ଆଇପିଏସ (IPS) ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ…

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟର ବରିଷ୍ଠ ଆଇପିଏସ (IPS) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅରୁଣ କୁମାର ରାୟ କମ୍ୟୁନିକେସନ ଏଡିଜି ଭାବେ ନିଯୁକ୍ତ ହୋଇଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀ ଲଳିତ ଦାସଙ୍କୁ ରାଜ୍ୟ ସରକାର ହେଡକ୍ୱାର୍ଟର ଏଡିଜି ଭାବେ ଅବସ୍ଥାପନ କରିଛନ୍ତି । ସେହିପରି ଚଳିତ ମାସରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଯଶୋବନ୍ତ ଜେଠଓ୍ବା ହୋଇଛନ୍ତି ଏଡିଜି ଆଇନଶୃଙ୍ଖଳା । SCRB ନିର୍ଦ୍ଦେଶକ ଭାବେ ବିନୟତୋଷ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର ।
 

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟର ବରିଷ୍ଠ ଆଇପିଏସ (IPS) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅରୁଣ କୁମାର ରାୟ କମ୍ୟୁନିକେସନ ଏଡିଜି ଭାବେ ନିଯୁକ୍ତ ହୋଇଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀ ଲଳିତ ଦାସଙ୍କୁ ରାଜ୍ୟ ସରକାର ହେଡକ୍ୱାର୍ଟର ଏଡିଜି ଭାବେ ଅବସ୍ଥାପନ କରିଛନ୍ତି ।

ସେହିପରି ଚଳିତ ମାସରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଯଶୋବନ୍ତ ଜେଠଓ୍ବା ହୋଇଛନ୍ତି ଏଡିଜି ଆଇନଶୃଙ୍ଖଳା ।

SCRB ନିର୍ଦ୍ଦେଶକ ଭାବେ ବିନୟତୋଷ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । କମିସନରେଟ ପୋଲିସର ଅତିରିକ୍ତ ପୋଲିସ କମିଶନର ସଂଜୟ କୁମାର ସିଂହ ଆଧୁନିକୀକରଣ ଆଇଜି ଭାବେ ନିଯୁକ୍ତି ଦିଆଯାଇଛି ତେବେ ରେଖା ଲୋହାନୀ ହେଲେ ଟୁଇନ ସିଟି ଅତିରିକ୍ତ ପୋଲିସ କମିଶନର ।

ରିତୁ ଆରୋରାଙ୍କୁ ଗୃହ ବିଭାଗ ଓଏସ୍ଡି କରାଯାଇଥିବାବେଳେ ରାଜେଶ କୁମାର ହୋଇଛନ୍ତି ଆଇଜି ଏଫ୍ଏସ୍ଏଲ୍ ।

ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସ୍ପି ଭାବେ ବଦଳି କରିଛନ୍ତି ସରକାର । ଏହା ପୂର୍ବରୁ ଶ୍ରୀମତୀ ଜେମ୍ସ ଢେଙ୍କାନାଳ ଏସପି ଭାବେ କାର୍ଯ୍ୟ ନିର୍ବାହ କରିଆସୁଥିଲେ ।