ଏସିଡିଟି ସମସ୍ୟା ଦୂର କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ….

Easy ways to cure acidity problem
 
Easy ways to cure acidity problem
ଏସିଡିଟି ସମସ୍ୟା ଦୂର କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ….

ଓଡ଼ିଆ ଗସିପ୍ ବ୍ୟୁରୋ: ଅନିୟମିତ ଖାଦ୍ୟ ଶୈଳୀ, ଶାରୀରିକ ପରିଶ୍ରମର ଅଭାବ, ମସଲାଯୁକ୍ତ ଖାଦ୍ୟ ଏବଂ ଚା’କଫିର ସେବନ ଆଦି ଦ୍ବାରା ଏସିଡିଟି ସମସ୍ୟା ଦେଖାଯାଏ। ଏସିଡିଟି ସମସ୍ୟା ଦୂର କରିବା ପାଇଁ କିଛି ସହଜ ଉପାୟ ଆପଣାଇପାରିବେ।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

-ରାତ୍ରି ଭୋଜନରେ ଅଧିକ ଚର୍ବିଯୁକ୍ତ ଖାଦ୍ୟ, କାର୍ବୋନେଟେଡ୍‌ ପେୟ, କଫି କିମ୍ବା ଅମ୍ଳୀୟ ଏସିଡ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

-ଖାଇବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

-ମେଦ ବହୁଳତା ହ୍ରାସ କରିବାକୁ ଚେଷ୍ଟା କରନ୍ତୁ। କାରଣ ମୋଟା ଲୋକମାନଙ୍କୁ ଏସିଡିଟି ସମସ୍ୟା ଅଧିକ ହୋଇଥାଏ।

-କେତେକ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ଏସିଡିଟି ହୋଇଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ।

-ଦିନରେ ଅଧିକ ଥର ଚା’, କଫିର ସେବନ କରନ୍ତୁ ନାହିଁ।