ମିଛ ନୁହେଁ ସତ: ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ, ଧରାପଡ଼ିବା ପରେ ବାନ୍ତି କରି ବାହାର କଲେ...

 

ଓଡ଼ିଆ ଗସିପ୍ ବ୍ୟୁରୋ: ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ। ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିବା ପରେ ସରକାରୀ କର୍ମଚାରୀ ଜଣକ ସାଙ୍ଗେ ସାଙ୍ଗେ ଲାଞ୍ଚ ନେଇଥିବା ୫ ହଜାର ଟଙ୍କାକୁ ଗିଳି ଦେଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଓ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ ଏହି ଅଜବ ଘଟଣା ସାମ୍ନାକୁ ଆସିଛି। 

ଅଧିକ ପଢ଼ନ୍ତୁ: ଆସନ୍ତା ଦିନରେ ଅଶାନ୍ତ ରହିବ ସମୁଦ୍ର, ବଙ୍ଗୋପସାଗରରେ ସୃଷ୍ଟି ହେବ ଭୀଷଣ ଲଘୁଚାପ; ଆପକୁଳବର୍ତ୍ତୀ ଅଞ୍ଚଳରେ ୫୫ କିମି ବେଗରେ ବହିବ ପବନ

କଟନୀ ରାଜସ୍ୱ ବିଭାଗର ଜଣେ ଅଧିକାରୀ ଲାଞ୍ଚ ଟଙ୍କା ନେବାବେଳେ ଧରାପଡ଼ିଛନ୍ତି। ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତର ଏସ୍‌ପିଏଫ୍‌(Special Police Establishment) ତାଙ୍କୁ ଧରିଥିଲେ।

ଯୋଜନା ମୁତାବକ, ଉକ୍ତ ବ୍ୟକ୍ତି ଗଜେନ୍ଦ୍ରଙ୍କୁ ୫ ହଜାର ଟଙ୍କା ଦେଉଥିବା ସମୟରେ ପୋଲିସ୍‌ ହଠାତ୍‌ ପହଞ୍ଚି ସରକାରୀ ଅଧିକାରୀଙ୍କୁ ଧରିଥିଲା। ହେଲେ ଏହି ଭୟରେ ଗଜେନ୍ଦ୍ର ସାଙ୍ଗେ ସାଙ୍ଗେ ଲାଞ୍ଚ ଟଙ୍କା ଗିଳି ଦେଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଓ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ : ବିମାନ ଉଡ଼ାଉଥିବା ବେଳେ ଅସୁସ୍ଥ ହେଲେ ପାଇଲଟ: ଯାତ୍ରୀ ଉଡ଼ାଇଲେ ବିମାନ, ତା ପରେ...

ଅନ୍ୟପକ୍ଷେ, ଏନେଇ ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି।