ସ୍ତ୍ରୀକୁ ସଜାଇଲା ‘ଭଉଣୀ’, ପରେ ଅନ୍ୟ ପୁରୁଷ ସହ କରାଇଲା ବାହାଘର; ତା’ ପରେ ଯାହା ଘଟିଲା ଶୁଣିଲେ...

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ମଧ୍ୟପ୍ରଦେଶର): ମଧ୍ୟପ୍ରଦେଶରରୁ ଜାଲିଆତି ଓ ପ୍ରତାରଣାର ଏଭଳି ଏକ ଅଭାବନୀୟ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଏଠାରେ ଝାନ୍ସୀରୋଡ ଥାନା ପୋଲିସ ବିବାହ ନାମରେ ମୋଟା ଅଙ୍କର ଟଙ୍କା ହଡ଼ପ ଏବଂ ନକଲି ବିବାହ କରାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଅଜୟ ଓରଫ ସୋନୁ ଚୌହାନ ନିଜର ଦ୍ୱିତୀୟ ପତ୍ନୀଙ୍କୁ ଗରିବ ଏବଂ ଅନାଥ ‘ଧରମ ଭଉଣୀ’ ବୋଲି କହି ଜଣେ ସାଧାରଣ ସରଳ ବ୍ୟକ୍ତିଙ୍କ ସହ ବିବାହ କରାଇ ଦେଇଥିଲା । ଏହାପରେ ଯାହା ଘଟିଲା, ତାହା ଯିଏ ବି ଶୁଣିବ ତାର ହୋସ ଉଡିଯିବ ।

ପ୍ରକୃତରେ, ଏହି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ଥିଲା ବିବାହର କିଛି ଦିନ ପରେ ପୀଡ଼ିତ ପରିବାରକୁ ଘରୋଇ ହିଂସା ଏବଂ ଯୌତୁକ ନିର୍ଯାତନାର ମିଥ୍ୟା ମାମଲାରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା । ପୋଲିସ ମୁଖ୍ୟ ଅଭିଯୁକ୍ତ ସ୍ବାମୀ ଅଜୟ ଚୌହାନ ଏବଂ ତାଙ୍କ ପତ୍ନୀ ରାଧା ଓରଫ ଦୀକ୍ଷାଙ୍କୁ ଗିରଫ କରିଛି ।

ଏହି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଜବଲପୁରର ଏକ ବେସରକାରୀ ହସ୍ପିଟାଲରେ ଟିମ ଲିଡର ଭାବେ କାର୍ଯ୍ୟରତ ରତନ ଶର୍ମାଙ୍କ ସହ ରଚାଯାଇଥିଲା । ପୀଡ଼ିତ ପରିବାରକୁ ଏପ୍ରିଲ ୧୫ ତାରିଖରେ ସୋନୁ ତିୱାରୀ ନାମକ ଜଣେ ବ୍ୟକ୍ତି ଏହି ପ୍ରସ୍ତାବ ଦେଇଥିଲେ । ସେମାନଙ୍କୁ କୁହାଯାଇଥିଲା ଯେ ଅଜୟ ଚୌହାନ ନିଜର ଜଣେ ଗରିବ, ଅନାଥ ଏବଂ ଧରମ ଭଉଣୀ ରାଧା ଓରଫ ଦୀକ୍ଷାଙ୍କ ବିବାହ କରାଇବାକୁ ଚାହୁଁଛନ୍ତି ।

ଅଧିକ ନ୍ୟୁଜ ପଢ଼ନ୍ତୁ : "ଦେହ ସୁଖ ନୁହେଁ, ମୋର ଟଙ୍କା ଦରକାର", ପ୍ରେମିକାର ଏତିକି କଥାରେ ସବୁ ସାରିଦେଲା ପ୍ରେମିକ

ଏପ୍ରିଲ ୨୦ ତାରିଖରେ ଝିଅ ଦେଖାହେଲା ଏବଂ ପରିବାର ଲୋକଙ୍କୁ ପ୍ରସ୍ତାବ ପସନ୍ଦ ଆସିବା ପରେ ଏପ୍ରିଲ ୨୭ରେ ନିର୍ବନ୍ଧ ହୋଇଥିଲା । ଏହାପରେ ମେ’ ୭ ତାରିଖରେ ହିନ୍ଦୁ ରୀତିନୀତି ଅନୁଯାୟୀ ବେଶ ଧୂମଧାମରେ ଦୁହିଁଙ୍କର ବିବାହ ସମ୍ପନ୍ନ ହୋଇଥିଲା, ଯେଉଁଥିରେ ବିବାହ ଏବଂ ଗହଣା ବାବଦରେ ପୀଡ଼ିତ ରତନ ଶର୍ମାଙ୍କର ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । କେବଳ ସେତିକି ନୁହେଁ, ଅଭିଯୁକ୍ତମାନେ ବିୟୁଟି ପାର୍ଲର ଏବଂ ଅନ୍ୟାନ୍ୟ ଖର୍ଚ୍ଚ ନାମରେ ଅଲଗାରେ ୫୦ ହଜାର ଟଙ୍କା ମଧ୍ୟ ମାଗିଥିଲେ। 

