୨୦୨୪ ରେ ବଡ଼ ପରିବର୍ତ୍ତନ : ଧର୍ମେନ୍ଦ୍ରଙ୍କ ଷଡଯନ୍ତ୍ରର ଶିକାର ହେବେ ଅପରାଜିତା, ଲେଖାଶ୍ରୀ ପାଇବେ ଏମପି ଟିକେଟ! ଦେଖନ୍ତୁ ଭିଡିଓ...

 
BJP to field Lekhashri madam as MP candidate in Bhubaneswar

ଓଡ଼ିଆ ଗସିପ୍ ବ୍ୟୁରୋ: ୨୦୨୪ ନିର୍ବାଚନ ଭୁବନେଶ୍ୱର ପାଇଁ ଭିନ୍ନ ହେବ । ଖାସକରି ବିଜେପି ପାଇଁ ପୁଣିଥରେ ଏହି ଆସନ ବଜାଇ ରଖିବା ବିଜେପି ପାଇଁ ଚ୍ୟାଲେଞ୍ଜ ପାଲଟିଛି । କାରଣ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ଯେଉଁମାନେ ଭୋଟ ଦିଅନ୍ତି ସେମାନଙ୍କୁ ସାଂସଦ ଅପରାଜିତାଙ୍କ ଅଣଦେଖା ଏବେ ବିଜେପିର ନିଦ ହଜାଇ ଦେଇଛି । ଯାହାର ଝଲକ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି ।

ଅର୍ଥାତ ଭୁବନେଶ୍ୱରର ବସ୍ତି ଭୋଟର ଏବେ ଅପରାଜିତାଙ୍କ ଉପରେ ପୁରା ଅସନ୍ତୁଷ୍ଟ ଓ ଖପ୍ପା । ଯେଉଁଥିପାଇଁ ବିଭିନ୍ନ ବସ୍ତିକୁ ଯିବା ସମୟରେ ଅପରାଜିତାଙ୍କୁ ବିରୋଧର ସାମ୍ନା କରିବାକୁ ପଡୁଛି । ଆଉ ୟା ପରେ ମଧ୍ୟ ଅପରାଜିତାଙ୍କ ଆଭିମୁଖ୍ୟରେ ଟିକିଏ ବି ପରିବର୍ତ୍ତନ ଆସୁନାହିଁ । ତେଣୁ ଅପରାଜିତାଙ୍କୁ ପୁଣି ଥରେ ଭୁବନେଶ୍ୱରରୁ ପ୍ରାର୍ଥୀ କରି ବସ୍ତିବାସିନ୍ଦାଙ୍କ ଭୋଟ ବ୍ୟାଙ୍କ ହରାଇବାକୁ ଦଳ ଚାଁହୁନଥିବା ଚର୍ଚ୍ଚା ହେଉଛି ।

ଅପରାଜିତାଙ୍କ ବଦଳରେ ଭୁବନେଶ୍ୱର ପାଇଁ ବିଜେପି ନୂଆ ଚେହେରା ଅପାତତଃ ସ୍ଥିର କରି ସାରିଥିବା ଶୁଣିବାକୁ ମିଳୁଛି । ଆଉ ବିଜେପିର ସେହି ଚେହେରା କାଳେ ଲେଖାଶ୍ରୀ ସାମନ୍ତ ସିଂହାର ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଦୀର୍ଘଦିନ ହେବ ଲେଖାଶ୍ରୀ ବିଜେପିରେ ଥିଲେ ମଧ୍ୟ ଏଯାବତ ଲଢ଼ିବାକୁ ସୁଯୋଗ ପାଇନାହାନ୍ତି । କିନ୍ତୁ ଏଥର ଲେଖାଶ୍ରୀଙ୍କ ଭାଗ୍ୟରେ ନିର୍ବାଚନ ଯୋଗ ଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ : କୁକୁର ସହ ଶାରୀରିକ ସମ୍ପର୍କ ରଖିଲେ ଜଣେ ସୁସ୍ଥ ମାନସିକତାର ଆଧୁନିକ ଯୁଗର ମହିଳା, ଆଉ ତା ପରେ...

ଅର୍ଥାତ ଭୋଟ ରାଜନୀତିରେ ଏଣ୍ଟ୍ରି କରିବେ ଲେଖାଶ୍ରୀ ଆଉ ତାହା ବି ପୁଣି ହାଇ ପ୍ରୋଫାଇଲ ଭୁବନେଶ୍ୱର ଲୋକସଭା ଆସନ ବୋଲି ଚର୍ଚ୍ଚା ହେଉଛି । ଦୀର୍ଘଦିନ ହେବ ବିଜେପିର ମୁଖପାତ୍ର ସାଜିଥିବା ଲେଖାଶ୍ରୀଙ୍କୁ ଦଳ ପୁରସ୍କାରରେ ଭୁବନେଶ୍ୱର ଆସନ ଭେଟି ଦେବା ବୋଲି କୁହା ଯାଉଛି । ଯାହାର ସଂକେତ ମଧ୍ୟ ମିଳିବା ଆରମ୍ଭ ହୋଇଛି । ଯେଉଁଥିପାଇଁ ଲେଖାଶ୍ରୀ ରାଜଧାନୀ ଛାଡି ଯାଉନଥିବା କୁହାଯାଉଛି ।

