ପୁଣି ସୋସିଆଲ ମିଡିଆରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେହୁରା ହେଲେ ଅନୁଭବ ମହାନ୍ତି , କହିଲେ ମୋ ଜୀବନରୁ ଦୁରେଇ ଯାଅ...

 

ଓଡ଼ିଆ ଗସିପ୍ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ନୂଆମୋଡ଼ । ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଜୀବନରୁ ଓହରି ଯିବା ଲାଗି ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଛନ୍ତି ଅନୁଭବ ।

ପିତାମାତା ସବୁବେଳେ ପିଲାଙ୍କର ଭଲ ଚାହାନ୍ତି । ଆଉ ଆମେ ଜାଣିଛେ କିଏ ଠିକ୍ ଏବଂ କିଏ ଭୁଲ୍ । ମୋ ବାପା ଏବେ ଆଇସିୟୁରେ ଆଡ୍ ମିଟ୍ ଅଛନ୍ତି ବୋଲି ଅନୁଭବ ପୋଷ୍ଟ କରିଛନ୍ତି । ଏଭଳି ସ୍ଥିତିରେ ସେ କାଳ ବିଳମ୍ବ ନକରି ତୁରନ୍ତ ତାଙ୍କ ଜୀବନରୁ ଓହରି ଯାଆନ୍ତୁ ବୋଲି ଅନୁଭବ ଲେଖିଛନ୍ତି ।

ଆହୁରି ପଢ଼ନ୍ତୁ : ‘ମୋ ସ୍ୱାମୀ ମୋତେ ଦେହଜୀବୀ ସଜାଇବାକୁ ଚାହୁଁଛନ୍ତି, ମୋତେ ବଞ୍ଚାନ୍ତୁ’, ଏମିତି କାନ୍ଦି କାନ୍ଦି ଗୁହାରି କଲେ ମହିଳା...

ସବୁକିଛି ଶେଷ ହୋଇଯିବା ପୂର୍ବରୁ ମୋ ବାପା ମାଆଙ୍କୁ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦିଅନ୍ତୁ ବୋଲି ବର୍ଷାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅନୁଭବ । ଏନେଇ ବର୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।