ଖାଇବା-ଶୋଇବାରେ ବ୍ୟବଧାନ ନ ରହିଲେ କର୍କଟ ଆଶଙ୍କା, ରିସର୍ଚ୍ଚ ଏହା କହୁଛି

 

ଓଡ଼ିଆ ଗସିପ ବ୍ୟୁରୋ : ଖାଇବା ଓ ଶୋଇବାରେ କେତେକ ନୀତିନିୟମ ରହିଛି । ଏହାକୁ ଅନେକ ଅଣଦେଖା କରିଥାନ୍ତି । ରାତିରେ ଖାଇବା ପରେ ପରେ ଅନେକ ବିଛଣା ଧରନ୍ତି । ସ୍ବାସ୍ଥ୍ୟ ପାଇଁ ଏହା ଆଦୌ ଠିକ୍ ନୁହେଁ ।

ନିକଟରେ ବାର୍ସିଲୋନା ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଗ୍ଲୋବାଲ ହେଲ୍‌ଥର ଏକ ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, ରାତିରେ ଖାଇବା ଓ ଶୋଇବା ମଧ୍ୟରେ ପାଖାପାଖୀ ଦୁଇଘଣ୍ଟା ବ୍ୟବଧାନ ରଖୀବା ଆବଶ୍ୟକ । ଏପରି ନ କରିବା ଦ୍ବାରା ଜଣେ ବ୍ୟକ୍ତିଙ୍କୁ କର୍କଟ ହେବାର ଆଶଙ୍କା ଅଧିକ ଥାଏ ।

ଅଧିକ ପଢ଼ନ୍ତୁ : ପୁଣି ସୀମା ପାର୍ କଲା ନିଶା ମହାରଣା ଗାଳି: ପଛରୁ ଆସି ହତିଆର ମାରିବାକୁ ଦେଲେ ନିମନ୍ତ୍ରଣ, କହିଲେ ଏହି ସବୁ କଥା

ଆଉ ଯେଉଁମାନେ ଉପରୋକ୍ତ ନିୟମ ମାନି ଚଳିଥାନ୍ତି, ସେମାନଙ୍କ ତୁଳନାରେ ଏହି ନିୟମ ନ ମାନୁଥିବା ବ୍ୟକ୍ତିଙ୍କ ଠାରେ କର୍କଟ ହେବାର ଆଶଙ୍କା ୨୫ ପ୍ରତିଶତ ଅଧିକ ରହିଥାଏ । କେବଳ ସେତିକି ନୁହେଁ, ଏହା ସେମାନଙ୍କ ଭୋକ ଏବଂ ନିଦ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଏହି ଅଧ୍ୟୟନରେ କର୍କଟ ପୀଡ଼ିତ ୬୦୦ରୁ ଅଧିକ ପୁରୁଷ ଏବଂ ୧,୨୦୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ସାମିଲ କରାଯାଇଥିଲା । ପୀଡ଼ିତ ଲୋକଙ୍କ ମଧ୍ୟରୁ କେହି ଜଣେ ବି ନାଇଟ୍‌ ସିଫ୍ଟ କରି ନଥିଲେ । ବରଂ ଏମାନେ ରାତିରେ ଖାଦ୍ୟ ଖାଇବା ପରେ ପରେ ଶୋଇଥିବାରୁ କର୍କଟରେ ପୀଡ଼ିତ ହୋଇଥିବା କଥା ଅଧ୍ୟୟନରେ କୁହାଯାଇଛି ।