ବିଷ୍ଣୁ ରୂପରେ ଆସୁଛନ୍ତି ବାହୁବଳୀ ପ୍ରଭାସ: ଖର୍ଚ୍ଚ ହେଉଛି ଏତେ କୋଟି ଟଙ୍କା
ଓଡ଼ିଆ ଗସିପ୍ ବ୍ୟୁରୋ: ‘ଆଦିପୁରୁଷ’ ଫିଲ୍ମ ବିବାଦ ପରିସରଭୁକ୍ତ ହୋଇଥିଲେ ହେଁ ଏଥିରେ ପ୍ରଭାସଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି। ଏହି ସିନେମାରେ ସେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ନଜର ଆସିଥିଲେ। ତେବେ ଏବେ ସମସ୍ତଙ୍କ ନଜର ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ସାଲାର’ ଏବଂ ‘ପ୍ରୋଜେକ୍ଟ କେ’ ଉପରେ ରହିଛି।
ଅଧିକ ପଢ଼ନ୍ତୁ: ସକାଳୁ ସକାଳୁ ରାଜଧାନୀ ସମେତ ରାଜ୍ୟର ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା: ଘରୁ ବାହାରି ହେଉନି, ଲୋକେ ହଇରାଣ
ଅବଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ‘ପ୍ରୋଜେକ୍ଟ କେ’କୁ ନେଇ ରୀତିମତ ଚର୍ଚ୍ଚା ହେଉଛି। ଏହାସହ କୁହାଯାଉଛି ‘ପ୍ରୋଜେକ୍ଟ କେ’ ଭାରତର ସବୁଠୁ ମହଙ୍ଗା ଫିଲ୍ମ ହେବ। ଏହି ସିନେମା ପାଇଁ ପ୍ରଭାସ ୧୫୦ କୋଟି ଟଙ୍କା ନେଇଛନ୍ତି। ସେ ଏଥିରେ ଭଗବାନ ବିଷ୍ଣୁଙ୍କ ଅବତାରରେ ନଜର ଆସିବେ।
ଅଧିକ ପଢ଼ନ୍ତୁ: ସତ କହିଲା ଗୋପାଳ: ନବ ଦାସଙ୍କୁ ହତ୍ୟା କରିବାକୁ ସାଜିଥିଲା ଗୁଣ୍ଡା
ଆଧୁନିକ ଅସ୍ତ୍ରଶସ୍ତ୍ରକୁ ଧାରଣ କରି ସେ ଖଳନାୟକଙ୍କୁ ସାମ୍ନା କରୁଥିବାର ଦେଖୀବାକୁ ମିଳିବେ। ଉକ୍ତ ସିନେମାରେ ସାଇନ୍ସ-ଫିକସନ, ଫାଣ୍ଟାସି, ସୁପର୍ନାଚୁରାଲ ଓ ଆକ୍ସନ୍ର ସମନ୍ବୟ ଦେଖୀବାକୁ ମିଳିବ। ସେହିପରି ଅସତ୍ୟ ଉପରେ ସତ୍ୟର ବିଜୟକୁ ନେଇ ସିନେମାର କାହାଣୀ ହୋଇଥିବା ବେଳେ ଏଥିରେ ନୂଆ ଟ୍ବିଷ୍ଟ ଦେବା ପାଇଁ ନିର୍ଦ୍ଦେଶକ କାହାଣୀରେ ଫାଣ୍ଟାସିକୁ ଯୋଡ଼ିଛନ୍ତି। ଏହି ସିନେମାର ଖଳନାୟକ ଭାବେ କମଲ ହାସନ ଦେଖାଯିବେ। ଅନ୍ୟପକ୍ଷରେ ଅମିତାଭ ବଚ୍ଚନ ଓ ଦୀପିକା ପାଦ୍ୟୁକୋନଙ୍କୁ ମଧ୍ୟ ଏଥିରେ ଦେଖୀବାକୁ ମିଳିବ। ତେବେ ସିନେମାଟି ୨୦୨୪ ଜାନୁଆରୀ ୧୨ରେ ମୁକ୍ତିଲାଭ କରିବ।
ଅଧିକ ପଢ଼ନ୍ତୁ: ଯାତ୍ରୀବାହୀ ବସ୍ ଓଲଟିଲା: ଅଳ୍ପକେ ବର୍ତ୍ତିଲେ ୩୭ ଯାତ୍ରୀ, କଣ୍ଡକ୍ଟର ଗୁରୁତର