ବିବାହ ପରେ ଯେତେବେଳେ ନବବଧୂ ରାଧା ନିଜର ନୂଆ ଘର ଅର୍ଥାତ୍‌ ରତନ ଶର୍ମାଙ୍କ ପାଖରେ ରହିବାକୁ ଲାଗିଲା, ସେତେବେଳେ ତାର ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସେ ଦିନରାତି ଲୁଚି ଲୁଚି ମୋବାଇଲରେ କାହା ସହ କଥା ହେଉଥିଲା ।

ଅଧିକ ନ୍ୟୁଜ ପଢ଼ନ୍ତୁ : ପ୍ରେମ ଜାଲରେ ଫସାଇ ହୋଟେଲକୁ ନେଲା, ମଥାରେ ସିନ୍ଦୂର ପିନ୍ଧାଇ ସ୍ବାମୀର ନାଟକ କରି ରଚିଲା ବର୍ବରତା! ଯୁବତୀଙ୍କୁ ନିଶା ଦେଇ...

ଦିନେ ଯେତେବେଳେ ତାର ମୋବାଇଲ ଯାଞ୍ଚ କରାଗଲା, ସେତେବେଳେ ତାର ହ୍‌ବାଟ୍ସଆପ ଚାଟ୍‌ରୁ ଏକ ଅତ୍ୟନ୍ତ ଚମକାଇ ଦେଲା ଭଳି ସତ ସାମ୍ନାକୁ ଆସିଲା । ଚାଟ୍‌ରୁ  ଜଣାପଡ଼ିଲା ଯେ, ଯାହାକୁ ଅଜୟ ଚୌହାନ ନିଜର ଭଉଣୀ ବୋଲି କହୁଥିଲା, ସେ ପ୍ରକୃତରେ ତାର ପତ୍ନୀ । ଦୁହେଁ ୨୦୨୪ରେ ଆଗ୍ରାର ଏକ ଆର୍ଯ୍ୟ ସମାଜ ମନ୍ଦିରରେ ପ୍ରେମ ବିବାହ କରିଥିଲେ ଏବଂ ଦୁହେଁ ଏକାଠି ରହୁଥିଲେ । 

ପୋଲିସ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ମୁଖ୍ୟ ଅଭିଯୁକ୍ତ ଅଜୟ ଚୌହାନ ପୂର୍ବରୁ ୨୦୦୯ ମସିହାରେ ବିବାହ କରିଥିଲେ ଏବଂ ତାଙ୍କର ପ୍ରଥମ ସ୍ତ୍ରୀଙ୍କ ଠାରୁ ତାଙ୍କର ସନ୍ତାନ ଅଛନ୍ତି। ଦୀକ୍ଷା ତାଙ୍କର ଦ୍ୱିତୀୟ ପତ୍ନୀ ଥିଲେ। ତାଙ୍କ ପ୍ରଥମ ସ୍ତ୍ରୀ ଏବଂ ପିଲାମାନଙ୍କୁ ଖୁସି ରଖିବା, ସେମାନଙ୍କ ଖର୍ଚ୍ଚ ଭରଣା କରିବା ପାଇଁ ଅଜୟ ତାଙ୍କର ଦ୍ୱିତୀୟ ସ୍ତ୍ରୀ ଦୀକ୍ଷାଙ୍କୁ ରତନ ଶର୍ମାଙ୍କ ସହିତ ବିବାହ କରାଇଥିଲେ, ଯାହାଫଳରେ ସେ ପରେ ବ୍ଲାକମେଲ କରି ପ୍ରଚୁର ପରିମାଣର ଟଙ୍କା ଆଦାୟ କରିପାରିବେ। ଝାନ୍ସୀ ରୋଡ ପୋଲିସ ଷ୍ଟେସନ ଇନଚାର୍ଜ ଶକ୍ତି ସିଂହ ଯାଦବଙ୍କ ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଅଜୟ ଚୌହାନଙ୍କୁ ଶନିବାର ଗିରଫ କରାଯାଇଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ପୋଲିସ ଏବେ ସୋନୁ ତିୱାରୀ ସମେତ ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି।