ତ୍ରିକୋଣୀୟ ପ୍ରେମର ଭୟଙ୍କର ପରିଣତି: ପ୍ରେମିକାର ମାଆ ଓ ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପ୍ରେମିକ, ଫେରାର ବେଳେ ବାଟରେ ସରିଗଲା ତେଲ!
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ବାଲେଶ୍ୱର, ୨୩।୫): ପ୍ରେମ ପାଇଁ ରକ୍ତପାତ। ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଥିବା ରେଳଷ୍ଟେସନ ପରିସରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଜଣେ ଉତ୍କ୍ଷିପ୍ତ ପ୍ରେମିକ ତାର ପ୍ରେମିକାର ମାଆ ଏବଂ ମାମୁଁଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛି। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରେମ ସମ୍ପର୍କରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଏବଂ ଆପୋଷ ବୁଝାମଣା ପାଇଁ ପ୍ରେମିକା ନିଜ ମାଆ ଓ ମାମୁଙ୍କ ସହ ଷ୍ଟେସନ ପରିସରକୁ ଆସିଥିଲେ। ସେଠାରେ ପ୍ରେମିକ ସହ କଥାବାର୍ତ୍ତା ଚାଲିଥିବା ସମୟରେ ହଠାତ୍ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ଉଗ୍ର ରୂପ ନେଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରେମିକ ଜଣକ ନିଜ ପାଖରେ ରଖିଥିବା ଏକ ଧାରୁଆ ଅସ୍ତ୍ର ବାହାର କରି ପ୍ରେମିକାର ମାଆ ଓ ମାମୁଙ୍କୁ ନିର୍ମମ ଭାବେ ହାଣିଥିଲେ।
ଏଠାରେ କ୍ଲିକ କରି ଅଧିକ ନ୍ୟୁଜ ପଢ଼ନ୍ତୁ : କରୋନାଠାରୁ ବି ଅଧିକ ମାରାତ୍ମକ ଇବୋଲା ଭାଇରସ! ଦେଖାଯାଏ ଏହି ୧୨ ଲକ୍ଷଣ; ଜାଣନ୍ତୁ କେମିତି ବ୍ୟାପେ ଓ ରକ୍ଷା ପାଇବାର ଉପାୟ
ଆକ୍ରମଣ ଯୋଗୁ ଉଭୟ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନା (SCB)କୁ ସ୍ଥାନାନ୍ତର କରାଯାଇଛି।
ସେପଟେ ରକ୍ତମୁଖା ପ୍ରେମିକ ଆକ୍ରମଣ କରିବା ପରେ ନିଜ ବାଇକ ଯୋଗେ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲା। ହେଲେ ଫେରାର ହେଉଥିବା ବେଳେ ବାଟରେ ହଠାତ୍ ତାର ଗାଡ଼ିରୁ ପେଟ୍ରୋଲ ସରିଯାଇଥିଲା। ଗାଡ଼ି ଅଟକିଯିବା ଯୋଗୁ ସେ ଆଉ ଆଗକୁ ଯାଇପାରିନଥିଲା ଏବଂ ପଛରୁ ଗୋଡ଼ାଉଥିବା ପୋଲିସ ତାକୁ ସହଜରେ କାବୁ କରିନେଇଥିଲା।