ଶ୍ରଦ୍ଧା ହତ୍ୟା ଘଟଣାର ପୁନରାବୃତ୍ତି ! ପ୍ରେମିକାକୁ ହତ୍ୟାକରି ଫ୍ରିଜରେ ରଖିଥିଲା ସଇତାନ ପ୍ରେମିକ

 

ଓଡ଼ିଆ ଗସିପ ବ୍ୟୁରୋ: ଦିଲ୍ଲୀର ବାବା ହରିଦାସ ନାଗରର ମିତ୍ରାଓଁ ଗ୍ରାମରୁ ଏକ ଶ୍ରଦ୍ଧା ହତ୍ୟା ମାମଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ପ୍ରେମିକ ତାର ପ୍ରେମିକାକୁ ହତ୍ୟା କରି ମୃତ ଶରୀରକୁ ଢାବାର ଫ୍ରିଜରେ ରଖିଥିବା ଜଣାପଡ଼ିଛି ।

ହତ୍ୟା କରିଥିବା ଯୁବକର ନାଁ  ସାହିଲ ଗେହଲଟ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଅଭିଯୁକ୍ତ ସାହିଲ ଗେହଲୋଟକୁ ପୁଲିସ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକଙ୍କ ବିବାହ ଅନ୍ୟ ଏକ ଝିଅ ସହ ସ୍ଥିର ହୋଇଥିଲା । ପ୍ରେମିକା ଯୁବକଙ୍କର ବିବାହରେ ବାଧା ସୃଷ୍ଟି କରୁଥିଲା । ସେ ଚାହୁଁ ନ ଥିଲେ ଯେ ସାହିଲ ଅନ୍ୟତ୍ର ବିବାହ କରନ୍ତୁ ।

ଅଧିକ ପଢ଼ନ୍ତୁ : ଗୋଟିଏ ଘରୁ ସ୍ୱାମୀ-ସ୍ତ୍ରୀ-ପୁଅଙ୍କ ମୃତଦେହ ଉଦ୍ଧାର !, କାହିଁକି ଏପରି କଲା ଜାହଲାଦ ସ୍ୱାମୀ, ପୋଲିସର ତନାଘନା...

ଏ ସମ୍ପର୍କରେ ସାହିଲ ତାଙ୍କ ପ୍ରେମିକାକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ସେ ପ୍ରେମିକାକୁ ଡାକି ହତ୍ୟା କରିଥିଲେ । ହତ୍ୟା ପରେ ସେ ତାଙ୍କ ପ୍ରେମିକାଙ୍କ ମୃତଦେହକୁ ନିଜ ଢାବାରେ ରଖିଥିବା ଫ୍ରିଜରେ ଲୁଚାଇ ଦେଇଥିଲେ ।

ସୂଚନା ଥାଉକି, ପ୍ରେମିକ ଅଫତାବ ନିଜ ଲାଇଫପାର୍ଟନରଙ୍କୁ ହତ୍ୟା କାରି ୩୫ ପିସ୍ କରି ଫ୍ରିଜରେ ରଖିଥିଲା । ଅଫତାବ ଶରୀରର ଅଙ୍ଗଗୁଡ଼ିକୁ ପକାଇବା ପାଇଁ ପ୍ରତିଦିନ ରାତି ୨ଟାରେ ବାହାରକୁ ଯାଏ । ପ୍ରେମିକାର ଶରୀରକୁ ଖଣ୍ଡ ଖଣ୍ଡ କରି ୧୮ ଦିନ ହେବ ଦିଲ୍ଲୀର ମେହରୁଲି ଜଙ୍ଗଲରେ ପୋତୁଥିବା ପୁଲିସ କହିଛି ।

୨୦୨୨ ମେ' ୧୮ ତାରିଖରେ ଅଫତାବ ଓ ପାର୍ଟନର ଶ୍ରଦ୍ଧାଙ୍କ ମଧ୍ୟରେ କଳହ ଉପୁଜିଥିଲା । ଏଥିରେ ଅଫତାବ ଉତକ୍ଷିପ୍ତ ହୋଇ ଶ୍ରଦ୍ଧାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହା ପରେ ସେ ତାଙ୍କ ଶରୀରକୁ ୩୫ଖଣ୍ଡ କରି କାଟି ଫ୍ରିଜ୍ ରଖିଥିଲେ । ପରେ ୧୮ ଦିନ ଧରି ଏହାକୁ ମେହରୁଲି ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ପୋତି ଥିଲା ।

ଅଧିକ ପଢ଼ନ୍ତୁ : ଚକା ଫାଟି ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଯାତ୍ରୀ...

ତେବେ ଶ୍ରଦ୍ଧା ନିଜ ପରିବାର ସହ ଯୋଗାଯୋଗ ବନ୍ଦ କରିଦେବ ପରେ ପରିବାର ଲୋକ ଝିଅ କଣ ପାଇଁ କଲ୍‌ କରୁନି ତାହା ଜାଣିବା ପାଇଁ କଲ୍‌ କରିଥିଲେ ବି ଝିଅର ଫୋନ୍‌ ଲାଗିନଥିଲା । ଫଳରେ ଶ୍ରଦ୍ଧା ରହୁଥିବା ଭଡା ଘରକୁ ଯାଇଥିଲେ ବାପା ବିକାଶ ମଦାନ ୱାକର । ହେଲେ ଘରେ ତାଲା ପଡିଥିବା ଦେଖି ତାଙ୍କ ମନରେ ସନ୍ଦେହ ହୋଇଥିଲା । ସେ ତୁରନ୍ତ ଯାଇ ପୂଲିସରେ ଖବର ଦେଇଥିଲେ । ପୁଲିସ ଆରମ୍ଭ କରିଥିଲା ଛାନବିନ୍ ।

ପୁଲିସ ଟେକ୍ନିକାଲ ସର୍ଭେଲାନ୍ସ ସହାୟତାରେ ଅଭିଯୁକ୍ତ ଆଫତାବକୁ ଖୋଜି ବାହାର କରିଥିଲା । ଆଉ ସବୁ ସତ କଥା ମାନିଯାଇଥିଲା ଆଫତାବ । ବିବାହ କରିବାକୁ ଶ୍ରଦ୍ଧା ଚାପ ପକାଇବାରୁ ତାକୁ ହତ୍ୟା କରିଥିବା ଏବଂ ୩୫ ଖଣ୍ଡ କରି କାଟି ଫୋପାଡିଥିବା ମାନିଥିଲା । ପୁଲିସ ଯାଇ ସେହି ସବୁ ସ୍ଥାନ ସର୍ଚ୍ଚ କରି କିଛି ହାଡ ଖଣ୍ଡ ଜବତ କରିଥିଲା । ଏବେବି ଏହି ଘଟଣାର ଛାନବିନ୍ ଜାରି ରଖିଛି ପୁଲିସ ।