ଶାହରୁଖ ଖାନଙ୍କ ପୁଅଙ୍କୁ ଗିରଫ କରିଥିବା ସମୀର ୱାଙ୍ଖେଡେଙ୍କ ଘରେ ସିବିଆଇ ରେଡ୍‌...

 

ଓଡ଼ିଆ ଗସିପ୍ ବ୍ୟୁରୋ: ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଦୁଇ ବର୍ଷ ତଳେ ଡ୍ରଗ୍‌ସ ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିବା ପୂର୍ବତନ ନର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ ଆଜି ଦୁର୍ନୀତି ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ।

ଏଥିସହ ୱାଙ୍ଖଡେଙ୍କ ମୁମ୍ବାଇସ୍ଥିତ ବାସଭବନରେ ସିବିଆଇ ପକ୍ଷରୁ ଆଜି ସକାଳୁ ଆରମ୍ଭ ହୋଇଥିବା ଚଢ଼ାଉ ଜାରି ରହିଛି । ଭିଜିଲାନ୍‌ସ ରିପୋର୍ଟ ଆଧାରରେ ସିବିଆଇ ପ୍ରାଥମିକ ତଦନ୍ତ କରିବା ପରେ ଆଇଆରଏସ୍‌ ଅଧିକାରୀ ୱାଙ୍ଖଡେଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଥିଲା । ତଦନ୍ତ ବେଳେ ସମୀର ୱାଙ୍ଖଡେ ଦୁର୍ନୀତି ଜରିଆରେ ସମ୍ପତ୍ତି ସଂଗ୍ରହ କରିଥିବା ଜଣାପଡ଼ିଥିଲା ।

ଆହୁରି ପଢନ୍ତୁ : ରାତିରେ ନାତିକୁ ସ୍ୱପ୍ନ ଆସିଲା , ସକାଳ ହେଉ ହେଉ ଅଜାଆଈକୁ ହତ୍ୟା କରିଦେଲା ନାତି; ସ୍ବପ୍ନରେ ଏମିତି କଣ ଦେଖିଲା ସେ...

ସିବିଆଇ ସୀମର ୱାଙ୍ଖେଡେଙ୍କ ସମେତ ୩ ଜଣ ସରକାରୀ ଅଫିସରଙ୍କ ନାଁରେ ଦୁର୍ନୀତି ମାମଲା ରୁଜୁ କରିଛି । ସେହିପରି ୨୯ଟି ସ୍ଥାନରେ ରେଡ ମଧ୍ୟ ଜାରି ରହିଛି । ସୀମରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଏହାର ତଦନ୍ତ କରିଥିଲା । ଭିଜିଲାନ୍ସ ଦେଇଥିବା ରିପୋର୍ଟ ଓ ପ୍ରାଥମିକ ତଦନ୍ତ କରି ସିବିଆଇ ପାଇଥିବା ତଥ୍ୟକୁ ଆଧାର କରି ଇଣ୍ଡିଆନ ରେଭିନ୍ୟୁ ସର୍ଭିସ (ଆଇଆରଏସ୍‌) ଅଫିସର ସମୀରଙ୍କ ନାଁରେ ମାମଲା କରିଛି ।

ଭିଜିଲାନ୍ସ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ସମୀର ଦୁର୍ନୀତି କରି ବିପୁଳ ପରିମାଣର ସମ୍ପତ୍ତି ହାତେଇଛନ୍ତି । ତେଣୁ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି ଓ ସମୀରଙ୍କ ଘରେ ରେଡ୍‌ କରିଛି । ୨୦୨୧ ମସିହା ଅକ୍ଟୋବର ମାସରେ ସମୀରଙ୍କ ନେତୃତ୍ୱାଧୀନ ଗୋଟିଏ ଟିମ ମୁମ୍ବାଇ ଇଣ୍ଟରନ୍ୟାଶନାଲ କ୍ରୁଜ ଟର୍ମିନାଲରେ ଥିବା କୋରଡେଲିଆ କ୍ରୁଜରେ ରେଡ କରିଥିଲେ । ଏହି ସମୟରେ ଆର୍ଯ୍ୟନ ଓ ଅନ୍ୟମାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲେ ।

ଆହୁରି ପଢନ୍ତୁ : ମନ୍ତ୍ରୀମଣ୍ଡଳ ଅଦଳବଦଳର ଆଭାସ: ଆଜି ବାଚସ୍ପତିଙ୍କ ପରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ

ପ୍ରାଥମିକ ଭାବେ ଡ୍ରଗ୍ସ ରଖିବା, ସେବନ କରିବା ଓ ଏହାର ଚାଲାଣ କରିବା ମାମଲା ରୁଜୁ ହୋଇଥିଲା । ଆର୍ଯ୍ୟନ ଖାନଙ୍କୁ ୨୨ ଦିନ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା । କିନ୍ତୁ ୨୦୨୨ ମେ’ ମାସରେ ପୂରା ମାମଲାରେ ଏନସିବି ଆର୍ଯ୍ୟନଙ୍କୁ କ୍ଲିନଚିଟ୍‌ ଦେଇଥିଲା । ତାଙ୍କ ବିରୋଧରେ ସମୀର ୱାଙ୍ଖେଡେ ଯେଉଁସବୁ ଦାବି କରିଥିଲେ, ତା’ର ପ୍ରମାଣ ତଦନ୍ତ ବେଳେ ମିଳି ନଥିଲା । ତେବେ, ଏହି ମାମଲାରେ ୨୨ ଦିନ ଜେଲରେ ଥିବା ଆର୍ୟ୍ୟନ ଖାନଙ୍କୁ ପର୍ୟ୍ୟାପ୍ତ ପ୍ରମାଣ ଅଭାବରୁ ୨୦୨୨ ମେ’ ମାସରେ ଏନସିବି କ୍ଲିନ୍‌ ଚିଟ୍‌ ଦେଇଥିଲା ।

ସମୀର ୱାଙ୍ଖେଡେଙ୍କ ବିରୋଧରେ ବଡ ଅଭିଯୋଗ : ଆର୍ଯ୍ୟନ ଖାନଙ୍କ ମାମଲାରେ ସମୀର ୱାଙ୍ଖେଡେ ଖାନ ପରିବାରରୁ ୨୫ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା । ଅଲଗା ଅଲଗା ଭାବେ ୫୦ ଲକ୍ଷ ଟଙ୍କା ନେଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଏନବିସି ୱାଙ୍ଖେଡେଙ୍କ ଉପରେ ଏକ ଭିଜିଲାନ୍ସ ତଦନ୍ତ କରିଥିଲା, ଯାହାର ରିପୋର୍ଟ ବିଭାଗ ଦ୍ୱାରା ମନ୍ତ୍ରଣାଳୟକୁ ଦିଆଯାଇଥିଲା । ଭିଜିଲାନ୍ସ ରିପୋର୍ଟ ଆଧାରରେ ସିବିଆଇ ୱାଙ୍ଖେଡେଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଥିଲା ।