ପ୍ରେମିକ ଖେଳିଲା ରକ୍ତର ହୋଲି! ଡାକ୍ତର ପ୍ରେମିକାକୁ ହତ୍ୟା କରି ରଚିଲା ନିଜ ମୃତ୍ୟୁର କାହାଣୀ, ଜାଣନ୍ତୁ ପୂରା ଲୂମଟାଙ୍କୁରା ଘଟଣା...

 

ଓଡ଼ିଆ ଗସିପ ବ୍ୟୁରୋ: ହୋଲି ଅବସରରେ ପ୍ରେମିକାର ରକ୍ତରେ ରଙ୍ଗ ଖେଳିଲା ପ୍ରେମିକ । ଯେଉଁ ପ୍ରେମ ପାଇଁ ଦିନେ ସମସ୍ତଙ୍କ ସହିତ ଲଢ଼ି ଯାଉଥିଲା, ଆଜି ନିଜ ହାତରେ ହିଁ ପ୍ରେମିକାର ଜୀବନ ନେଇଗଲା ଏହି ଯୁବକ ।

ହୋଲି ସମୟରେ ଜମ୍ମୁ ଅଞ୍ଚଳରେ ଏଭଳି ଏକ ଚଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଯୁବକ ଜଣକ ନିଜେ ଆତ୍ମହତ୍ୟା କରିବାକୁ ଉଧ୍ୟମ କରିଥିବା ମଧ୍ୟ ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ମୃତ ମହିଳା ଡାକ୍ତରଙ୍କ ନାଁ ଡଃ ସୁମେଧା ଶର୍ମା(୨୬) ।

ଡଃ ସୁମେଧା ଶର୍ମା ଘର ତାଲାବ ତିଲ୍ଲୋ (ଜମ୍ମୁ)ରେ ହୋଇଥିବା ବେଳେ ହତ୍ୟାକାରୀ ପ୍ରେମିକର ନାମ ଜୋହର ଗନଇର ଅଟେ ଏବଂ ତାର ଘର ଡୋଡା ଜିଲ୍ଲାରେ ବୋଲି ଜଣାପଡିଛି । ଉଭୟେ ଗୋଟିଏ କଲେଜରେ ପାଠ ପଢୁଥିଲେ ଏବଂ ସେମାନେ ଜମ୍ମୁର ଏକ ଡେଣ୍ଟାଲ କଳେଜରୁ ବିଡିଏସ୍‌ କରିଥିଲେ ।

ଆହୁରି ପଢ଼ନ୍ତୁ : ନିମାପଡାରେ ସ୍କୁଟି ଆରୋହୀଙ୍କୁ ବଞ୍ଚାଇବା ସମୟରେ ବୁଲେଟ୍‌ ଚାଳକ, ମହିଳା ସରପଞ୍ଚଙ୍କ ଉପରେ ଚଢ଼ିଗଲା ହାଇୱା, ଚାଲିଗଲା ଜୀବନ...

ତେବେ, ସୁମେଧା ଜମ୍ମୁ-କାଶ୍ମୀର ବାହାରେ ଏକ କଲେଜରେ ଏମ୍‌ଡିଏସ୍‌ କରୁଥିଲେ। ହୋଲି ଅବସରରେ ସେ ଜୋହରକୁ ଦେଖା କରିବାକୁ ଯାଇଥିବା ବେଳେ ତାଙ୍କ ଘରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜୋହର ସୁମେଧାଙ୍କୁ ଛୁରୀ ଭୂଷି ହତ୍ୟା କରିଥିଲା ।

ସେ ନିଜେ ନିଜ ଆତ୍ମହତ୍ୟା ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଜୋହରକୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହିତ ତା ନାମରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି ।