ସୀମା ଟପିଲା ବର୍ବରତା: ମହିଳା ବାନ୍ଧବୀଙ୍କୁ ହତ୍ଯା କରି ଶବକୁ ଖଣ୍ଡ ଖଣ୍ଡ କରି କୁକରରେ ସିଝାଇଲା ପ୍ରେମିକ

 

ଓଡ଼ିଆ ଗସିପ ବ୍ୟୁରୋ: ଶ୍ରଦ୍ଧା ହତ୍ୟାକାଣ୍ଡଠୁ ବି ବଳିଗଲା ମୁମ୍ୱାଇ ମୀରା ରୋଡ଼ ହତ୍ୟାକାଣ୍ଡ ମାମଲା । ଯାହାକୁ ଶୁଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ । ଲିଭ ଇନ ରିଲେସନସିପରେ ରହୁଥିବା ଜଣେ ମହିଳାଙ୍କ ହତ୍ୟା ପରେ ଶବକୁ ଖଣ୍ଡଖଣ୍ଡ କରି କାଟିଥିଲା ପ୍ରେମିକ ।

କେବଳ ସେତିକି ନୁହେଁ କାଟିବା ପରେ ଶରୀରର ଅଂଶ ସବୁକୁ ପ୍ରସେର କୁକରରେ ସିଝାଇଥିଲା । ପ୍ରେମ ଚିରନ୍ତନ ଓ ଶାଶ୍ୱତ, କିନ୍ତୁ ବର୍ତ୍ତମାନ ସମୟରେ ହେଉଥିବା ଲୋମହର୍ଷଣକାରୀ ଘଟଣା ସମସ୍ତଙ୍କୁ ଚକିତ କରୁଛି । ମୁମ୍ବାଇର ମୀରା ରୋଡ଼ସ୍ଥିତ ଆକାଶ ଗଙ୍ଗା ସୋସାଇଟିରେ ମହିଳାଙ୍କ ନିର୍ମମ ହତ୍ୟା କରାଯାଇଛି ।

ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମହିଳାଙ୍କ ଶବକୁ ଖଣ୍ଡ ଖଣ୍ଡ କରି କାଟି ଏହାକୁ କୁକର ସିଝାଇଥିଲା ପ୍ରେମିକ। ସମ୍ପୃକ୍ତ ଘଟଣାର ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଘଟଣାସ୍ଥଳରୁ ମହିଳାଙ୍କ ଶବର ଅନେକ ଖଣ୍ଡକୁ ଉଦ୍ଧାର କରିଥିଲା ପୋଲିସ । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିଲା ପରେ ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି କଟାଯାଇଥିଲା ।

ଅଧିକ ପଢ଼ନ୍ତୁ : ସେଲ୍ଫି ନେବା ହେଲା କାଳ, ଗୋଡ଼ ଖସି ଯିବାରୁ ୧୦୦ ଫୁଟ ଉର୍ଦ୍ଧ୍ବରୁ ତଳକୁ ଖସି ଯୁବକଙ୍କ ମୃତ୍ୟୁ

ମୃତ ମହିଳା ଜଣଙ୍କ ହେଉଛନ୍ତି ୩୨ ବର୍ଷୀୟ ସରସ୍ୱତୀ ବୈଦ୍ୟ। ସେ ତାଙ୍କ ୫୬ ବର୍ଷୀୟ ବନ୍ଧୁ ମନୋଜ ସାହନୀଙ୍କ ସହ ଆକାଶ ଗଙ୍ଗା ସୋସାଇଟିର ଏକ ଫ୍ଲାଟରେ ଭଡ଼ା ନେଇ ଗତ ତିନି ବର୍ଷ ଧରି ରହି ଆସୁଥିଲେ । ଉକ୍ତ ଫ୍ଲାଟରୁ ଦୁର୍ଗନ୍ଧ ଆସିବା ପରେ ପାଖ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୋସାଇଟିରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ଉଦ୍ଧାର କରିଥିଲା ।

ତେବେ ମୃତ ମହିଳାଙ୍କ ଶବ ଗନ୍ଧ ନହେବା ପାଇଁ ଅଭିଯୁକ୍ତ ମହିଳାଙ୍କ ଶବ କାଟି ଏହାର ଖଣ୍ଡ ଅଂଶକୁ କୁକରରେ ସିଝାଇଥିଲା । କିନ୍ତୁ ଏହା ପରେ ମଧ୍ୟ ଫ୍ଲାଟରୁ ଦୁର୍ଗନ୍ଧ ଆସିଥିଲା ଓ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ଅଧିକ ପଢ଼ନ୍ତୁ : ଭୀଷଣ ବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’, ଭାରତକୁ କେତେ ବିପଦ ରହିଛି ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ସେନେଇ ଜଣେଇଲେ ପାଣିପାଗ ବିଭାଗ...

ଘଟଣାସ୍ଥଳରେ ଫରେନ୍ସିକ ଟିମ ପହଞ୍ଚି ଅନ୍ୟ ସମସ୍ତ ପ୍ରମାଣ ସଂଗ୍ରହ କରିଛି । ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମହିଳାଙ୍କ ମୃତ୍ୟୁ ସମ୍ବନ୍ଧରେ ଜଣା ପଡ଼ିବ । ଅନ୍ୟପଟେ ମୃତ ମହିଳାଙ୍କ ବନ୍ଧୁଙ୍କୁ ପଚରାଉଚୁରା ପାଇଁ ପୋଲିସ ଅଟକ ରଖିଛି । ଘଟଣାର ତଦନ୍ତ ଜାରି ରହିଛି ।