ବ୍ଲାକ୍‌ମେଲ୍‌ କରିବାରେ ମାହିର୍ ଏହି ଡେଲିଭରୀ ବୟ, ଏମିତି ଛଳନା କରି ୬୬ରୁ ଉର୍ଦ୍ଧ ମହିଳା ସହ ଜୋରଜବରଦସ୍ତି ରଖିଥିଲା ଶାରୀରିକ ସମ୍ପର୍କ, ଏବେ...

 

ଓଡ଼ିଆ ଗସିପ ବ୍ୟୁରୋ : ଆମେ ସମସ୍ତେ ପ୍ରତିଦିନ ଏବେ ଅନଲାଇନରେ ଖାଇବା ମଗାଉଛନ୍ତି। କାରଣ ବର୍ତ୍ତମାନ ସମୟରେ ଅନେକ ଲୋକ ଘରେ ରୋଷେଇ କରିବାକୁ ଇଚ୍ଛା କରୁନାହାନ୍ତି ଆଉ କାହା କାହା ପାଖରେ ସମୟ ବି ନାହିଁ । ଏହାସହ ଘରୁ ବାହାରି ବାହାରେ ଖାଇବା ବଦଳରେ ଅନଲାଇନରେ ଖାଦ୍ୟ ମଗାଇ ପରିବାର ଲୋକଙ୍କ ସହ ଖାଇବାର ମଜା କିଛି ଅଲଗା ।

ତେଣୁ ଅଧିକାଂଶ ଲୋକ ଏବେ ଅନଲାଇନରେ ଖାଇବା ମଗାଉଥିବା ଦେଖାଯାଉଛି । କିନ୍ତୁ ସେହି ଅନଲାଇନ ଖାଦ୍ୟ ଦେଉଥିବା ଡେଲିଭରି ବୟ ଏମିତି କିଛି କାଣ୍ଡ ଘଟାଇଛି ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି । ଗୋଟିଏ ନୁହେଁ ୨ଟି ନୁହେଁ ଅନେକ ଗୁଡ଼ିଏ ଦୁଷ୍କର୍ମ ମାମଲା ଆସିଛି ଡେଲିଭରି ବଏ ନାଁରେ ।

ଆହୁରି ପଢ଼ନ୍ତୁ : ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ, ମଦ ପିଇବା ହେଲା କାଳ!

ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରୁ ଏକ ଲଜ୍ଜାକର ଘଟଣା ସାମ୍ମାକୁ ଆସିଛି । ଏକ ନାମୀ କମ୍ପୀନର ଏକ କେକ୍‌ ଡେଲିଭରୀ ବୟର ଅଜବ କାଣ୍ଡ ପାଇଁ ତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏବେ ଲୋକେ ଏହି ଡେଲିଭରୀ ବୟକୁ ସିରିଏଲ ଦୁଷ୍କର୍ମକାରୀ କହୁଛନ୍ତି । ସେ ଏମିତି କାଣ୍ଡ କରିଛି ଯେ, ଯାହାକୁ ଜାଣିବା ପରେ ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି ଲୋକେ ।

ହୁଗଲିର କ୍ୟୋଟାର ତ୍ରିକୋଣ ପାର୍କରେ ରହୁଥିବା ଯୁବକ ବିଶାଳ ବର୍ମା ୬୬ ଜଣ ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରି ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି । ଚନ୍ଦନନଗର କମିଶନରେଟ୍‌ ଅନ୍ତର୍ଗତ ଚୁଚୁଡା ଥାନାର ପୁଲିସ୍‌ ବିଶାଳ ବର୍ମା ଓ ତାର ଅନ୍ୟ ଜଣେ ସାଥି ସୁମନ ମଣ୍ଡଳକୁ ଗିରଫ କରିଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ପୋଲିସ ଏହି ଘଟଣା ସମ୍ପର୍କରେ ଜାଣି ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଛି । ତେବେ ଘଟଣା ଏମିତି ଥିଲା...ଏହି ଡେଲିଭରୀ ବୟ ନାମୀ କମ୍ପାନୀର ଉତ୍ପାଦ ବିଷୟରେ ଫିଡବ୍ୟାକ୍‌ ନେବା ବାହାନାରେ ମହିଳାଙ୍କୁ ଭିଡ଼ିଓ କଲ୍‌ କରୁଥିଲା ।

ଆହୁରି ପଢ଼ନ୍ତୁ : ୧୦ ସେକେଣ୍ଡରେ ଆସିଲା ମୃତ୍ୟୁ, ଦୁଇ ଟ୍ରେନ୍ ମଧ୍ୟରେ ଭୟଙ୍କର ଧକ୍କା, ୩୬ ମୃତ୍ୟୁ, ୮୫ ରୁ ଉର୍ଦ୍ଧ ଆହତ

ଏହି ସମୟରେ କିଛି ସମ୍ୱେଦନଶୀଳ ଫଟୋ ଓ ଭିଡ଼ିଓ କରିବା ପରେ ସେ ସେହି ମହିଳାଙ୍କୁ ବ୍ଲାକ୍‌ମେଲ୍ କରୁଥିଲା । ବ୍ଲାକ୍‌ମେଲ୍‌ କରିବା ପରେ ସେହି ମହିଳାଙ୍କୁ ନିଜ ସାଥିରେ ଶାରୀରିକ ସମ୍ୱନ୍ଧ ରଖିବା ପାଇଁ ବାଧ୍ୟ କରୁଥିଲ । ଆଉ ଉପାୟଶୂନ୍ୟ ହୋଇ ନିଜ ସହ ହୋଇଥିବା ଅପକର୍ମର ମୁହଁ ବି ଖୋଲିବାକୁ ଡ଼ରୁଥିଲେ ପୀଡ଼ିତା ।

ତେବେ ଘଟଣା ଜଣାପଡ଼ିବା ପରେ ଅପରାଧୀକୁ ଗିରଫ କରିଛି ହୁଗୁଳି ପୋଲିସ । ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କେବଳ ୬୬ ଜଣ ନାଁ ଆହୁରି ଅଧିକ ମହିଳାଙ୍କ ସହ ସେ ଶାରୀରିକ ସମ୍ପର୍କ ରଖିଥିଲା ତାହାର ତଦନ୍ତ ସଠିକ ଭାବରେ କରିବାକୁ ଦାବି ହୋଇଛି ।