ଫ୍ଲିପ୍‌କାର୍ଟ ଗ୍ରୀଡ୍ ରୋବୋଟିକ୍ସ ଚ୍ୟାଲେଞ୍ଜରେ ସୋଆ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଫ୍ଲିପ୍‌କାର୍ଟ ଗ୍ରୀଡ୍ ରୋବୋଟିକ୍ସ ଚ୍ୟାଲେଞ୍ଜରେ ସୋଆ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ କୃତିତ୍ୱ
ଫ୍ଲିପ୍‌କାର୍ଟ ଗ୍ରୀଡ୍ ରୋବୋଟିକ୍ସ ଚ୍ୟାଲେଞ୍ଜରେ ସୋଆ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ସାରା ବିଶ୍ୱ ଯୁଦ୍ଧରେ ବ୍ୟସ୍ତ ଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ୫ ଜଣ ଛାତ୍ରଛାତ୍ରୀ ସାଉଁଟିଛନ୍ତି ସଫଳତା । ଫ୍ଲିପ୍‌କାର୍ଟ ଗ୍ରୀଡ୍ ୨.୦ ରୋବୋଟିକ୍ସ ଚ୍ୟାଲେଞ୍ଜରେ ଲେବଲ୍ ଟୁ ରେ ପହଂଚି ପାରିଛନ୍ତି । ଆଇଆଇଟି ଏବଂ ଏନ୍‌ଆଇଟି ବ୍ୟତିତ ଓଡ଼ିଶାର ଅନ୍ୟତମ ଟିମ୍ ଭାବେ ସୋଆର ଛାତ୍ରଛାତ୍ରୀମାନେ ଏହି ଯୋଗ୍ୟତା ହାସଲ କରିଛନ୍ତି ।

ସାରା ଦେଶର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ସମେତ ଆଇଆଇଟି ଏବଂ ଏନ୍‌ଆଇଟି ଭଳି ବୈଷୟିକ ଅନୁଷ୍ଠାନ ସହ ପ୍ରତିଯୋଗିତା କରି ଉଚ୍ଚକୋଟୀର ଉତ୍କର୍ଷତା ପ୍ରତିପାଦନ କରିଛନ୍ତି ଏହି ଛାତ୍ରଛାତ୍ରୀ । ଏହି ଗ୍ରୁପ୍ ସିସ୍କୋ ଥିଙ୍କବାଟର ଷ୍ଟାର୍ଟଅପ୍ ଟ୍ରାକ୍ ପ୍ରୋଗ୍ରାମରେ ମଧ୍ୟ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଡ୍ରୋନ୍ ସଫ୍ଟୱେୟାର ମାର୍କେଟ୍‌ରେ ମଧ୍ୟ ପ୍ରବେଶ କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ସୂଚାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅପ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କର୍ପୋରେଟ୍ ଏନ୍‌ଗେଜ୍‌ମେଂଟ, ଟ୍ରେନିଂ ଏବଂ ପ୍ଲେସ୍‌ମେଂଟର ମୁଖ୍ୟ ପ୍ରଫେସର ସୁଜିତ ଦାସ ।

କମ୍ପ୍ୟୁଟର୍ ସାଇନ୍ସ ବିଭାଗର୨୦୨୧ ପାସ୍‌ଆଉଟ୍ ବ୍ୟାଚ୍‌ର ଏହି ପାଂଚ ଜଣିଆ ଟିମ୍‌୍ ଦୃଷ୍ଟାନ୍ତମୂଳକ ଗବେଷଣା ସହ ଶିଳ୍ପ ଏବଂ ଗ୍ରାହକ ବଜାର କ୍ଷେତ୍ରରେ ଅନେକ ବିକାଶମୂଳକ ପ୍ରୋଜେକ୍ଟ କୁ ନେଇ କାର୍ଯ୍ୟ କରିଥିବା ପ୍ରଫେସର ଦାସ କହିଛନ୍ତି ।

ଜୀବିତେଶ ଦେବତା, ଅରୁଣ କୁମାର ମହାନ୍ତି, ମନୋସିନି ଦାସ, ମହମ୍ମଦ ଆଜମଲ୍ ଏବଂ ଅଂଶୁମାନ୍ ପଣ୍ଡାଙ୍କୁ ନେଇ ଏହି ଟିମ୍ ଗଠିତ ହୋଇଥିବା ବେଳେ କରୋନା ଲକ୍‌ଡାଉନ୍ ସମୟରେ ସାମାଜିକ ଦୂରତା ରକ୍ଷା କରି ସମୟର ସଦୁପଯୋଗ କରି ତାଙ୍କର ପ୍ରୋଜେକ୍ଟ ଉପରେ ମନୋନିବେଶ କରିଛନ୍ତି ବୋଲି ପ୍ରଫେସର ଦାସ କହିଛନ୍ତି । ସେମାନଙ୍କର ଏହି ପ୍ରୋଜେକ୍ଟକୁ ନେଇ ବିଶ୍ୱବିଦ୍ୟାଳୟ ଏବଂ ଫ୍ୟାକଲ୍ଟି ମେମ୍ବର୍‌ମାନଙ୍କର ସହଯୋଗ ଥିବା ଏହି ଛାତ୍ରଛାତ୍ରୀମାନେ କହିଛନ୍ତି ।

