ମୃତ୍ୟୁ ପରେ ବି କାହିଁକି ଖୋଲା ଥାଏ ମଣିଷର ଆଖି ? ଏହା ପଛର ରହିଛି କାରଣ...

 
why eye lid do not close after ones death

ଓଡ଼ିଆ ଗସିପ ବ୍ୟୁରୋ: ମୃତ୍ୟୁ ହେବା ପରେ ଆଖି ସାଧାରଣ ଅଙ୍ଗ ଭଳି କାର୍ଯ୍ୟ କରିଥାଏ । ଆଗ କାଳରେ ଆଖି ଖୋଲା ରଖି ମୃତ୍ୟୁ ହୋଇଥିଲେ, ଅଶୁଭ ବୋଲି କୁହାଯାଉଥିଲା । କିନ୍ତୁ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହା ପଛରେ କାରଣ କଣ ରହିଛି ଜାଣିବା ଉଚିତ୍ ।

ପ୍ରାୟତଃ ମୃତ୍ୟୁ ହେବା ପରେ ମଣିଷ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ସାଧାରଣତଃ ଆପଣ ଚଳଚ୍ଚିତ୍ରରେ ଦେଖିଥିବେ ଯେତେବେଳେ କେହି ମରିଯାନ୍ତି, ସର୍ବପ୍ରଥମେ ତାଙ୍କ ଆଖି ବନ୍ଦ କରାଯାଏ । ତେବେ କିଛି ଲୋକ ମୃତ୍ୟୁ ପୂର୍ବରୁ ଆଖି ଖୋଲା ରଖି ମୃତ୍ୟୁ ବରଣ କରିଥାନ୍ତି ।

ଆହୁରି ପଢ଼ନ୍ତୁ : ୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବୈଜ୍ଞାନିକ ମାନେ ଏହାର କାରଣ ସ୍ପଷ୍ଟ କରି କହିଛନ୍ତି, ଏହା ମସ୍ତିଷ୍କ ସହ ଜଡିତ ଥିବାରୁ ଏଭଳି ଘଟଣା ଘଟିଥାଏ । ମୃତ୍ୟୁ ହେବା ମାତ୍ରେ ହୃଦ ସ୍ପନ୍ଦନ ବନ୍ଦ ହେବା ସହ ମସ୍ତିଷ୍କ କାର୍ଯ୍ୟ କରିବା ବନ୍ଦ ହୋଇଯାଏ ଓ ଶରୀର ମଧ୍ୟ କଠିନ ହୋଇଯାଏ । ଫଳରେ ଶରୀରର ସମସ୍ତ ସିଷ୍ଟମ ବନ୍ଦ ହୋଇଯାଏ । କିନ୍ତୁ ସେତେବେଳେ କେବଳ ଆଖି ଉପରେ କୌଣସି ପ୍ରଭାବ ପଡ଼ିନଥାଏ ।

ମୃତ୍ୟୁ ହେବା ପରେ ଆଖି ସାଧାରଣ ଭାବେ କାର୍ଯ୍ୟ କରିଥାଏ । ଆଗ କାଳରେ ଲୋକଙ୍କ ଧାରଣା ରହିଥିଲା ଆଖି ଖୋଲା ରଖି ମୃତ୍ୟୁ ବରଣ କରିବା ଅଶୁଭର କାରଣ ହୋଇଥାଏ । ତେଣୁ ମୃତ୍ୟୁ ହେବା ପରେ ମୃତ ବ୍ୟକ୍ତିର ଆଖିକୁ ତୁରନ୍ତ ବନ୍ଦ କରାଯାଏ । କିନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ କାରଣ ଜାଣିବା ଉଚିତ୍ ।

ଆହୁରି ପଢ଼ନ୍ତୁ : ସରିଲା IAS ଯୋଡ଼ିଙ୍କ ବିବାହ; ସାତଜନ୍ମର ସାଥୀ ହେଲେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ

ଶରୀରର ଅନ୍ୟ ଅଂଶ ପରି ଆଖିପତା ମଧ୍ୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ସ୍ନାୟୁ ତନ୍ତ୍ର ମସ୍ତିଷ୍କକୁ ଏକ ସଙ୍କେତ ପଠାଏ ଓ ଯାହା ଆଖିପତା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥାଏ । ସାଧାରଣତଃ ଏହି ପ୍ରଣାଳୀ ଜୀବନ୍ତ ବ୍ୟକ୍ତିଙ୍କ ପାଖରେ କାର୍ଯ୍ୟ କରିଥାଏ ତେଣୁ ଯେତେବେଳେ ଧୂଳି ପ୍ରବାହିତ ହୁଏ କିମ୍ବା ଯେତେବେଳେ ଉଜ୍ଜ୍ୱଳ ଆଲୋକ ଥାଏ କିମ୍ବା ଯେତେବେଳେ ଆମେ ଶୋଇବାକୁ ଯାଉ ସେତେବେଳେ ଆଖି ଆପେ ଆପେ ବନ୍ଦ ହୋଇଯାଏ । କିନ୍ତୁ ମୃତ୍ୟୁପରେ, କେନ୍ଦ୍ରୀୟ ସ୍ନାୟୁ କୋଷ କାର୍ଯ୍ୟ କରିବା ବନ୍ଦ କରିଦେଇଥାଏ । ଫଳରେ ଆଖି  ନିୟନ୍ତ୍ରଣ ହରାଇ ବସେ ଓ ଆଖିପତା ଖୋଲା ରହିଥାଏ ।

ଆଖି ସହ ଜଡିତ ଥିବା ସ୍ନାୟୁ ଦ୍ୱାରା ଆଖି କାର୍ଯ୍ୟକାରୀ ହୋଇଥାଏ । ତେଣୁ ମୃତ୍ୟୁ ହେବା ପରେ ବ୍ରେନ ଡେଡ ହେବା ସହ କାର୍ଯ୍ୟ କରିବା ବନ୍ଦ କରିଦେଇଥାଏ । କିନ୍ତୁ ମୃତ୍ୟୁର ୫ ଘଣ୍ଟା ପର୍ଯ୍ୟନ୍ତ ଆଖି ସୁସ୍ଥ ଥାଏ । ତେଣୁ ଏହି ସମୟରେ ଆଖିକୁ ଦାନ କରିବା ଦ୍ୱାରା ଏକ ଭଲ ପଦକ୍ଷେପ ହୋଇପାରିବ । ନଚେତ୍ କର୍ଣ୍ଣିକା ସୁରକ୍ଷିତ ରହିବା ସହ ଅନ୍ଯ ଜଣେ ଦୁନିଆ ଦେଖିପାରିବ ।