ମହାମାରୀ ଭୟ ମଧ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ; ଅକ୍ଟୋବର ୧ ଯାଏ ଚାଲିବ ଗୃହକାର୍ଯ୍ୟ

ମହାମାରୀ ଭୟ ମଧ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ; ଅକ୍ଟୋବର ୧ ଯାଏ ଚାଲିବ ଗୃହକାର୍ଯ୍ୟ
ମହାମାରୀ ଭୟ ମଧ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ; ଅକ୍ଟୋବର ୧ ଯାଏ ଚାଲିବ ଗୃହକାର୍ଯ୍ୟ

ଓଡ଼ିଆ ଗସିପ୍ ବ୍ୟୁରୋ:  ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଏହା ଆସନ୍ତା ମାସ ଅର୍ଥାତ ଅକ୍ଟୋବର ୧ତାରିଖ ଯାଏ ଚାଲିବ ।   ଏଥର ମୌସୁମୀ ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଲୋକସଭା ଓ ରାଜ୍ୟସଭା ଅଲଗା ଅଲଗା ସମୟରେ ବସିବ। ପ୍ରଶ୍ନକାଳ, ଶୂନ୍ୟକାଳ, ପ୍ରାଇଭେଟ ମେମ୍ବର ବିଲ ଉପସ୍ଥାପନ ହୋଇପାରିବ ନାହିଁ।

ଏଥର ଅଧିବେଶନରେ କୌଣସି ଛୁଟି ଦିନ ରହିବ ନାହିଁ ।   କରୋନା ମହାମାରୀ ଯୋଗୁଁ ଗୃହକାର୍ଯ୍ୟକୁ କାଟଛାଂଟ କରାଯାଇଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ଦିନକୁ ମାତ୍ର ୪ ଘଂଟା ପାଇଁ ଚାଲିବ । କରୋନା ଭାଇରସ ଯେପରି ନ ବ୍ୟାପିବ ସେଥିପାଇଁ ଉଭୟ ଗୃହରେ ବ୍ୟାପକ ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିବେଶନ ପୂର୍ବରୁ ପାରମ୍ପରିକ ଭାବେ ହେଉଥିବା ସର୍ବଦଳୀୟ ବୈଠକକୁ ଏଥର ବାତିଲ କରାଯାଇଛି ।

ଚଳିତ ଅଧିବେଶନରେ ୪୭ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହାଛଡା ଅଧିବେଶନ କାଳରେ ଅଧ୍ୟାଦେଶ ସ୍ଥାନରେ ୧୧ଟି ବିଲ୍‍କୁ ଉପସ୍ଥାପିତ ହେବ।

ଏହିସବୁ ବିଲ୍‍ ମଧ୍ୟରେ ରହିଛି -କୃଷକଙ୍କ ଉତ୍ପାଦ, ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ତଥା ସୁବିଧା ପ୍ରଦାନ) ବିଲ୍‍-୨୦୨୦, ଭାରତୀୟ ଭେଷଜ କେନ୍ଦ୍ରୀୟ ପରିଷଦ ସଂଶୋଧନ ବିଲ -୨୦୨୦, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ-୨୦୨୦, ବ୍ୟାଙ୍କିଙ୍ଗ୍‍ ନିୟାମକ ସଂଶୋଧନ-୨୦୨୦, ମହାମାରୀ ରୋଗ ସଂଶୋଧନ ବିଲ -୨୦୨୦, ମନ୍ତ୍ରୀମାନଙ୍କ ବେତନ ଓ ଭତ୍ତା ସଂଶୋଧନ ବିଲ-୨୦୨୦।

ଏହାଛଡା ଏହି ଅଧିବେଶନ କାଳରେ ଅନେକଗୁଡିଏ ନୂତନ ବିଲ୍‍ ଉପସ୍ଥାପନ କରାଯାଇ ଆଲୋଚନା ପରେ ଗୃହୀତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେଥିମଧ୍ୟରେ ରହିଛି, ଗୁଣାତ୍ମକମାନ ନିର୍ଣ୍ଣୟ ନିୟାମକ ସଂଶୋଧନ ବିଲ-୨୦୨୦, ଭବିଷ୍ୟନିଧି ନିୟାମକ ଏବଂ ବିକାଶ ପ୍ରାଧିକରଣ ସଂଶୋଧନ ବିଲ -୨୦୨୦, ଜାତୀୟ ସ୍ୱାସ୍ଥ୍ୟସେବା ଏବଂ ଆନୁଷଙ୍ଗିକ ବୃତ୍ତି କମିଶନ ବିଲ-୨୦୨୦, ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳରେ ସରକାର ସଂଶୋଧନ ବିଲ-୨୦୨୦, ବିଦେଶ ଅନୁଦାନ ନିୟାମକ ସଂଶୋଧନ ବିଲ୍‍-୨୦୨୦, କିଶୋରମାନଙ୍କୁ ନ୍ୟାୟପ୍ରଦାନ(ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା)ସଂଶୋଧନ ବିଲ୍‍-୨୦୨୦ ଏବଂ ଜାମ୍ମୁ କାଶ୍ମୀର ସରକାରୀ ଭାଷା ବିଲ୍‍-୨୦୨୦।

Share this story

World Odia Language Conferene