ବଲିଉଡ଼ରୁ ଆସିଲା ଦୁଃଖ ଖବର; ଦୁନିଆକୁ ଅଲବିଦା କହିଲେ ୩୨ ବର୍ଷୀୟ ଫେମସ ଅଭିନେତ୍ରୀ
 

Model actor Poonam Pandey dies of cervical cancer
 
 
ବଲିଉଡ଼ରୁ ଆସିଲା ଦୁଃଖ ଖବର
 

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ବଲିଉଡରୁ ଆସିଲା ଏକ ଦୁଃଖ ଖବର । ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତ ହୋଇଯାଇଛି।  ପରଲୋକରେ ପ୍ରସିଦ୍ଧ ଅଭିନେତ୍ରୀ ପୁନମ ପାଣ୍ଡେ। ୩୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କିଛି ଦିନ ଧରି ସେ ସର୍ଭାଇକାଲ କ୍ୟାନସରେ ପୀଡ଼ିତ ଥିଲେ । 

ଅଧିକ ପଢନ୍ତୁ :ଆଜି ଏହି ରାଶି ଲୋକଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ, ସମସ୍ୟାରେ ପଡ଼ିପାରନ୍ତି! ପଢନ୍ତୁ ଆଜିର ରାଶିଫଳ  

କାନପୁରରେ ତାଙ୍କର ମୃତ୍ୟୁ ହୋଇଛି ।ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଗର୍ଭାଶୟ କର୍କଟ(cervical cance) କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା।

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

୨୦୧୧ ମସିହାରେ ପୁନମ୍ ପାଣ୍ଡେଙ୍କର ଏକ ବିବୃତ୍ତିକୁ ନେଇ ସେ ଖୁବ୍ ଲାଇମଲାଇଟ୍ ରହିଥିଲେ। ସେ କହିଥିଲେ ଯେ ଯଦି ଭାରତ ବିଶ୍ୱକପ୍ ଜିତେ ତେବେ ସେ ତାଙ୍କର ସମସ୍ତ ପୋଷାକ ଖୋଲି ବୁଲିବେ।ତାଙ୍କ ବିବୃତ୍ତିକୁ ନେଇ ଅନେକ ଆଲୋଡ଼ନ ସୃଷ୍ଟି ହୋଇଥିଲା। ତାଙ୍କ ପରିବାରରେ ମଧ୍ୟ ଏହି ପ୍ରସଙ୍ଗରେ ଅନେକ ବିବାଦ ଲାଗି ରହିଥିଲା। ପରିବାର ସଦସ୍ୟ ଏହାକୁ ଦୃଢ଼ ପ୍ରତିବାଦ ଜଣାଇଥିଲେ ଏବଂ ତାଗିଦ ମଧ୍ୟ କରିଥିଲେ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