ସିଏମ୍ ରିଲିଫ୍ ଫଣ୍ଡକୁ ପୁଣି ଦାନ ଦେଲେ ସୁବ୍ରତ ବାଗଚୀ ଓ ପତ୍ନୀ; ପ୍ରଶଂସା କଲେ ନବୀନ, ଏହି ଜିଲ୍ଲା ପାଇଁ ହେବ ଖର୍ଚ୍ଚ…

ସିଏମ୍ ରିଲିଫ୍ ଫଣ୍ଡକୁ ପୁଣି ଦାନ ଦେଲେ ସୁବ୍ରତ ବାଗଚୀ ଓ ପତ୍ନୀ; ପ୍ରଶଂସା କଲେ ନବୀନ, ଏହି ଜିଲ୍ଲା ପାଇଁ ହେବ ଖର୍ଚ୍ଚ…
ସିଏମ୍ ରିଲିଫ୍ ଫଣ୍ଡକୁ ପୁଣି ଦାନ ଦେଲେ ସୁବ୍ରତ ବାଗଚୀ ଓ ପତ୍ନୀ; ପ୍ରଶଂସା କଲେ ନବୀନ, ଏହି ଜିଲ୍ଲା ପାଇଁ ହେବ ଖର୍ଚ୍ଚ…

ଓଡ଼ିଆ ଗସିପ୍ ବ୍ୟୁରୋ: ‘ମୋ ସ୍କୁଲ’ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି ।

କୋଭିଡ୍‌-୧୯ ଦ୍ବାରା ପ୍ରଭାବିତ ପୁରୀ ଜିଲ୍ଲାର ଅସହାୟ ବୃଦ୍ଧା ମହିଳାମାନଙ୍କ ପାଇଁ ଏହି ସହାୟତା ବିନିଯୋଗ ହେବ । ଶ୍ରୀମତୀ ଓ ବାଗ୍‌ଚୀଙ୍କ ଏହି ଉଦାରତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ଭିଡିଓ କନଫରେନ୍ସି ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ପରିମାଣର ଚେକ୍‌ ଗ୍ରହଣ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଧନ୍ୟବାଦ ପତ୍ର ସେମାନଙ୍କୁ ପ୍ରଦାନ କରିଥିଲେ ।

ଏହି ଅବସରରେ ଶ୍ରୀମତୀ ବାଗ୍‌ଚୀ କହିଥିଲେ ଯେ ଓଡିଶା ବାସୀ ଯେତେବେଳେ ଇଛା ହୁଏ ସେତେବେଳେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି । ମନ୍ଦିର ବନ୍ଦ ହେବା ପରେ ମନ୍ଦିର ନିକଟରେ ଓ ପୁରୀ ସହରରେ ଛୋଟ ଛୋଟ ଦୋକାନ କରି ପେଟ ପୋଷୁଥିବା ମା’ ମାଉସୀ ମାନଙ୍କ ସହାୟତା ପାଇଁ ଏହି ଅନୁଦାନ ପ୍ରଦାନ କରି ସେ ନିଜକୁ ଧନ୍ୟ ମନେ କରୁଛନ୍ତି ।

ସୁବ୍ରତ ବାଗ୍‌ଚୀ କହିଥିଲେ ଯେ, ଏହି ଅନୁଦାନ ପ୍ରଦାନ କରି ସେମାନେ ନିଜକୁ ଅତ୍ୟନ୍ତ ସମ୍ମାନିତ ମନେ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ସେମାନଙ୍କର ଏହି ଛୋଟ ସହାୟତା ଗ୍ରହଣ କରିଥିବାରୁ ସେ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଥିଲେ ଯେ ପୁରୀର ଅସହାୟ ମହିଳା ମାନଙ୍କ କଲାଣ ପାଇଁ ଏହା ବିନିଯୋଗ ହେବ ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଶ୍ରୀମତୀ ବାଗଚୀ ବଲାଙ୍ଗୀରର TMCରେ ଥିବା ମହିଳା ମାନଙ୍କ ପାଇଁ ଅଢ଼େଇ କୋଟି ଟଙ୍କା CMRF କୁ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର, ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଉପସ୍ଥିତ ଥିଲେ ।

Share this story

World Odia Language Conferene