ଭେଙ୍ଗା ବାବାଙ୍କ ଭୟଙ୍କର ଭବିଷ୍ୟବାଣୀ: ୨୦୨୩ରେ ପୃଥିବୀକୁ ମାଡିଆସିବ ଏହି ୫ଟି ବଡ ବିପର୍ଯ୍ୟୟ, ବାବାଙ୍କର ୮୫ ରୁ ୯୦ ପ୍ରତିଶତ ପୂର୍ବାନୁମାନ ଶତ ହୋଇଥାଏ

 

ଓଡ଼ିଆ ଗସିପ ବ୍ୟୁରୋ: ବୁଲ୍‌ଗେରିଆର ଚର୍ଚ୍ଚିତ ଦୃଷ୍ଟିହୀନ ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟତ ବାଣୀ ସତ ହୋଇସାରିଛି । ଆଗାମୀ ୨୦୨୩ ପାଇଁ ମଧ୍ୟ ସେ ଅନେକ ଭବିଷ୍ୟବାଣୀ କରିଛନ୍ତି । ୨୦୨୩ରେ ବାବା ଭେଙ୍ଗା ଏକ ଅନ୍ଧକାର ଏବଂ ମହା ବିପର୍ଯ୍ୟୟସ୍ଥିତିର ପୂର୍ବାନୁମାନ କରିଛନ୍ତି । ଏହାସହ ଏହି ବର୍ଷ ଅନେକ ରହସ୍ୟମୟ ବୈଜ୍ଞାନିକ ଆବିଷ୍କାର ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ଲ୍ୟାବ୍‌ରେ ଜନ୍ମିତ ଶିଶୁଙ୍କ ସମ୍ପର୍କରେ ମଧ୍ୟ ଏଥିରେ ତଥ୍ୟ ରହିଛି ।

୨୦୨୩ରେ ଅଧିକାଂଶ ଶିଶୁ ଲ୍ୟାବ୍‌ରେ ଜନ୍ମ ନେବେ । ଏହି ପ୍ରକ୍ରିୟାରେ ଶିଶୁଙ୍କ ତ୍ବଚାର ରଙ୍ଗ ଓ ଅନ୍ୟ ଶାରୀରିକ ବିଶେଷତ୍ବଗୁଡ଼ିକୁ ପୂର୍ବରୁ ମାତା-ପିତା ନିର୍ଣ୍ଣୟ କରିବା ପାଇଁ ସକ୍ଷମ ହେବେ । ଏହା ସହିତ ୨୦୨୩ରେ ସୌରଝଡ଼ କିମ୍ବା ସୁନାମି ଆସିପାରେ ।

ଏହାବାଦ୍‌ ଏହିବର୍ଷ ପୃଥିବୀକୁ ଅନ୍ୟଗ୍ରହର ରହସ୍ୟମୟ ଜୀବ କୁହାଯାଉଥିବା ଏଲିଅନ୍‌ମାନେ ଆକ୍ରମଣ କରିପାରନ୍ତି, ଯେଉଁଥିରେ ଲକ୍ଷାଧିକ ଲୋକ ପ୍ରାଣ ହରାଇବେ । ଏହି ବର୍ଷ ବିଶ୍ବ ଏକ ଭୟଙ୍କର ପରମାଣୁ ଯୁଦ୍ଧକୁ ସାମ୍ନା କରିବ ଯଦ୍ବାରା ପୃଥିବୀର କକ୍ଷପଥ ପରିବର୍ତ୍ତନ ହୋଇ ଜଳବାୟୁ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବ ।

କରୋନା ପରେ ଆଗାମୀ ବର୍ଷ ବିଶ୍ବର ଲୋକମାନେ ଆହୁରି ବିନାଶକାରୀ ଘଟଣା ଦେଖିବାକୁ ପାଇବେ । ବାବା ଭାଙ୍ଗା ମାତ୍ର ୧୨ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇ ବସିଥିଲେ ମଧ୍ୟ ଭବିଷ୍ୟତକୁ ଦେଖିବା ପାଇଁ ତାଙ୍କୁ ଏକ ଦିବ୍ୟଶକ୍ତି ପ୍ରାପ୍ତ ହୋଇଥିଲେ । ସେ ୫୦୭୯ ମସିହା ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମୃତ ଗର୍ଲଫ୍ରେଣ୍ଡଙ୍କୁ ବିବାହ କଲା ପ୍ରେମିକା, ମଥାରେ ସିନ୍ଦୁର ଦେଇ ସାରା ଜୀବନ ପାଇଁ କଲା ଏହି ପ୍ରତିଜ୍ଞା.., ଦେଖନ୍ତୁ VIDEO

ବିଶ୍ୱର ସବୁଠାରୁ ରହସ୍ୟମୟୀ ବାବା ଭେଙ୍ଗା ପୁଣି ଥରେ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ୨୦୨୩ ମସିହାରେ ସମଗ୍ର ବିଶ୍ୱ ଭୟଙ୍କର ପରିସ୍ଥିତି ଦେଇ ଗତି କରିବ । ଭବିଷ୍ୟତରେ ବିଶ୍ୱ ସାମ୍ନା କରିବାକୁ ଥିବା ସଂକଟ ସମ୍ପର୍କରେ କହିଛନ୍ତି ବାବା ଭେଙ୍ଗା । ତେବେ ଏହି ସଂକଟକୁ ନେଇ ସେ ପୂର୍ବରୁ ମଧ୍ୟ ବାରମ୍ବାର ସଚେତନ କରିଆସୁଛନ୍ତି ।

ପୂର୍ବରୁ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁକୁ ନେଇ ଭେଙ୍ଗା ବାବା ପୂର୍ବାନୁମାନ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ସତ ସାବ୍ୟସ୍ତ ହୋଇଥିଲା । ତେବେ ୨୦୨୩ କୁ ନେଇ ବହୁତ ଗୁଡ଼ିଏ ଚାଞ୍ଚଲ୍ୟକର ତଥା ଭୟଙ୍କର ପୂର୍ବାନୁମାନ କରିଛନ୍ତି । ୨୦୨୩ରେ ନ୍ୟୁକ୍ଲିୟର ଆକ୍ରମଣ, ଲାବୋରେଟୋରିରେ ଶିଶୁଙ୍କ ଜନ୍ମ ହେବା ଓ ସୌର ମଣ୍ଡଳରେ ଭୟଙ୍କର ସୁନାମୀ ଆସିବା ନେଇ ପୂର୍ବାନୁମାନ କରିଛନ୍ତି ।

ଭେଙ୍ଗା ବାବା ୧୨ ବର୍ଷ ବୟସରେ ତାଙ୍କର ଦୃଷ୍ଟିଶକ୍ତି ହରାଇଥିଲେ । ତେବେ ଦୃଷ୍ଟିଶକ୍ତି ହରାଇ ଥିଲେ ମଧ୍ୟ ଭବିଷ୍ୟତରେ ଆସିବାକୁ ଥିବା ସମସ୍ୟା ଗୁଡ଼ିକ ସମ୍ପର୍କରେ ସ୍ପଷ୍ଟ ଜାଣିପାରୁଥିବା ନେଇ ସବୁବେଳେ କହି ଆସୁଥିଲେ । ଏହି ବାବାଙ୍କର ଭବିଷ୍ୟବାଣୀ ୮୫ ରୁ ୯୦ ପ୍ରତିଶତ ପୂର୍ବାନୁମାନ ଶତ ହୋଇଥାଏ । ସେ ଆଗାମୀ ୫୦୭୯ ମସିହା ପର୍ଯ୍ୟନ୍ତ ପୂର୍ବାନୁମାନ କରିଛନ୍ତି । ଏହି ବର୍ଷ ସେ ଦାବି କରନ୍ତି କି ସମଗ୍ର ବିଶ୍ୱ ଏକ ପ୍ରକାର ଲୋପ ପାଇଯିବ ।

ସେ ଆହୁରି ମଧ୍ୟ ପୂର୍ବାନୁମାନ କରିଛନ୍ତି କି ପୃଥିବୀ ହିମଯୁଗକୁ ଚାଲିଯିବାର ସମ୍ଭାବନା ରହିଛି । ଏହି ସମୟରେ ପୃଥିବୀର କକ୍ଷ ପଥରେ ପରିବର୍ତ୍ତନ ଘଟିବାର ସମ୍ଭାବନା ଯଥେଷ୍ଟ ରହିଛି । ଏହା ଫଳରେ ପୃଥିବୀରେ ପାଣିପାଗ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହେବ ବୋଲି ଭେଙ୍ଗା ବାବା ପୂର୍ବାନୁମାନ କରିଛନ୍ତି । ଯଦି ବାବାଙ୍କ ଏହି ପୂର୍ବାନୁମାନ ସତ ହୁଏ ତେବେ ପୃଥିବୀରେ ବିନାଶକାରୀ ଘଟଣା ଘଟିବାର ସମ୍ଭାବନା ବହୁତ ରହିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ସାବଧାନ! ରାଜଧାନୀରେ ମିଳୁଛି ଡୁପ୍ଲିକେଟ୍ ମାଛ

