ଶାସନର ଏତେ ବର୍ଷ ପରେ ନବୀନ ସରକାର ନେଲେ ବଡ଼ ନିଷ୍ପତ୍ତି, ଓଡ଼ିଆ ଗର୍ବିତ

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାର ରାଜ୍ୟ ସଂଗୀତ ହେଲା ‘ବନ୍ଦେ ଉତ୍କଳ ଜନନୀ’ । କାନ୍ତକବୀ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ଏହି ଲେଖାକୁ ଆଜି ନବୀନ କ୍ୟାବିନେଟ୍ ମଞ୍ଜୁର ପ୍ରଦାନ କରିଛି । ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ମିଳିଛି । ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାର ରାଜ୍ୟ ସଂଗୀତ ହେଲା ‘ବନ୍ଦେ ଉତ୍କଳ ଜନନୀ’ । କାନ୍ତକବୀ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ଏହି ଲେଖାକୁ ଆଜି ନବୀନ କ୍ୟାବିନେଟ୍ ମଞ୍ଜୁର ପ୍ରଦାନ କରିଛି । ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ମିଳିଛି । ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂରେ ଅନୁଷ୍ଠିତ ଏହି ବୈଠକରେ ମାତ୍ର ଏହି ଗୋଟିଏ ପ୍ରସ୍ତାବ ପାରିତ ହୋଇଥିବା ସୂଚନା ମିଳିଛି ।

ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେଇଥିବା ବେଳେ ଅନ୍ୟ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ଲୋକସେବା ଭବନରେ ଉପସ୍ଥିତ ଥିଲେ ।

୧୯୧୨ ମସିହାରୁ ଏହି ସଙ୍ଗୀତ ଉତ୍କଳ ଅଧିବେଶନର ବିଭିନ୍ନ ଅଧିବେଶନରେ ଗାନ କରାଯାଉଛି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ଏହା ଜନମାନସରେ ରହିଆସିଛି । କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ଉତ୍ସାହିତ କରିବାକୁ ମେ’ ୩୦ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ମୁଖ୍ୟମନ୍ତ୍ରୀ ଆହ୍ୱାନ କ୍ରମେ ଗାନ କରାଯାଇଥିଲା ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ସୃଷ୍ଟିକୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଛି । ଏହାର ରେକର୍ଡିଂ ସହ ଢାଞ୍ଚା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରସ୍ତୁତ କରିବ । ବିଧାନସଭା ଅଧିବେଶନ ଓ ଅନ୍ୟ ସରକାରୀ କାର୍ଯ୍ୟକ୍ରମରେ ଏହା ଗାନ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଏହାର ଗାନ କରାଯିବ । ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ ଏହାକୁ ଗାନ କରାଯିବ । ଗାନ ବେଳେ ସମସ୍ତେ ଛିଡ଼ା ହେବେ । ବୟସ୍କ ଓ ଶାରୀରିକ ଅସୁସ୍ଥତା ବ୍ୟକ୍ତି ବସିରହି ସଙ୍ଗୀତକୁ ସମ୍ମାନ ଜଣାଇବେ ।

ସଙ୍ଗୀତର ପ୍ରଚାର ପ୍ରସାର ଅଭିବୃଦ୍ଧି ଲାଗି କୌଣସି କଟକଣା ରହିବ ନାହିଁ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ସାମିଲ୍ ପାଇଁ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।