ଫିଲ୍ମରେ ବୋଲ୍ଡ ସିନ୍ ବେଳେ ଆକ୍ଟର କରି ଦେଇଥିଲେ ଖଣ୍ଡିଆ, ଭୋ ଭୋ ହୋଇ କାନ୍ଦିଥିଲେ ଏହିସବୁ ଅଭିନେତ୍ରୀ

 

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡର ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମରେ ବୋଲ୍ଡ ସିନ୍ ଦେବାକୁ ପଛଘୁଞ୍ଚା ବା ସଙ୍କୋଚ କରନ୍ତିନି । ହେଲେ ଏମିତି କିଛି ଅଭିନେତ୍ରୀ ଯେଉଁମାନେ ବୋଲ୍ଡ ସିନ ଦେବାକୁ ୧୦୦ ଥର ଭାବିଛନ୍ତି । ଏହାସହ ଫିଲ୍ମରେ ଦେଇଥିବା ବୋଲ୍ଡ ସିନ ଦେଖିଲେ ଆପଣ ମଧ୍ୟ ଉତ୍ତେଜିତ ହୋଇଉଠିବେ ।

ତେବେ ଚାଲନ୍ତୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ବୋଲ୍ଡ ସିନ ଦେବାକୁ ମନା କରୁଥିଲେ ମଧ୍ୟ ଇଣ୍ଟିମେଣ୍ଟ ସିନ୍ ଦେଇ ହାର୍ଟବିଟ୍ ବଢାଇଛନ୍ତି । କେବଳ ଏତିକି ନୁହେଁ ବୋଲ୍ଡ ସିନ୍ ଦେବା ପରେ କିଏ କାନ୍ଦିଛନ୍ତି ତ କିଏ ମୁହଁ ଲୁଚାଇ ବୁଲିଛନ୍ତି ।

ରେଖା (Rekha): ବଲିଉଡର ଭେଟେରାନ ଅଭିନେତ୍ରୀ ରେଖା ପ୍ରଥମ ଥର ବୋଲ୍ଡ ସିନ୍ ମାତ୍ର ୧୫ ବର୍ଷ ବୟସରେ ଦେଇଥିଲେ । କୁହାଯାଏ ଯେ ପ୍ରଥମ ଫିଲ୍ମ ଅଞ୍ଜାନା ସଫରରେ ବେଙ୍ଗଲି ଆକ୍ଟର ବିଶ୍ୱଜିତ ମୁଖାର୍ଜୀଙ୍କ ସହ କିସିଂ ସିନ୍ କରିଥିଲେ ହେଲେ କିସିଂ ସିନ୍ ଥିବା ନେଇ ରେଖାଙ୍କୁ ପୂର୍ବରୁ ଜଣାନଥିଲା । ଡାଇରେକ୍ଟର ତୁରନ୍ତ ସିନ୍ କୁ ରଖିଥିବାରୁ ରେଖାଙ୍କୁ ବିଶ୍ୱଜିତ୍ ୫ ମିନିଟ ଧରି କିସ୍ କରିଥିଲେ । ଏ ବିଷୟରେ କିଛି ବୁଝିପାରିନଥିଲେ ରେଖା। ସୁଟିଂ ସେଟରେ କିସ୍ କରିଥିବାରୁ ତାଙ୍କୁ ବହୁତ ଖରାପ ଲାଗିଥିଲା ଓ ସେ ଭୋ ଭୋ ହୋଇ କାନ୍ଦି ଉଠିଥିଲେ ।

ଅଧିକ ପଢ଼ନ୍ତୁ : ପୋଲସରା ବିଧାୟକଙ୍କୁ ପ୍ରଥମେ ଦଶିଂଥିଲା ଅର୍ଚ୍ଚନା ନାଗ; ଶର୍ମିଷ୍ଠା ଥିଲା ଶାରୀରିକ ସମ୍ପର୍କ: ସଂଯୁକ୍ତା ମହଲା

ମାଧୁରୀ ଦିକ୍ଷୀତ (Madhuri Dixit): ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷୀତ୍ ଏକ ସାକ୍ଷାତକାରରେ କହିଥିଲେ ଯେ, ଫିଲ୍ମ ଦୟାବାନ ତାଙ୍କ ଲାଇଫର ସବୁଠାରୁ ଖରାପ ପ୍ରୋଜେକ୍ଟ ଥିଲା । କାରଣ ଏହି ଫିଲ୍ମରେ ଥିବା ଅଭିନେତା ବିନୋଦ କୁମାରଙ୍କ ଅପୋଜିଟରେ ଥିଲେ ମାଧୁରୀ । ଏକ କିସିଂ ସିନ୍ ରେ ଅଭିନେତା ଏତେ ଉତ୍ତେଜିତ ହୋଇଯାଇଥିଲେ ଯେ, କିସିଂ ସୁଟ୍ ସମୟରେ ସେ ମାଧୁରୀଙ୍କ ଓଠକୁ କାମୁଡ଼ି ଖଣ୍ଡିଆ କରିଦେଇଥିଲେ ।

