ଗଞ୍ଜାମ ମାଟିରୁ ତାମିଲ ଦବାଙ୍ଗ IAS କରିବେ ରାଜନୀତିରେ ଏଣ୍ଟ୍ରି, BJD ର ନୂଆ ପାଲିଟିକାଲ ପ୍ଲାନ ଆରମ୍ଭ...

 

ଓଡ଼ିଆ ଗସିପ ବ୍ୟୁରୋ: ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ସବୁଠାରେ ଆଗରେ ରହିଛନ୍ତି 5-T ସଚିବ ଭି.କେ ପଣ୍ଡିଆନ୍ । ଖାଲି ନାମ ରେ ନୁହେଁ ବରଂ କାମରେ ମଧ୍ୟ କରି ଦେଖାଉଛନ୍ତି ଶ୍ରୀ ପାଣ୍ଡିଆନ । ଅହରହ ସବୁ ଜିଲ୍ଲା ବୁଲି ସରକାରଙ୍କ ନିର୍ଦ୍ଧେଶକ୍ରମେ ଲୋକଙ୍କ ସେବା କରିଚାଲିଛନ୍ତି । ଏବଂ ଏହାକୁ ଦେଖି କିଛି ଲୋକେ ସହି ନ ପରି ବିଭିନ୍ନ ପ୍ରକାରର ବୟାନବାଜି କରିବାକୁ ପଛାଉନାହାନ୍ତି । ଫଳରେ ଏସବୁ ଘଟଣାକୁ ରାଜନୈତିକ ମୋଡ ଦେବାରେ ଆଗେଇ ଆସିଛନ୍ତି ବିରୋଧୀ ।

କିଛିଦିନ ତଳେ ତାଙ୍କ ଉପରେ ହୋଇଥିବା କାଳିମାଡ଼ ଘଟଣା ଏପର୍ଯ୍ୟନ୍ତ ସୁଦ୍ଧା ଥମିନଥିବା ବେଳେ ଏବେ ତାଙ୍କର ରାଜନୈତିକ ମୈଦାନକୁ ଓଲ୍ହାଇବାର କଥା ସାମ୍ନାକୁ ଆସୁଛି । ଶ୍ରୀ ପାଣ୍ଡିଆନ୍ ଏକ ସଭାରେ କିଛି ପଲିଟିକାଲ୍ ଷ୍ଟେଟମେଣ୍ଟ ଦେବାପରେ ଏପରି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ତାଙ୍କୁ କାଉଁଟର କରିଚାଲିଛନ୍ତି ବିରୋଧୀ ।

ଅଧିକ ପଢ଼ନ୍ତୁ: କଳିଯୁଗ ମା’ର କଳାକାରନାମା, ଝିଅକୁ ବିକ୍ରି କରି ପୁଅକୁ ଛାଡ଼ିଲା ହଷ୍ଟେଲରେ, ଆଉ ତା ପରେ ପ୍ରେମିକ ସହ କଲା..

ଅଧିକ ପଢ଼ନ୍ତୁ: ଚାନ୍ଦବାଲି ନୁହେଁ, ସେଦିନର କାଳ ରାତି ପାଇଁ ଭଦ୍ରକରୁ ଲଢ଼ିବେ ମନମୋହନ, ଦେଖନ୍ତୁ ଏହି ଭିଡିଓ

ପ୍ରକୃତରେ ଶ୍ରୀ ପଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ସେହି ସଭାରେ ଯୋଗ ଦେବାକୁ ଯାଉଥିଲେ ବିଜେଡିର ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ । କିନ୍ତୁ, ସେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କୁ ରାସ୍ତାକୁ ଗଞ୍ଜାମ ବିଜେଡ଼ି ସଦସ୍ୟମାନେ ଅଟକାଇ ଦେଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ତାଙ୍କ ଗାଡ଼ି ଉପରକୁ ପ୍ରବଳ ଅଣ୍ଡା ଏବଂ ପଥର ମାଡ଼ ହୋଇଥିଲା ।

ଶେଷରେ ଅଧା ରାସ୍ତାରୁ ଘରକୁ ଫେରିଥିଲେ ପ୍ରଦୀପ । ତେବେ, ଏହି ଘଟଣା ପରେ ପ୍ରଦୀପ ଗଣମାଧ୍ୟମ ଆଗରେ ଭି.କେ ପାଣ୍ଡିଆନଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଆଣିବା ଆରମ୍ଭ କରିଥିଲେ ।

ତେବେ, ସବୁଠାରୁ ବଡ଼ କଥା ହେଉଛି ସିଧାସଳଖ ନାଁ ନ ନେଇଥିଲେ ହେଁ 5T ସଚିବ ଏକ ସଭାରେ ଯୋଗ ଦେଇଥିବା ବେଳେ ପ୍ରଦୀପଙ୍କୁ ପାଲଟା ଜବାବ ଦେଇଥିଲେ । ଜଣେ ସରକାରୀ ଅଧିକାରୀ ହୋଇ ସଚିବଙ୍କର ଏଭଳି ରାଜନୈତିକ ବୟାନବାଜି ଆଗାମୀ ସମୟରେ ତାଙ୍କର ରାଜନୀତିକୁ ଓଲ୍ହାଇବାର ସଂକେତ ହୋଇପାରେ ବୋଲି ଅନେକେ ଅନୁମାନ କରୁଛନ୍ତି ।