ରୋବୋଟିକ୍ସ, ୱେବ୍ ଆପ୍ସ ଅଥବା ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଡେଭଲପ୍‌ମେଂଟ ଠାରୁ ଆରମ୍ଭ କରି ସାମାନ୍ୟ ସ୍ମାର୍ଟ ବଲ୍‌ବର ସମସ୍ୟାକୁ ଆମ ଟିମ୍ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏହାର ସମାଧାନ କରିପାରିବ ବୋଲି ଟିମ୍‌ର ସଦସ୍ୟ ଜୀବିତେଶ ଦେବତା କହିଛନ୍ତି । ଆମ କ୍ୟାରିୟର୍ ଏବଂ ଜୀବନରେ ଖୁବ୍ ଭଲ ଅଭିଜ୍ଞତା ହାସଲ କରିଛୁ ବୋଲି ସେ କହିଛନ୍ତି ।
ଏହି ଟିମ୍‌ରେ ଆନ୍ତର୍ଜାତିକ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଜଣେ ଡ୍ରୋନ୍ ପାଇଲଟ୍ ଅଛନ୍ତି ଯିଏକି ଆର୍ଟିଫିସିଆଲ୍ ଇଂଟେଲିଜେନ୍‌ସ୍ କ୍ଷେତ୍ରରେ ମଧ୍ୟ ବେଶ୍ ଅଭିଜ୍ଞ ବୋଲି ପ୍ରଫେସର ଦାସ କହିଛନ୍ତି ।

ସୋଆର ଶୈକ୍ଷିକ ବାତାବରଣ ଏବଂ ବୃତିଗତ ଶିକ୍ଷାଦାନ ବ୍ୟବସ୍ଥା ଆମ ଟିମ୍‌କୁ ଅନେକ ପ୍ରେରଣା ଯୋଗାଇଛି ବୋଲି ଦେବତା କହିଛନ୍ତି । ଆଇଟିଇଆର୍‌ରେ ଶିକ୍ଷା ବ୍ୟବସ୍ଥା ଏବଂ ଶିକ୍ଷା ପ୍ରଦାନର ଶୈଳୀ ଏବଂ ବିଶ୍ୱବିଦ୍ୟାଳୟର କର୍ତୃପକ୍ଷଙ୍କ ନୀରବଚ୍ଛିନ୍ନ ସହଯୋଗ ଆମକୁ ସାହାଯ୍ୟ ଦେଇଛି ବୋଲି କହିଛନ୍ତି ଅନ୍ୟ ଏକ ଛାତ୍ର ଆଜମଲ୍ ।

ଏହି ଟିମ୍ ନୂତନ ବିଚାର ଶକ୍ତି ଏବଂ ଉଦ୍ଭାବନକୁ ସଫଳ ରୂପ ଦେବା ପାଇଁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ ମେକାନିକାଲ୍ ଇଞ୍ଜିନିୟରିଂର ଛାତ୍ରଛାତ୍ରୀଙ୍କ ସହ ସହଯୋଗିତା କରିଥିଲା । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ଛାତ୍ରଛାତ୍ରୀଙ୍କ ସହ ଏହି ଟିମ୍ ଡ୍ରୋନ୍‌ଗୁଡ଼ିକ ନିମନ୍ତେ ଦେଶୀ ଫ୍ଲାଇଟ୍ କନ୍‌ଟ୍ରୋଲର୍‌ସ ପ୍ରସ୍ତୁତ କରୁଥିବା ବେଳେ ମେକାନିକାଲ୍ ଇଞ୍ଜିନିୟରିଂର ଛାତ୍ରଛାତ୍ରୀଙ୍କ ସହିତ ମିଶି ଏବଂ ଆଇଆଇଟି ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ସହଯୋଗରେ ଭେଂଟିଲେସନ୍ ହେଲ୍‌ମେଟ୍ ଏବଂ ଥ୍ରୀଡି ପ୍ରିନ୍‌ଟର୍ ଫାର୍ମ ପ୍ରସ୍ତୁତ କରିଛନ୍ତି ।

ସୋଆ କ୍ୟାମ୍ପସ୍‌ର ବାତାବରଣ ଏଭଳି ରହିଛି ଯେ ଛାତ୍ରଛାତ୍ରୀମାନଙ୍କୁ ନିଜ କ୍ୟାରିୟରରେ ଆଗକୁ ନେବା ପାଇଁ ଏହା ବେଶ ସହାୟକ ହେଉଛି ବୋଲି ଦେବତା କହିଛନ୍ତି ।

Share this story

World Odia Language Conferene