ବାବାଙ୍କ ‘ହାତୀ’ ଯୋଗ: ନାମ ନେଲେ ରାମଦେବ

ବାବାଙ୍କ ‘ହାତୀ’ ଯୋଗ: ନାମ ନେଲେ ରାମଦେବ
ବାବାଙ୍କ ‘ହାତୀ’ ଯୋଗ: ନାମ ନେଲେ ରାମଦେବ

ଓଡ଼ିଆ ଗସିପ୍ ବ୍ୟୁରୋ: ବଡ ବିପଦରୁ ବର୍ତ୍ତିଗଲେ ବାବା ଯୋଗଗୁରୁ ବାବା ରାମଦେବ । ହାତୀ ଉପରେ ଯୋଗ କରୁକରୁ ଅସାବଧାନତା ବଶତ ତଳକୁ ଖସି ପଡିଥିଲେ ।

ଏଥିରେ ତାଙ୍କ ଶରୀରରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଏନେଇ ରାମଦେବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଭିଡିଓ ଗତ ସୋମବାରର ବୋଲି ସୂଚନା ମିଳିଛି ।

ବାବା ରାମଦେବ ଯେତେବେଳେ ମଥୁରାର ରାମନାରତୀ ଆଶ୍ରମରେ ସାଧୁମାନଙ୍କୁ ଯୋଗ ଅଭ୍ୟାସ ଶିଖାଉଥିଲେ ।

ସେହି ସମୟରେ ଏଭଳି ଅଘଟଣ ହୋଇଥିଲା ।

Share this story

World Odia Language Conferene