ସୁଟକେସ୍ ଭିତରୁ ମିଳିଥିଲା ମୃତଦେହ ଉଦ୍ଧାର ଘଟଣା; ସ୍ୱାମୀଙ୍କୁ କେମିତି ମାରିଲା ସ୍ତ୍ରୀ ? ପୋଲିସକୁ ପୁରା ଘଟଣା ବୁଲି ଦେଖାଇଲା ପତ୍ନୀ

 

ଓଡ଼ିଆ ଗସିପ ବ୍ୟୁରୋ: ସ୍ୱାମୀଙ୍କୁ କେମିତି ମାରିଲା ସ୍ତ୍ରୀ ? ସିନ୍ ରିକ୍ରିଏସନ୍ କଲା ନାଚୁଣୀ ପୋଲିସ । ତା ମାନେ ପତ୍ନୀ ଜଣଙ୍କ କେମିତି ତାର ସ୍ୱାମୀକୁ ମାରିଲା ସେହି ଜାଗାକୁ ପୋଲିସ ସହ ଯାଇ ସମ୍ପୁର୍ଣ୍ଣ ଘଟଣା ଗୋଟି ଗୋଟି କରି କହିଛି ।

ସେପଟେ ସ୍ତ୍ରୀକୁ ସହଯୋଗ କରିଥିବା ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଖୋର୍ଦ୍ଧା ନାଚୁଣୀ ନିକଟ ହରିପୁର ଜଙ୍ଗଲରୁ ସୁଟକେସ୍ ଭିତରୁ ମିଳିଥିଲା ମୃତଦେହ । ପତ୍ନୀ ସହଯୋଗୀଙ୍କ ସହ ମିଶି ମାରିଥିବା ଏସପିଙ୍କ ସୂଚନା ଦେଇଥିଲେ । ମୃତକ ଜଣଙ୍କ ନୟାଗଡ ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ସ୍ଥିତ ଲଖାପଡାର ମନୋରଞ୍ଜନ ମହାପାତ୍ର ।

ସେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ଜଡିତ ଥିଲେ । ଗତକାଲି ମଧ୍ୟାହ୍ନ ସମୟରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ନିକଟସ୍ଥ ହରିପୁର ଜଙ୍ଗଲରୁ ଏହି ମୃତଦେହ ଉଦ୍ଧାର କରାଯାଇଛି ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ: ବୟଫ୍ରେଣ୍ଡ ନଥିଲେ କଲେଜ ଆସିବା ମନା; ଭାଲେଣ୍ଟାଇନ୍ସ ପୂର୍ବରୁ ଭାଇରାଲ ହେଉଛି ଚିଠି, ଦେଖନ୍ତୁ ଭିଡ଼ିଓ...

ଜଙ୍ଗଲ ଭିତରୁ ସନ୍ଦିଗ୍ଧ ଅବସ୍ଥାରେ ସୁଟକେସ୍ ଦେଖିବା ପରେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେସ ଖୋଲିବା ପରେ ସେଥିରେ ମୃତଦେହ ଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ, ଗତକାଲି ସକାଳେ ସ୍ଥାନୀୟ କିଛି ଲୋକ ଉକ୍ତ ଜଙ୍ଗଲ ଭିତରକୁ କାଠ ସ°ଗ୍ରହ ପାଇଁ ଯାଇଥିବା ବେଳେ ଏକ ନୀଳ ରଙ୍ଗର ସୁଟକେଶ ପଡ଼ିଥିବା ଦେଖିଥିଲେ । କାଳେ ଏଥିରେ କିଛି ସନ୍ଦିଗ୍ଧ ଜିନିଷ ଥାଇପାରେ ବୋଲି ସନ୍ଦେହ କରି ଏବାବଦରେ ସ୍ଥାନୀୟ ପୁଲିସ ଥାନାକୁ ଖବର ଦେଇଥିଲେ ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ: ଖଣ୍ଡଗିରି ନାଚକୁ ନେଇ ବିବାଦୀୟ କୁଇନ୍ ରାଣୀ ପଣ୍ଡାଙ୍କୁ BMCର ଲକ୍ଷ୍ମଣ ରେଖା, ଲାଗିଲା ଏହି ସବୁ କଟକଣା...

ହରିପୁର ବୃଷଭ ଛକ ୧୬ ନମ୍ବର ଜାତୀୟ ରାଜପଥ ନିକଟରୁ ଅନତି ଦୁର ତାରିଣୀ ମନ୍ଦିର ପାଖ ହରିପୁର ଜଙ୍ଗଲ ମଧ୍ୟରେ ଏହି ଅଜଣା ସୁଟକେସ ପଡ଼ିଥିବା ଖବର ପାଇ ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେଶ ଖୋଲିବା ପରେ ଘଟଣାଟି ଜଣାପଡ଼ିଥିଲା ।

ପୁଲିସ ଏହି ଘଟଣାଟିର ସବୁ ଦିଗକୁ ନେଇ ତନାଘନା ଜାରି ରଖିଥିଲା । ସୂଚନାରୁ ପ୍ରକାଶ, ଏହି ଅଜଣା ସୁଟକେସ ଖୋଲିବା ପରେ ଏଥିରେ ଏକ ଯୁବକର ଶବ ଯାହାର ହାତ ଗୋଡ ମୋଡ଼ି ମାଡ଼ି ରଖା ଯାଇଥିବା ଦେଖିବାକୁ ମିଳିଥିଲା ।