ପ୍ରେମିକାକୁ ଦେଖା କରିବାକୁ ଗାଁରୁ ଲାଇନ୍ କାଟୁଥିଲା ପ୍ରେମିକ, ତା’ପରେ...

 

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରେମ ପାଇଁ କିଛି ବି । ଅର୍ଥାତ ପ୍ରେମ ପାଇଁ ପ୍ରେମୀ ଯୁଗଳ କିଛି ବି କରିବାକୁ ପଛାନ୍ତି ନାହିଁ । ଆପଣ ପ୍ରେମ ପାଇଁ ପ୍ରେମିକମାନେ କିଛି ବି କରିଥିବା ଅନେକ କାହାଣୀ ଶୁଣିଥିବେ । ଏମିତିକି ଆପଣ ନିଜ ଆଖପାଖରେ ଏଭଳି ଘଟଣା ମଧ୍ୟ ଦେଖିଥିବେ । ତେବେ ଯେଉଁମାନେ ପ୍ରେମ କରନ୍ତି ସେମାନେ ପରସ୍ପରକୁ ଭେଟିବା ପାଇଁ ଅନେକ ଫନ୍ଦି କରିଥାନ୍ତି । ଅନେକ ବାଟ ବା ବାହାନା ଖୋଜିଥାନ୍ତି । ଠିକ୍‌ ଏମିତି ଏକ ନିଆରା ପ୍ରେମ କାହାଣୀ ଆଜି ଆମ ସାମ୍ନାରେ ଆସିଛି ।

ଅଧିକ ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମୋହର, ମିଶନ ଶକ୍ତି ସ୍କୁଟର ଯାେଜନାକୁ ମିଳିଲା ଅନୁମୋଦନ

ଗୋଟିଏ ଗାଁରେ ବାରମ୍ବାର ବିଜୁଳି କାଟ୍‌ ହୁଏ । ସନ୍ଧ୍ୟା ହେବା ମାତ୍ରେ ସବୁବେଳେ ପ୍ରାୟ ଲାଇନ୍‌ କଟିଯାଏ । ଗାଁ ଲୋକେ କିଛି ବୁଝି ପାରନ୍ତି ନାହିଁ । କାହିଁକି କଟୁଛି? କାରଣ କ’ଣ ? ସେମାନେ ଜାଣିପାରନ୍ତି ନାହିଁ ।

ତେବେ ଅନେକ ଦିନ ପରେ ଏବେ ଜଣାପଡ଼ିଛି ଯେ, ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ଆସିବା ବେଳେ ଏଭଳି ଲାଇନ୍‌ କାଟି ଦିଅନ୍ତି । ଗାଁରେ ଲାଇନ୍‌ କଟିବା ପରେ ଅନ୍ଧକାର ଛାଇଯାଏ । ଆଉ ଏହି ଅନ୍ଧକାରର ସାହାରା ନେଇ ସେ ନିଜ ପ୍ରେମିକାଙ୍କୁ ଭେଟିଥାନ୍ତି । ନିକଟରେ ଗୁରୁବାର ଦିନ ଏହି ପ୍ରେମିକା ପ୍ରେମିକଙ୍କ ବିବାହ ସମ୍ପନ୍ନ ହୋଇଛି ।

ଅଧିକ ପଢ଼ନ୍ତୁ : କଣ ଏହି ଖତରନାକ ଖପ୍ପର ଯୋଗ! ୩୦ ଦିନ ପର୍ଯ୍ୟନ୍ତ କାହିଁକି ରହିବେ ସାବଧାନ ଜାଣନ୍ତୁ

ଏହି ଘଟଣାଟି ବିହାର ପାଟନାର ପଶ୍ଚିମ ଚମ୍ପାରନ୍‌ ଜିଲ୍ଲାର ଘଟଣା । ପ୍ରେମିକ ଜଣକ ନାଁ ହେଲା  ଅଜିତକୁମାର ଓ ପ୍ରେମିକାଙ୍କ ନାଁ ହେଲା ପ୍ରୀତି କୁମାରୀ ।

ତେବେ ଏହି ଲାଇନ୍‌ କାଟିବା କଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଗାଁ ଲୋକ ନିଜ ଆଖିରେ ଯୁବକଙ୍କୁ ଗାଁର ଟ୍ରାନ୍ସଫର୍ମରରୁ ଲାଇନ୍‌ କାଟୁଥିବା ଦେଖିଲେ । ତାପରେ ପୁରା କାହାଣୀ ସାମ୍ନାକୁ ଆସିଲା । ଉଭୟ ପ୍ରେମିକ ଏବଂ ପ୍ରେମିକାଙ୍କ ଘର ପାଖାପାଖି ଗାଁରେ । ସେମାନେ ପ୍ରେମ ପାଇଁ ଉଭୟ ଗାଁ ମଧ୍ୟ ଉତ୍ତେଜନା ମୂଳକ ପରିସ୍ଥିତି ମଧ୍ୟ ଉପୁଜିଥିଲା । ବୁଝା ସୁଝା ପରେ ସମସ୍ତେ ଶାନ୍ତ ପଡ଼ିଥିଲେ ।

ଅଧିକ ପଢ଼ନ୍ତୁ : ପାର୍ଟନର ନଥିଲେ ଟେନସନ ନାହିଁ; ସେକ୍ସର ଆନନ୍ଦ ଦେବ AI ସେକ୍ସ ରୋବଟ

ଦୁଇ ଗାଁ ଲୋକଙ୍କ ବିଚାର ବିମର୍ଷ ପରେ ଉଭୟଙ୍କ ମଧ୍ୟରେ ବିବାହ ହେବ ବୋଲି ସ୍ଥିର ହୋଇଥିଲା । ଏବେ ଗତ ଗୁରୁବାର ଅଜିତକୁମାର ଏବଂ ପ୍ରୀତିଙ୍କ ମଧ୍ୟରେ ଗାଁ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଛି । ଏହି ପୁରା କାହାଣୀ ପ୍ରୀତିଙ୍କ ଗାଁର ମୁଖିଆ କହିଛନ୍ତି ।