କାଲିଠୁ ଦକ୍ଷିଣରେ ଜଳ ପ୍ରଳୟ: ସାବଧାନ ଓ ସତର୍କତା ଜରୁରୀ

କାଲିଠୁ ଦକ୍ଷିଣରେ ଜଳ ପ୍ରଳୟ: ସାବଧାନ ଓ ସତର୍କତା ଜରୁରୀ
କାଲିଠୁ ଦକ୍ଷିଣରେ ଜଳ ପ୍ରଳୟ: ସାବଧାନ ଓ ସତର୍କତା ଜରୁରୀ

ଓଡ଼ିଆ ଗସିପ ବ୍ୟୁରୋ:  ଲଘୁଚାପ ପରେ ଲଘୁଚାପ । ଗୋଟିଏ ଯାଉ ଯାଉ ଆଉ ଗୋଟିଏ ଆସୁଛି । ଆସନ୍ତାକାଲିଠୁ ହିଁ ଏହା ପ୍ରଭାବ ପକାଇବା ଆରମ୍ଭ କରିଦେବ ।

ମାତ୍ର ୩ ଦିନ ତଳେ ଅବପାତ ଜନିତ ଲଗାଣ ବର୍ଷା ଫଳରେ ବେହାଲ ହୋଇପଡିଥିଲା ଗଂଜାମ ଓ ଗଜପତି ଜିଲ୍ଲା ।

କେଉଁଠି ରାସ୍ତା ଧୋଇଯାଇଥିଲା, ତ ଆଉ କେଉଁଠି ବିଦ୍ୟୁତ ଖୁଂଟ ଉପୁଡି ପଡିଥିଲା । ଏପରିକି ପାହାଡିଆ ଅଂଚଳରେ ଲଗାଣ ବର୍ଷାରେ ମାଟି ଧସିଯାଇଥିଲା ।

ଏହି ସମସ୍ୟାରୁ ମୁକୁଳିବା ପୂର୍ବରୁ ପୁଣି ଏକ ଲଘୁଚାପର ସମ୍ଭାବନା ସୃଷ୍ଟି ହୋଇଛି । ଏହା ସହ ଆସନ୍ତାକାଲିଠୁ ଦକ୍ଷିଣ ଓଡିଶାରେ ଲଗାଣ ବର୍ଷାର ଆଶଙ୍କା ରହିଛି ।

 ପାଣିପାଗ ବିଭାଗ ଆକଳନ ଅନୁସାରେ 19ରୁ 22 ପର୍ଯ୍ୟନ୍ତ ବର୍ଷା ହେବ ।

ସମଗ୍ର ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।

 ବଂଶଧାରା, ନାଗାବଳୀ ଓ ଋଷିକୂଲ୍ୟା ନଦୀର ରିଜର୍ଭୟରରେ ଜଳ 80 ଶତକଡରୁ କମ କରାଯାଇ 65ରୁ 70  ଶତକଡା ରଖାଯାଇଛି ।

8ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି ।

ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ସମସ୍ତ ପ୍ରକାର ସରଞ୍ଜାମ ଯଥା ବାଳିବସ୍ଥା ଓ ବାଉଁଶ ରଖାଯାଇଛି ।

ଜଳସମ୍ପଦ ବିଭାଗ ସଜାଗ ରହିଛି । ଭୟଭୀତ ହେବାର କାରଣ ନାହିଁ ।

Share this story

World Odia Language Conferene