ମହିଳାଙ୍କୁ ନେଇ ଅନୁଭବଙ୍କ ମନରେ ତା ହେଲେ ଏୟା ଅଛି? ମିଳିଗଲା ପ୍ରମାଣ!

ମହିଳାଙ୍କୁ ନେଇ ଅନୁଭବଙ୍କ ମନରେ ତା ହେଲେ ଏୟା ଅଛି? ମିଳିଗଲା ପ୍ରମାଣ!
ମହିଳାଙ୍କୁ ନେଇ ଅନୁଭବଙ୍କ ମନରେ ତା ହେଲେ ଏୟା ଅଛି? ମିଳିଗଲା ପ୍ରମାଣ!

ଓଡ଼ିଆ ଗସିପ୍ ବ୍ୟୁରୋ: ଷ୍ଟାର କପୁଲ ଅନୁଭବ ମହାନ୍ତି-ବର୍ଷ। ପ୍ରିୟଦର୍ଶିନୀଙ୍କୁ ନେଇ ବାଟରେ ହାଟରେ ଚର୍ଚ୍ଚା । ସେମାନଙ୍କ ମଧ୍ୟରେ ଆଉ କିଛି ନାହିଁ କି ଆଉ ସମଥିଙ୍ଗ ସମଥିଙ୍ଗ ହେଉନାହିଁ । ଅନୁଭବ କୁଆଡ଼େ ସବୁ ବାଳୁଙ୍ଗାମୀର ସୀମା ଟପି ସ୍ତ୍ରୀକୁ ନିର୍ଯାତନା ଦେଉଛନ୍ତି ବୋଲି ଅନେକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆମେ ମଧ୍ୟ ଅନୁଭବ ଓ ବର୍ଷାଙ୍କ ସମ୍ପର୍କରେ ପୂର୍ବରୁ ଅନକ ସମାନ୍ତରାଳ ଖବର ପରିବେଶଣ କରିଛୁ । ଆଜି ସେମିତି କିଛି ଖବର ନେଇ ଆସିଛୁ । ଅନୁଭବଙ୍କ ମନର କଥା ଯାହା ସେ ସୋସିଆଲ ମିଡିଆ ଜରିଆରେ ବାର୍ତ୍ତା ଦେଇଛନ୍ତି ତାକୁ ଆପଣଙ୍କ ନିକଟରେ ଉପସ୍ଥାପନ କରୁଛୁ । କିଏ ଠିକ୍ ଆଉ କିଏ ଭୁଲ୍ ସେ ନିଷ୍ପତ୍ତି ନେବାର ଅଧିକାର କେବଳ ଆପଣ ଓ ଆପଣଙ୍କର ହିଁ ରହିଛି ।

ମହିଳାଙ୍କୁ ନେଇ ଅନୁଭବଙ୍କ ମନରେ ତା ହେଲେ ଏୟା ଅଛି? ମିଳିଗଲା ପ୍ରମାଣ!

ଅନୁଭବ କୁଆଡ଼େ ମହିଳାଙ୍କୁ ସମ୍ମାନ ଦିଅନ୍ତି ନାହିଁ, ତାଙ୍କୁ ସମ୍ମାନ ଦେଇ ଆସେନାହିଁ ବୋଲି ଶୁଣିବାକୁ ମିଳୁଛି । କିଏ କହୁଛି ସେ ନାଟକବାଜୀରେ ମାହିରେ ରିଏ ପୁଣି କହୁଛି ଅନୁଭବଙ୍କ ବାସ୍ତବରେ ବ୍ୟବହାର ଜଣାନାହିଁ ଏମିତି ଅନେକ । ତେବେ ଅନୁଭବ ମହିଳାଙ୍କୁ ସମ୍ମାନ ଦିଅନ୍ତି ବୋଲି ଗତ ଅଗଷ୍ଟ ମାସ 26 ତାରିଖରେ କହିଥିଲେ । ଜାଣନ୍ତୁ କଣ କହିଥିଲେ ଅନୁଭବ ।…

ଗତ 26 ତାରିଖରେ ବିଶ୍ୱ ମହିଳା ସମାନତା ଅଧିକାର ଦିବସ ଅବସରରେ ଏକ ପୋଷ୍ଟ କରିଥିଲେ କେନ୍ଦ୍ରାପଡ଼ାର ବିଜେଡି ସାଂସଦ ତଥା ବର୍ତ୍ତମାନ ନିଜ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ବିବାଦକୁ ଆସିଥିବା ଅନୁଭବ ମହାନ୍ତି । ସେ ସେହିଦିନ ନିଜ ଫେସବୁକ୍ ପେଜ୍ ରେ ଲେଖିଛନ୍ତି ଯେ, ବିଶ୍ୱ ମହିଳା ସମାନତା ଦିବସରେ ସମସ୍ତ ମହିଳା ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ । ଆମ ରାଜ୍ୟ ସରକାର ମହିଳା ସଶକ୍ତିକରଣ ଉପରେ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି । ମହିଳାଙ୍କ ସ୍ଥିତି ସମାଜରେ ଯେତେ ମହତ୍ତ୍ୱପୂର୍ଣ୍ଣ, ସମ୍ମାନଜନକ ସକ୍ରିୟ ହେବ ଦେଶ ସେତେ ଉନ୍ନତ ଓ ମଜବୁତ ହେବ। ଆସନ୍ତୁ ସମସ୍ତେ ମହିଳା ମାନଙ୍କୁ ସମ୍ମାନ ଓ ଆଦର ପ୍ରଦାନ କରିବା ।

ଅବଶ୍ୟ ସେତେବେଳେ ଘରୋଇ ହିଂସା ମାମଲା ସାମ୍ନାକୁ ଆସିନଥିଲା ଏବଂ ଅନୁଭବଙ୍କୁ ନେଇ ବିଶେଷ କିଛି ନକରାତ୍ମକ ଟିପ୍ପଣୀର ଶିକାର ହେବାକୁ ପଡ଼ିନଥିଲା ଏବେ କିନ୍ତୁ ଅନୁଭବଙ୍କ ମହିଳାଙ୍କ ପ୍ରତି ଆଚରଣକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ଯାହା ତାଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରୁଛି ବୋଲି କୁହାଯାଇପାରେ  ।

Share this story

World Odia Language Conferene