ଅବପାତର ରୂପ ନେଲା ଲଘୁଚାପ, ମତ୍ସ୍ୟଜୀବୀଙ୍କୁ ୧୩ଯାଏଁ ସମୁଦ୍ର ମନା

ଅବପାତର ରୂପ ନେଲା ଲଘୁଚାପ, ମତ୍ସ୍ୟଜୀବୀଙ୍କୁ ୧୩ଯାଏଁ ସମୁଦ୍ର ମନା
ଅବପାତର ରୂପ ନେଲା ଲଘୁଚାପ, ମତ୍ସ୍ୟଜୀବୀଙ୍କୁ ୧୩ଯାଏଁ ସମୁଦ୍ର ମନା

ଓଡ଼ିଆ ଗସିପ୍ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି ।

ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ରହିଛି ।

ଆସନ୍ତା ୨୪ ଘଣ୍ଟା ଭିତରେ ଏହା ତୀବ୍ର ଅବପାତରେ ରୂପ ନେବାକୁ ଯାଉଥିବା ଆକଳନ କରିଛି ପାଣିପାଗ ବିଭାଗ ।

ଓଡ଼ିଶା ଅପେକ୍ଷା ଆନ୍ଧ୍ରପ୍ରଦେଶ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ ବୋଲି ଜଣା ପଡ଼ିଛି। ଅକ୍ଟୋବର ୧୧-୧୩ପର୍ଯ୍ୟନ୍ତ ଲଘୁଚାପର ପ୍ରଭାବ ରହିବ।

ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ବିଶାଖାପାଟଣାଠାରୁ ଏହା ୪୩୦ କିଲୋମଟିର ଦୂରରେ ଗତି କରୁଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

 ଏପଟେ ଆଜିଠୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଅକ୍ଟୋବର ୧୪ରେ ଆଉ ଏକ ଲଘୁଚାପ ହୋଇପାରେ ବୋଲି ଆକଳନ କରାଯାଇଛି। ଆସନ୍ତା ୧୨ ଏବଂ ୧୩ରେ ଦକ୍ଷିଣ ଉପକୂଳ, ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Share this story

World Odia Language Conferene