ସନ୍ଦେହ ନେଲା ଜୀବନ, ନିଜ ସ୍ତ୍ରୀ ଓ ସାଙ୍ଗ କୁ ଅନ୍ତରଙ୍ଗ ହେବା ଚିନ୍ତାରେ ଘନିଷ୍ଠ ସାଙ୍ଗକୁ ହତ୍ୟା କଲା ସାଙ୍ଗ 

 

ଓଡ଼ିଆ ଗସିପ ବ୍ୟୁରୋ: କେନ୍ଦୁଝର ଜିଲ୍ଲା  ବାମେବାରି ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଡିହା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି, ସ୍ତ୍ରୀ ଓ ସାଙ୍ଗ ମଧ୍ୟରେ କୌଣସି ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସାଙ୍ଗକୁ  ଘରକୁ ଡାକି ହତ୍ୟା କରିଥିବା ଜଣାପଡିଛି । ଏନେଇ ପୁଲିସ ଏକ ମୃତଦେହ ଉଦ୍ଧାର କରିଛି ।

ମୃତକ ହେଲେ ଏହି ଥାନା ଅଧୀନସ୍ଥ ପୁଟୁଗାଁ ଗ୍ରାମର ଜାମୁ ପୋଡା ସାହିର ମଙ୍ଗଲ ମୁଣ୍ଡା(୪୯) । ଖବରରୁ ପ୍ରକାଶ ଯେ ମଙ୍ଗଳବାର ସକାଳ ସମୟରେ ବ୍ରାହ୍ମଣୀ ଡିହା ଗ୍ରାମର ମାଙ୍ଗୁବୁରା ସାହିର ସ।ଲୁକ । ମୁଣ୍ଡା, ଏହି ଗ୍ରାମ ଠାରୁ ପ୍ରାୟ ୩କିମି ଦୂରକୁ କୁଟୁଗାଁ ଜାମୁ ପୋଡ଼ । ସ।ହିରେ ରହୁ ଥିବା ମଙ୍ଗଲ ମୁଣ୍ଡାଙ୍କୁ ସୋମବାର ରାତି ପ୍ରାୟ ୮ଟା ବେଳେ ଘରୁ ଡାକି ଆଣି ହତ୍ୟା କରିଥିବା ନେଇ ଅଭିଯୁକ୍ତ ସାଲୁକା ମୁଣ୍ଡା ପୋଲିସ ଆଗରେ ପ୍ରକାଶ କରିିଛି ।

ଅଧିକ ପଢ଼ନ୍ତୁ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ରୂପ ନେବା ସମ୍ଭାବନା

ଏନେଇ ମଙ୍ଗଲ ମୁଣ୍ଡାଙ୍କ ପତ୍ନୀ ଗହମି ମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ,ତାଙ୍କ ସ୍ଵାମୀ ମଙ୍ଗଲ ମୁଣ୍ଡାଙ୍କୁ ସ।ଲୁକା ମୁଣ୍ଡା ଡାକି ନେଇ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରିଛି । ମଙ୍ଗଲ ମୁଣ୍ଡାଙ୍କ ମୃତ ଦେହ ସ।ଲୁକ । ମୁଣ୍ଡା ଙ୍କ ଘର ନିକଟରେ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ ।

ବଡ଼ବିଲ ଏସଡିପିଓ ଉପାସନା ପାଢ଼ୀ, କେନ୍ଦୁଝରରୁ ଆସିଥିବା ସାଇନଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ମୃତ ଉଦ୍ଧାର କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି  ।

ଏ ନେଇ ବାମେବାରି ଥାନା ଭାରପ୍ର।ପ୍ତ ଅଧିକାରୀ ସ୍ବରୂପ ନାୟକ  ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମଙ୍ଗଲ ମୁଣ୍ଡା ଅନେକ ସମୟରେ ତାଙ୍କ ପତ୍ନୀ ଓ ସାଲୁକା ମୁଣ୍ଡାଙ୍କ ମଧ୍ୟରେ ସମ୍ପର୍କକୁ ନେଇ ସନ୍ଦେହ କରୁଥିଲେ । ଏହି ସନ୍ଦେହ କରିବା କାରଣରୁ ସ।ଲୁକା ମୁଣ୍ଡା ,ମଙ୍ଗଲ ମୁଣ୍ଡାକୁ ହତ୍ୟା କରିଥିବା ସୂଚନା ଦେଇଛନ୍ତି । ଏ ନେଇ ଥାନାରେ ଏକ ହତ୍ୟା ମାମଲା ନଂ ୯୦/୨୦୨୩ରୁଜୁ ହୋଇଛି ।