ପୁଣି ୟୁଜରଙ୍କ ହୋସ ଉଡାଇଲେ, ସୋସିଆଲ ମିଡିଆରେ ନିଆଁ ଲଗାଇଲା ପ୍ରକୃତି ମିଶ୍ରଙ୍କ ବିକିନୀ ଫୋଟୋ...

 

ଓଡ଼ିଆ ଗସିପ ବ୍ୟୁରୋ: ସୋସିଆଲ ମିଡିଆରେ ପୁଣି ଚହଳ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ସୋସିଆଲ ମିଡିଆ ପେଜରେ ଏଭଳି ଫୋଟୋ ସେୟାର କରିଛନ୍ତି, ଯାହା ତାଙ୍କୁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆଣିଛି ।

ସବୁବେଳେ ନିଜ ବୋଲ୍ଡ ଅନ୍ଦାଜ ପାଇଁ ଜଣା ଯାଉଥିବା ପ୍ରକୃତି ସୋସିଆଲ ମିଡିଆରେ ସେଭଳି କିଛି ବୋଲ୍ଡ ଫୋଟୋ ସେୟାର କରିଛନ୍ତି । ଆଉ ତାଙ୍କର ଫୋଟୋ ଦେଖି ପ୍ରଶଂସକମାନେ ବି କମେଣ୍ଟ କରିବାକୁ ଭୁଲି ନାହାନ୍ତି । ଅନେକ ୟୁଜର ତାଙ୍କୁ ହଟ୍ କହି ମଧ୍ୟ ସମ୍ବୋଧନ କରିଛନ୍ତି ।

ପ୍ରକୃତି ନିଜ ଇଂଷ୍ଟାଗ୍ରାମରେ ଏଭଳି ହଟ୍ ଫୋଟୋ ସେୟାର କରିଛନ୍ତି । ଫୋଟୋରେ ଓଦା କେଶ ସହ ସୁନେଲି ରଙ୍ଗର ବିକିନୀରେ ନଜର ଆସିଛନ୍ତି ପ୍ରକୃତି । ତାଙ୍କର ଏଭଳି ଅନ୍ଦାଜ ପ୍ରଶଂସକଙ୍କ ହୋସ ଉଡାଇ ଦେଇଛି । ପ୍ରକୃତି ଓଡ଼ିଆ ଇଣ୍ଡଷ୍ଟ୍ରି ସମେତ ବଲିଉଡରେ ବି ସକ୍ରିୟ ଅଛନ୍ତି ।

ଆହୁରି ପଢ଼ନ୍ତୁ : ଝାରସୁଗୁଡାର ପୁଣି ଏହି ପୂର୍ବତନ ବିଧାୟକଙ୍କୁ ହତ୍ୟା ଯୋଜନା, ପ୍ରତିଶୋଧ ନେଇଥାନ୍ତେ ପୋଲିସ କନଷ୍ଟେବଳ, ବଦଳି ହେଲେ...

ଏବେ ଓଲିଉଡରେ ପ୍ରକୃତିଙ୍କ ଦୁଇଟି ସିନେମା ନିର୍ମାଣଧୀନ ରହିଛି । ଏହି ଦୁଇଟି ସିନେମା ହେଲା 'ଦ୍ରୌପଦୀ' ଓ 'କଫି ସପ' । ଏହି ଫିଲ୍ମ ବ୍ୟତୀତ ଅନେକ ବଲିଉଡ ପ୍ରୋଜେକ୍ଟରେ ବି ପ୍ରକୃତି ବ୍ୟସ୍ତ ଅଛନ୍ତି । କ୍ୟାରିଅରକୁ ବାଦ ଦେଲେ ପ୍ରକୃତି ଅଭିନେତା ବାବୁସାନଙ୍କ ସହ ସମ୍ପର୍କକୁ ନେଇ ବିବାଦରେ ରହିଥିଲେ ।

ବାବୁସାନଙ୍କ ସହ ସମ୍ପର୍କକୁ ନେଇ ବିବାଦରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ଆଇନ ଅନୁସାରେ ପଦକ୍ଷେପ ନେବେ ଭୁବନେଶ୍ବର ଡିସିପି । ଅଭିଯୋଗର ତଦନ୍ତ କରି ଡିସିପି ୨ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ପ୍ରକୃତି ମିଶ୍ରଙ୍କ ପକ୍ଷରୁ ଦାୟର ମାମଲା ଶୁଣାଣିର ଅନ୍ତ ଘଟାଇଛନ୍ତି ।

ଆଜି ହାଇକୋର୍ଟରେ ପୁଲିସ ନିଷ୍କ୍ରିୟତା ବିରୋଧରେ ଦାୟର ମାମଲାର ଶୁଣାଣି ସମୟରେ ପ୍ରକୃତି ମିଶ୍ରଙ୍କ ତରଫରୁ ଯୁକ୍ତି କରାଯାଇଥିଲା ଯେ ତାଙ୍କ ଏତଲା ଆଧାରରେ ଖାରବେଳନଗର ଥାନାରେ ରୁଜୁ ମାମଲାରେ ଚାର୍ଜସିଟ ଦାଖଲ ହୋଇସାରିଛି । କିନ୍ତୁ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇନାହିଁ ।

ଏ ନେଇ ଭୁବନେଶ୍ବର ଡିସିପିଙ୍କ ନିକଟରେ ତାଙ୍କ ଅଭିଯୋଗ ବିଚାରାଧୀନ ଥିବା ବେଳେ ଏହା ଉପରେ କିଛି ପଦକ୍ଷେପ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ । ଫଳରେ ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ପ୍ରକୃତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତିଙ୍କ ଆୟ କମ୍ ଓ ଖର୍ଚ୍ଚ ଅଧିକ ହେବ ତା ସହ ଶତ୍ରୁମାନଙ୍କ ଚକ୍ରାନ୍ତରେ ପଡ଼ି ଯାଇପାରନ୍ତି

ପୁଲିସ ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ କରି ପ୍ରକୃତି ୨୦୨୨ ଅଗଷ୍ଟ ୨୩ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପ୍ରକୃତିଙ୍କ ତରଫରୁ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ୨୦୨୨ ବର୍ଷ ଜୁଲାଇ ୨୩ରେ ତାଙ୍କୁ ରାସ୍ତାରେ ଟଣାଓଟରା କରାଯିବା ସହିତ ଆକ୍ରମଣ କରାଯାଇଥିଲା । ଗାଳିଗୁଲଜ କରାଯାଇଥିଲା ।

ଏ ନେଇ ଖାରବେଳନଗର ଥାନାରେ ସେ ଏତଲା ଦେଇଥିଲେ ମଧ୍ୟ ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହି ମାମଲାରେ ଯେ‌ଉଁ ଦଫାରେ ମାମଲା ରୁଜୁ ହେବା କଥା ତାହା କରାଯାଇ ନାହିଁ । ଏ ନେଇ ଡିସିପିଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ବୋଲି ଆବେଦନରେ ଦର୍ଶାଯାଇଥିଲା ।