ରଶି ଖନ୍ନା (Raashi Khanna): ସାଉଥ ଅଭିନେତ୍ରୀ ରାଶି ଖନ୍ନାଙ୍କ ନିକଟରେ ରିଲିଜ ହୋଇଥିବା ଫିଲ୍ମ ୱାର୍ଲଡ ଫେମସ ଲଭରରେ ବିଜୟ ଦେବେରକୋଣ୍ଡାଙ୍କ ସହ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କୁ ବୋଲ୍ଡ ଓ ଇଣ୍ଟିମେଣ୍ଟ ସିନ୍ ଦେବାକୁ ପଡ଼ିଥିଲା । ଏହାପରେ ରାଶି ଖନ୍ନା ପୂରାପୂରି ଭାବେ ଚମକି ପଡ଼ିଥିଲେ । ପରେ ଡାଇରେକ୍ଟର କଟ୍ କହିବା ମାତ୍ରେ ଦୌଡ଼ି ଯାଇ ନିଜ ଭ୍ୟାନିଟି ଭ୍ୟାନରେ ପଶି ଭୋ  ଭୋ ହୋଇ କାନ୍ଦିଥିଲେ ରାଶି ।

କରିସ୍ମା କପୁର (Karishma Kapoor): ରାଜା ହିନ୍ଦୁସ୍ତାନୀ ଫିଲ୍ମରେ କରିସ୍ମା ଓ ଅମୀର ଖାନଙ୍କ ରୋମାନ୍ସ କାହାକୁ ବା ଅଛପା । ଏଥିରେ ଥିବା କିସିଂ ସିନ୍ କୁ ସୁଟିଂ କରିବାକୁ ଖୁବ ପରିଶ୍ରମ କରିବାକୁ ପଡ଼ିଥିଲା । କାରଣ କରିସ୍ମା ଏହି କିସିଂ ସିନ୍ ସମୟରେ ବହୁତ ନର୍ଭସ ହେଉଥିଲେ । ଏହି ସିନ୍ ସୁଟିଂ ପରେ ତାଙ୍କ ଦେହ ଖରାପ ହୋଇଯାଇଥିଲା ।

ଅଧିକ ପଢ଼ନ୍ତୁ : ଏମିତି କେମିତି ହେଲା ? ସ୍ୱାମୀ ସବୁ ଦେଲା ସ୍ତ୍ରୀ ଧନ ନେଇ ପଳେଇଲା

ରାଧିକା ଆପ୍ତେ (Radhika Apte): ଅଭିନେତ୍ରୀ ରାଧିକା ଆପ୍ଟେ ମଧ୍ୟ ଅନେକ ଫିଲ୍ମରେ ବୋଲ୍ଡ ସିନ୍ ଦେଇଛନ୍ତି ହେଲେ ପାର୍ଚଡ ଫିଲ୍ମରେ ବୋଲ୍ଡ ସିନ୍ ଦେବା ପରେ ରାଧିକା ଆପ୍ଟେ ବହୁତ ଟ୍ରୋଲର ଶିକାର ହୋଇଥିଲେ । ପରେ କିଛିଦିନ ସେ ଘରୁ ମଧ୍ୟ ବାହାରି ପାରିନଥିଲେ ।

ବିଦ୍ୟା ବାଲନ (Vidya Balan): "The Dirty Picture" ରେ ଅଭିନେତ୍ରୀ ସିଲ୍କିଙ୍କ କ୍ୟାରେକ୍ଟର ପ୍ଲେ କରିଥିଲେ ବିଦ୍ୟା ବାଲାନ । ଏହି ଫିଲ୍ମର ସିନ୍ ଠାରୁ ଆରମ୍ଭ କରି ଅନେକ ଗୀତରେ ବିଦ୍ୟାଙ୍କ ବୋଲ୍ଡ ଓ ଇଣ୍ଟିମେଣ୍ଟ ସିନ୍ ଦେଖିବାକୁ ମିଳିଥିଲା। ହେଲେ ଅଭିନେତ୍ରୀଙ୍କ ଜୀବନ୍ତ ଅଭିନୟକୁ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିଥିଲେ ।