ଜାଣନ୍ତୁ କିଏ ଏହି କରୋନା ୱାରିୟର ଯିଏ ହନୁମାନଙ୍କ ରୂପ ସାଜି ଆଣିଛନ୍ତି ସଂଜୀବନି, ଏବେ ଜିତିବ ଭାରତ ହାରିବ କରୋନା…

ଜାଣନ୍ତୁ କିଏ ଏହି କରୋନା ୱାରିୟର ଯିଏ ହନୁମାନଙ୍କ ରୂପ ସାଜି ଆଣିଛନ୍ତି ସଂଜୀବନି, ଏବେ ଜିତିବ ଭାରତ ହାରିବ କରୋନା…
ଜାଣନ୍ତୁ କିଏ ଏହି କରୋନା ୱାରିୟର ଯିଏ ହନୁମାନଙ୍କ ରୂପ ସାଜି ଆଣିଛନ୍ତି ସଂଜୀବନି, ଏବେ ଜିତିବ ଭାରତ ହାରିବ କରୋନା…

ଓଡ଼ଆ ଗସିପ ବ୍ୟୁରୋ: କୋଭିଡ -19 ଭୂତାଣୁ ବିରୁଦ୍ଧରେ ଭାରତର ଲଢ଼େଇରେ ଏକ ନୂଆ ଉପଲବ୍ଧି । ପୁଣେ ସ୍ଥିତ ଡାଇଗ୍ନୋଷ୍ଟିକ୍ ସଂସ୍ଥା ଏହି ସପ୍ତାହରେ ଦେଶର ପ୍ରଥମ ପରୀକ୍ଷଣ କିଟ୍ ବିକଶିତ କରିଛି । କରୋନା ଭାଇରସ ପରୀକ୍ଷାରେ ବିଳମ୍ୱକୁ ନେଇ ଭାରତ ସମାଲୋଚନାର ଶିକାର ହେଉଥିବା ବେଳେ ଏହି ଖବର ଆମ ସମସ୍ତଙ୍କ ପାଇଁ ଆଶ୍ୱସ୍ତିର ଖବର ।

କାରଣ ଆମେରିକା ଏବଂ ୟୁରୋପର କିଟ୍ ସାହାଯ୍ୟରେ କରୋନା ପରୀକ୍ଷା ହେଉଛି । କାରଣ କରୋନା ପରୀକ୍ଷା ସଂଖ୍ୟା ତୁଳନାରେ କିଟ୍ ସଂଖ୍ୟା କମ୍ ରହିଛି । ଏଭଳି ଯୁଦ୍ଧକାଳୀନ ସ୍ଥିତିରେ ଗର୍ଭବତୀ ଥାଇ ଭିରୋଲୋଜିଷ୍ଟ ମୀନାଲ ଡଖାଭେ ଭୋସଲେ କରୋନା କିଟ୍ ଆବିଷ୍କାର କରିଛନ୍ତି ।

କିଟ୍‌ ଆବିଷ୍କାର କରିବା ପରେ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ସେ ଯେଉଁ କିଟ୍‌ ତିଆରି କରିଛନ୍ତି ତାହାର ନାମ ପଠାଓ ଡିଟେକ୍ଟ ରହିଛି । ପୁରୁଣା କିଟ୍ କରୋନା ରେଜଲ୍ଟ ପାଇଁ ପାଖାପାଖି ୬-୭ ଘଣ୍ଟା ସମୟ ନେଉଥିବା ବେଳେ ଏହି କିଟ୍ ୨ରୁ ୨.୩୦ ମିନିଟରେ ରେଜଲ୍ଟ ଦେଇପାରୁଛି । ଗୁରୁବାର ଏହି କିଟ୍ ବଜାରରେ ଉପଲବ୍ଧ ହୋଇଛି ।

ପୁଣେ ସ୍ଥିତ ମାଇଁଲାବ ଡିସକୋଭେରୀ ଏହି କରୋନା କିଟ୍‌ର ଆବିଷ୍କାର କରିଛି । ପ୍ରଥମ ପର୍ଯ୍ୟାୟରେ ୧୫୦ଟି କିଟ୍ ତିଆରି କରାଯାଇଛି । ଏହି କିଟ୍‌ ପୁଣେ, ମୁମ୍ୱାଇ, ଗୋଆ ଏବଂ ବେଙ୍ଗାଲୁରୁକୁ ପଠାଯାଇଛି । ସୋମବାର ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ କିଟ୍ ତିଆରି କରିବାକୁ ପ୍ରସ୍ତୁତି ଚାଲିଛି । ଏଥିପାଇଁ ଲ୍ୟାବର ସମସ୍ତ କର୍ମଚାରୀ ନିୟୋଜିତ ରହିଛନ୍ତି ବୋଲି ମାଇଁଲ୍ୟାବର ଡାକ୍ତର ଡକ୍ଟର ଗୌତମ ଓ୍ୱାଙ୍ଖଡେ କହିଛନ୍ତି । ଆବଶ୍ୟକ ପଡ଼ିଲେ ୨ ଲକ୍ଷ କିଟ୍ ତିଆରି କରିବ ବୋଲି ଏହି ସେ କହିଛନ୍ତି । ପୂର୍ବରୁ ଏହି ଲ୍ୟାବ ଏଚଆଇଭି, ହେପାଟାଇଟିସ ବି ଏବଂ ସି ଓ ଅନ୍ୟାନ୍ୟ ରୋଗ ପରୀକ୍ଷା ପାଇଁ କିଟ୍ ତିଆରି କରିଥିଲା ।

ପଠାଓ ଡିଟେକ୍ଟ କିଟରେ ୧୦୦ଟି ନମୁନା ପରୀକ୍ଷା ହୋଇପାରିବ । ଏଥିପାଇଁ ୧୨୦୦ ଟଙ୍କା ଖର୍ଚ୍ଚ ହେବ । ହେଲେ ବିଦେଶୀ କିଟ୍‌ରେ ଏକଥରେ ଗୋଟିଏ ନମୁନା ପରୀକ୍ଷା କରିହେବ । ଏଥିପାଇଁ ୪,୫୦୦ ଟଙ୍କା ଖର୍ଚ୍ଚ ହେବ ।

ଏହି କିଟ୍‌ ଆବିଷ୍କାର କରିବାରେ ଭିରୋଲଜିଷ୍ଟ ମୀନାଲ ନେତୃତ୍ୱ ନେଇଥିଲେ । ୬ ସପ୍ତାହ ମଧ୍ୟରେ ଏହି କିଟ୍ ଆବିଷ୍କାର କରିବାରେ ସେ ସଫଳ ହୋଇଛନ୍ତି । ସବୁଠୁ ବଡ଼ କଥା ହେଲା ଏହି ବୈଜ୍ଞାନିକ ଜଣଙ୍କ ଗର୍ଭବତୀ ଥାଇ ଦେଶ ପାଇଁ ଜରୁରୀକାଳୀନ ଭିତ୍ତିରେ ଯଦିଓ ପଠାଓ ଡିଟେକ୍ଟ କିଟ୍‌ର ଆବିଷ୍କାର କରିଛନ୍ତି । ପ୍ରୋଜେକ୍ଟ ଟିମକୁ ଟେଷ୍ଟ୍‌ କିଟ୍‌ ହସ୍ତାନ୍ତର କରିବା ପରେ ଗତ ସପ୍ତାହରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଫେବୃଆରୀ ମାସରେ ସେ କିଟ୍ କାମ ଆରମ୍ଭ କରିଥିଲେ । ୧୮ ମାର୍ଚ୍ଚରେ ସେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲଜିକୁ ପ୍ରୋଜେକ୍ଟ ହସ୍ତାନ୍ତର କରିଥିଲେ ।

ଏହା ଯୁଦ୍ଧକାଳୀନ ପରିସ୍ଥିତି ଥିଲା । ତେଣୁ ଦେଶର ସେବା ପାଇଁ ସେ ଏଭଳି ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ ବୋଲି ମୀନାଲ କହିଛନ୍ତି । ତାଙ୍କ ଟିମରେ ମୋଟ୍ ୧୦ ଜଣ ସଦସ୍ୟ ଥିଲେ । ଏକା ସାଙ୍ଗରେ ଏବେ ଯଦି ୧୦ଟି ସ୍ୱାବ ନିଆଯିବ ତାହେଲେ ୧୦ଟି ରେଜଲ୍ଟ ଏକା ସାଙ୍ଗରେ ଦେଖାଇବ ବୋଲି ସେ କହିଛନ୍ତି । ଏବେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏହି କିଟ୍‌ ବ୍ୟବହାର ପାଇଁ ଅନୁମତି ଦେଇଛି ।

Share this story

World Odia Language Conferene