ଦେଖନ୍ତୁ ଭାଇରାଲ ଭିଡ଼ିଓ: ମହଙ୍ଗା ପଡିଲା ସ୍କୁଟିରେ ଖୁଲମ ଖୁଲା ରୋମାନ୍ସ , ପ୍ରେମିକ ସହ ଏପରି କଲା ପୋଲିସ...

 

ଓଡ଼ିଆ ଗସିପ ବ୍ୟୁରୋ: ସ୍କୁଟି ଉପରେ ଖୋଲା ରୋମନ୍ସକୁ ନେଇ ପ୍ରେମିକ ଗିରଫ । ଉତ୍ତରପ୍ରଦେଶ ରାଜଧାନୀ ଲଖ୍ନୌରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ସ୍କୁଟି ଉପରରେ ଖୁଲମ ଖୁଲା ରୋମାନ୍ସ କରିବା ଭିଡିଓ ଭାଇରାଲ ହେବା ପରେ ୟୁପି ପୋଲିସ କିଛି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ।

ଭାଇରାଲ ଭିଡ଼ିଓରେ ପ୍ରେମୀ ଯୋଡି ସ୍କୁଟି ଉପରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି । ସେନେମା ଭଳି ସ୍କୁଟିକୁ ପ୍ରେମିକ ଚଳାଉଥିବା ବେଳେ ତାଙ୍କୁ ସାମ୍ନାପଟୁ କୁଣ୍ଢେଇ ଧରି ବସିଛନ୍ତି ପ୍ରେମିକା ଜଣଙ୍କ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଆସିଲା ମୃତ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଏବେ ବି ସସପେନ୍ସ ଘେରରେ ମୃତ୍ୟୁର କାହାଣୀ...

ମଝି ରାସ୍ତାରେ ଗାଡ଼ି ମଟର ଗହଳି ଭିତରେ ଏପରି ଅଶ୍ଳୀଳ ଭାବେ ଗାଡି ଚଳେଇ ଯାଉଛନ୍ତି ଦୁହେଁ । ନା ଲୋକ ଲଜ୍ଜାକୁ ଭୟ, ନା କିଛି ଲାଜ । ପାଖରେ ଯାଉଥିବା ଅନ୍ୟ ବାଇକ ଓ କାର ଚାଲକ ପ୍ରେମୀ ଯୁଗଳଙ୍କ ଭିଡିଓ କରୁଥିଲେ ବି ଦୁହିଁଙ୍କୁ କିଛି ଫରକ ପଡୁନାହିଁ ।

<a href=https://youtube.com/embed/EleAxqqNPC0?autoplay=1&mute=1><img src=https://img.youtube.com/vi/EleAxqqNPC0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଭିଡ଼ିଓକୁ ସୋସିଆଲ ମିଡିଆରେ ଖୁବ ଭାଇରାଲ କରାଯାଇଛି । ଏହାପରେ ୟୁପି ପୋଲିସ ଆକ୍ସନକୁ ଆସିଛି । ଘଟଣାକୁ ନେଇ ପ୍ରେମିକକୁ ଗିରଫ କରିଛି ହରକତଗଞ୍ଜ ପୋଲିସ ।

ସାଧାରଣ ସ୍ଥାନରେ ଅଶ୍ଲୀଳତା ପ୍ରଦର୍ଶନ କରୁଥିବା ଅଭିଯୋଗରେ ଯୁବକକୁ ବାନ୍ଧିଛି ପୋଲିସ । ଏହା ବ୍ୟତୀତ ଯୁବକ ବିରୋଧରେ ଅନ୍ୟ ଧାରା ବି ଲାଗିଛି ।