ଯଦି ପୃଥିବୀ ସୂର୍ଯ୍ୟଙ୍କର ଆହୁରି ନିକଟତର ହୁଏ ତେବେ ବିକିରଣର ମାତ୍ରା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅନ୍ୟପଟେ ପୃଥିବୀ ସୂର୍ଯ୍ୟଙ୍କ ମଧ୍ୟରେ ଦୂରତା ଆହୁରି ବୃଦ୍ଧି ପାଏ ତେବେ ପୃଥିବୀରେ ହିମଯୁଗ ଆସିବାର ସମ୍ଭାବନା ରହିଛି । ତାପମାତ୍ରା ଆହୁରି ଖସିଯିବ ।

ସେହିପରି ସୌରମଣ୍ଡଳରେ ସୁନାମୀ ଆସିବାର ସମ୍ଭାବନା ଅନେକ ରହିଛି । ୨୦୨୩ ମସିହାରେ ଏକ ବଡ଼ଧରଣର ଝଡ଼ ସୌରମଣ୍ଡଳରେ ଦେଖାଦେବ ଯାହା ପୂର୍ବରୁ କେବେ ଦେଖାଯାଇନଥିଲା । ଏହି ଝଡ଼ ଆସିଲେ ସୂର୍ଯ୍ୟଙ୍କ ନିକଟରୁ ବାହାରିବାକୁ ଥିବା ଉର୍ଜ୍ଜାର ବିସ୍ଫୋରଣରେ ବିଦ୍ୟୁତ ଆବେଶ, ଚୁମ୍ବକୀୟ କ୍ଷେତ୍ର ଓ ବିକିରଣ ପୃଥିବୀ ଆଡ଼କୁ ମାଡ଼ି ଆସିବାର ସମ୍ଭାବନା ରହିଛି ।

ଏହି ବିନାଶକାରୀ ପ୍ରଭାବ ପରମାଣୁ ବୋମା ଠାରୁ ଆହୁରି ଅଧିକ ଶକ୍ତିଶାଳୀ ରହିବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ରହିବ ବୋଲି ଭେଙ୍ଗା ବାବା ପୂର୍ବାନୁମାନ କରିଯାଇଛନ୍ତି । ଏପରିକି ଧରାଧାମ ଅନେକ ଦିନ ପର୍ଯ୍ୟନ୍ତ ବ୍ଲାକ ଆଉଟ ହେବାର ସମ୍ଭାବନା ରହିଛି। ଦିନରେ ସୂର୍ଯ୍ୟ ମଧ୍ୟ ଦେଖାଯିବେ ନାହିଁ ।

କୁହାଯାଉଛି କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ବଡ଼ ଦେଶ ଗୁଡ଼ିକର ବାସିନ୍ଦାଙ୍କ ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରାଯିବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ଏହି ଅସ୍ତ୍ର ପ୍ରୟୋଗ ପରେ ଲକ୍ଷାଧିକ ସଂଖ୍ୟାରେ ପ୍ରାଣହାନୀ ଘଟିବାର ସମ୍ଭାବନା ରହିଥିବା ନେଇ ଭେଙ୍ଗା ବାବା ପୂର୍ବାନୁମାନ କରିଛନ୍ତି । ସଂଯୁକ୍ତ ରାଷ୍ଟ୍ର ଯଦିଓ ଜୈବିକ ଅସ୍ତ୍ର ପ୍ରୟୋଗ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି । କିନ୍ତୁ ଅନେକ ରାଷ୍ଟ୍ର ଗୁପ୍ତ ଭାବରେ ଏହାର ପରୀକ୍ଷଣ ଚଳାଇଛନ୍ତି । ଏହାକୁ ବ୍ୟବହାର କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଏହି ମହିଳା ଭବିଷ୍ୟବକ୍ତାଙ୍କ ପ୍ରକୃତ ନାମ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟାରୋଭା ।