ଶ୍ୱଶୁରଙ୍କ ସହ ହନିମୁନରେ ଯିବାକୁ ହଁ ଭରିଲେ ଏବେ ପାଦରେ ପାଦ ମିଶାଇ ବିଚ୍ ବୁଲିବେ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଶୀର୍ଷକକୁ ନେଇ ଆପଣ ଦ୍ୱନ୍ଦରେ ପଡ଼ନ୍ତୁ ନାହିଁ । କାହିଁକିନା ଏହା ଏକ ଆକଳନ କିନ୍ତୁ କାହିଁକି ଏମିତି କହୁଛୁ ଶୁଣିଲେ ମୁଣ୍ଡରେ ହାତ ଦେଇ ବସିବେ । ଅଷ୍ଟ୍ରେଲିଆର ଜଣେ ମହିଳା ଏବେ ଖୁବ୍‌ ଚର୍ଚ୍ଚାରେ । ତାଙ୍କୁ ନେଇ ଏବେ ଢ଼େର ଆଲୋଚନା । କାରଣ ତାଙ୍କ ବିବାହ ଉତ୍ସବ ବେଳେ ଘଟିଯାଇଛି ଏମିତି ଏକ ଘଟଣା ଯାହା ନିହାତି ଭାବେ ଏକ ଚର୍ଚ୍ଚାର ବିଷୟ ।

ଅଧିକ ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମୋହର, ମିଶନ ଶକ୍ତି ସ୍କୁଟର ଯାେଜନାକୁ ମିଳିଲା ଅନୁମୋଦନ

ଏହି ଘଟଣା ବିଷୟରେ ଜାଣିଲେ ଆପଣ ବି କହିବେ, ଖାଲି ଭାରତ ନୁହେଁ ବରଂ ଅଷ୍ଟ୍ରେଲିଆରେ ବି ବିବାହ ଉତ୍ସବ ବେଳେ ହଙ୍ଗାମା ଦେଖିବାକୁ ମିଳେ । ତେବେ ଘଟଣାଟି ହେଲା, ବିବାହ କରିବାକୁ ଆସିଥିବା ମହିଳା ଜଣକ ଭୁଲ ବଶତଃ ନିଜ ଶ୍ୱଶୁରଙ୍କୁ ବିବାହ କରିଥିଲେ ।

ଅଧିକ ପଢ଼ନ୍ତୁ : କଣ ଏହି ଖତରନାକ ଖପ୍ପର ଯୋଗ! ୩୦ ଦିନ ପର୍ଯ୍ୟନ୍ତ କାହିଁକି ରହିବେ ସାବଧାନ ଜାଣନ୍ତୁ

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିକଟରେ ଅଷ୍ଟ୍ରେଲିଆର ଲୋକପ୍ରିୟ ବ୍ରେକ୍‌ଫାଷ୍ଟ ରେଡିଓ ଶୋ 'ଫିଜି ଆଣ୍ଡ ୱିପ୍ପା ୱିଥ୍‌ କେଟ୍ ରିଚି'ର ହୋଷ୍ଟଙ୍କୁ  ଜଣେ ମହିଳା କଲ୍ କରିଥିଲେ । ସାଧାରଣତଃ ଏହି ଶୋ’କୁ ମହିଳାମାନେ କଲ୍ କରନ୍ତି, ଆଉ ନିଜ ନିଜର ବିବାହ ଉତ୍ସବର ମଜାଦାର ଘଟଣାବଳି ସେୟାର କରନ୍ତି । ଠିକ୍‌ ସେମିତି ଜଣେ ମହିଳାଙ୍କ କଲ୍‌ ଆସିଲା, ଆଉ ସେ କହିଲେ ମୋ ବିବାହ ଉତ୍ସବରେ ଯେଉଁ ଘଟଣା ଘଟିଛି ତାହା ଶୁଣିଲେ ଆପଣ ହସି ହସି ଗଡ଼ିଯିବେ ।

ମହିଳା ଜଣକ ଫୋନ୍‌ରେ କହିଥିଲେ, ‘ଆମେ କୋର୍ଟରେ ବିବାହ କରିବୁ ବୋଲି ସ୍ଥିର ହୋଇଥିଲା । ସେହି ଅନୁସାରେ ସମସ୍ତ ବ୍ୟବସ୍ଥା ମଧ୍ୟ ସରିଥିଲା । କୋର୍ଟଙ୍କ ନିୟମ ଅନୁଯାୟୀ ଦୁଇ ଜଣ ସାକ୍ଷୀଙ୍କର ଆବଶ୍ୟକ ଥିଲା । ତେଣୁ ଆମେ ଦୁଇ ଜଣ ସାକ୍ଷୀଙ୍କୁ ମଧ୍ୟ ପ୍ରସ୍ତୁତ କରିଥିଲୁ । ଜଣେ ହେଲେ ମୋ ସ୍ୱାମୀଙ୍କ ମାଆ ଅର୍ଥାତ୍ ଶାଶୁ । ଆଉ ଜଣେ ହେଲେ ମୋ ଭାଇ। ହେଲେ ଶେଷ ମୁହୁର୍ତ୍ତରେ ଶାଶୁ ନିଜେ ନ ଆସି ଶ୍ୱଶୁରଙ୍କୁ ପଠାଇଥିଲେ ।’ ଏହା ତ ସାଧାରଣ କଥା ଥିଲା ।

ଅଧିକ ପଢ଼ନ୍ତୁ : ପାର୍ଟନର ନଥିଲେ ଟେନସନ ନାହିଁ; ସେକ୍ସର ଆନନ୍ଦ ଦେବ AI ସେକ୍ସ ରୋବଟ

ତେବେ କାହାଣୀରେ ଟ୍ୱିଷ୍ଟ ଏବେ ଆସିବ । ସମସ୍ତ ସାକ୍ଷୀ କୋର୍ଟଙ୍କ ସମ୍ମୁଖରେ ଦସ୍ତାବିଜ୍‌ରେ ଦସ୍ତଖତ କଲେ । ଏହାସହ ନବ ଦମ୍ପତ୍ତି ମଧ୍ୟ ଦସ୍ତଖତ କଲେ । କିନ୍ତୁ ଏହି ସମୟରେ ହୋଇଗଲା ବଡ଼ ଭୁଲ । ଯେଉଁଠାରେ ସାକ୍ଷୀଙ୍କୁ ଦସ୍ତଖତ କରିବାର ଥିଲା, ସେଠାରେ ଶ୍ୱଶୁର ଦସ୍ତଖତ ନକରି ସ୍ୱାମୀଙ୍କ ଯାଗାରେ ଦସ୍ତଖତ କରିଦେଲେ । ବର ଆରମ୍ଭରୁ ହିଁ ଦସ୍ତଖତ କରିସାରିଥିଲା । କିନ୍ତୁ ଶ୍ୱଶୁର ସେହି ନାଁ ଉପରେ ଆଉ ଥରେ ଦସ୍ତଖତ କରିଦେଲେ । ଅର୍ଥାତ୍‌ ମହିଳାଙ୍କ ବିବାହ ଦୁଇ ଜଣ ପୁରୁଷଙ୍କ ସହ ହୋଇଗଲା । ଯେଉଁଥିରେ ଜଣେ ହେଉଛନ୍ତି ତାଙ୍କ ଶ୍ୱଶୁର। ଏହି ଘଟଣାକୁ ନେଇ ଏବେ ବି ଚର୍ଚ୍ଚା ହେଉଛି।