ଭୁବନେଶ୍ୱରରେ ବିଜେପିର ହେଉଥିବା ପ୍ରତିଟି କାର୍ଯ୍ୟକ୍ରମ, ସେ ବିକ୍ଷୋଭ ହେଉ କି ଦଳୀୟ ସମାବେଶ ଲେଖାଶ୍ରୀଙ୍କୁ ଅଗଧାଡ଼ିରେ ଦେଖିବାକୁ ମିଳୁଛି । ଲେଖାଶ୍ରୀ ମଧ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିବାର ସୁଯୋଗକୁ ଆଦୌ ହାତ ଛଡା କରୁନାହାନ୍ତି । ଆଉ ଏଭଳି କରି ଭୁବନେଶ୍ୱରରେ ନିଜ ସପକ୍ଷରେ ଲେଖାଶ୍ରୀ ମାହୋଲ ସୃଷ୍ଟି କରୁଥିବା କୁହାଯାଉଛି ।

ଅନ୍ୟପଟେ ବିପଦ ଆସିବା ପୂର୍ବରୁ ବେଡିଙ୍ଗ ବସ୍ତାନି ବାନ୍ଧି ଅପରାଜିତା କୁଆଡେ ବୋଲଗଡ ବେଗୁନିଆ ଆଡେ ମୁଁହାଇଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ମଧ୍ୟ ଆମେ ଆଲୋଚନା କରିଥିଲୁ କି ଅପରାଜିତାଙ୍କ ଦିଲ୍ଲୀ ରାଜନୀତି ପ୍ରତି ମୋହ ଭଙ୍ଗ ହେଲାଣି । ତେବେ ତାହା ମୋହ ଭଙ୍ଗ ନୁହେଁ ବରଂ ଅପରାଜିତାଙ୍କ ପାଇଁ ଭୁବନେଶ୍ୱର ଗଡ ଦଖଲ କରିବା ଆଉ ସହଜ ହୋଇନାହିଁ ।

ଆହୁରି ପଢ଼ନ୍ତୁ : ଏଭଳି ଗେମପ୍ଲାନ କରିଛି ବିଜେପି; ଅପରାଜିତା, ବୈଜୟନ୍ତ, ଧର୍ମେନ୍ଦ୍ର ଏକ ହୋଇ ଭାଙ୍ଗିବେ ବିଜେଡି!, ଦେଖନ୍ତୁ Exclusive ଭିଡିଓ...

ଗତ ଚାରିବର୍ଷରେ ଅପରାଜିତାଙ୍କୁ ନେଇ ସାଧାରଣ ଲୋକଙ୍କ ଭିତରେ ପ୍ରବଳ ଜଣ ଅସନ୍ତୋଷ ବଢିଥିବା କୁହାଯାଉଛି । ତେଣୁ ଅପରାଜିତାଙ୍କୁ ପ୍ରାର୍ଥୀ କରିବା ଅର୍ଥ ଆଗୁଆ ପରାଜୟ କୁ ସ୍ୱୀକାର କରିବା । ତେଣୁ ଅପରାଜିତା ଏବେ ବୋଲଗଡ ବେଗୁନିଆ କୁ ନିଜର ସେଭ ଜୋନ ଭାବେ ମନେ ମନେ ସ୍ଥିର କରି ସାରିଲେଣି ।

ଦେଖନ୍ତୁ ଭିଡ଼ିଓ :

<a href=https://youtube.com/embed/Jp6CUbuxeWE?autoplay=1&mute=1><img src=https://img.youtube.com/vi/Jp6CUbuxeWE/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କିନ୍ତୁ ଦଳ ଏଯାବତ ଅପରାଜିତାଙ୍କ ନିଷ୍ପତିକୁ ଗ୍ରୀନ ସିଗ୍ନାଲ ଦେଇନଥିବା କୁହାଯାଉଛି । ଯେଉଁଥିପାଇଁ ଜୟନାରାୟଙ୍କ ପ୍ରସଙ୍ଗରେ ଅପରାଜିତା ଯେଉଁ ବୟାନ ଦେଇଛନ୍ତି ତାହା ବିଜେପି ପାଇଁ ଏବେ ବୁମେରାଙ୍ଗ ପାଲଟିଛି । କାରଣ ଅପରାଜିତା କାଳେ ଜାଣିଶୁଣି ଏଭଳି ବୟାନ ରଖିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଯାହାଦ୍ୱାରା ଦଳର ଭାବମୂର୍ତି ବିଗିଡିବ ଏବଂ ଏହାର ଫାଇଦା ସେ ଉଠାଇ ପାରିବେ ।