି ।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ଅଧିକାଂଶ ଯୁବପିଢି ଯେଉଁ ଭଳି ଭାବରେ ହାର୍ଟ ଆଟକର ଶିକାର ହେଉଛନ୍ତି, ଏହାର ଏକ ପ୍ରମୁଖ କାରଣ ହେଉଛି ରାତି ଅନିଦ୍ରା । ଅନେକ ସମୟରେ ଯୁବପିଢି ମୋବାଇଲରେ ବ୍ୟସ୍ତ ରହୁଛନ୍ତି । ନେଟଫ୍ଲିକ୍ସ, ଓ୍ବେବ ସିରିଜରେ ନିଜକୁ ହଜାଇ ଦେଉଛନ୍ତି । ଯାହାଫଳରେ ଏମାନେ ଅନେକ ରୋଗର ଶିକାର ହେଉଛନ୍ତି ।

ଏଭଳିକି ହାର୍ଟ ଆଟାକ ମଧ୍ୟ ସେମାନଙ୍କୁ ପ୍ରଭାବିତ କରୁଛି । ଏଥି ସହ ଉଚ୍ଚ ରକ୍ତଚାପ ମଧ୍ୟ ବଢୁଛି । ରାତିରେ ୮ରୁ ୯ ଘଣ୍ଟା ନ ଶୋଇବା ଫଳରେ ୩୫ ପ୍ରତିଶତ ରୋଗ ମାଡ଼ି ଆସୁଛି । ୭ ଘଣ୍ଟାରୁ କମ ସମୟ ଶୋଇଲେ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ରହିଛି । ଯାହାକୁ ନେଇ ଚିନ୍ତା ଜାହିର୍ କରିଛନ୍ତି ବିଶେଷଜ୍ଞ । ଏଣୁ ରାତିରେ ଅଧିକରୁ ଅଧିକ ସମୟ ଶୋଇବା ନିହାତି ଜରୁରୀ ।

ଅଧିକ ପଢନ୍ତୁ :ଫ୍ୟାଟି ଲିଭର୍ ଡିଜିଜ୍ ନେଇ ଯିବ ଜୀବନ! ରୁହନ୍ତୁ ସତର୍କ ଓ ତୁରନ୍ତ କରନ୍ତୁ ଏହି କାମ...