କଂଗ୍ରେସ ଟିକଟ ଦେଲାନି ବୋଲି ଲଣ୍ଡା ହୋଇଗଲେ ମହିଳା ମୁଖିଆ

ଓଡ଼ିଆ ଗସିପ୍ ବ୍ୟୁରୋ: ନିର୍ବାଚନ ପୂର୍ବରୁ କେରଳ କଂଗ୍ରେସ ପାଇଁ ଲଜ୍ୟା । କେରଳ ମହିଳା କଂଗ୍ରେସ ସଭାନେତ୍ରୀଙ୍କୁ ଟିକଟ ନ ଦେବାରୁ ଏଥିରେ କ୍ଷୁବ୍ଧ ହୋଇ ନିଜ ମସ୍ତକ ମୁଣ୍ଡନ କରିଛନ୍ତି ଲତିକା ସୁବାଷ। ରବିବାର କେରଳ ପିସିସି କାର୍ଯ୍ୟାଳୟ ସମ୍ମୁଖରେ ନିଜ ସମର୍ଥକଙ୍କ ଉପସ୍ଥିତିରେ ଲଣ୍ଡା ହୋଇଛନ୍ତି ଲତିକା ।
Kerala Mahila Congress chief Lathika Subhash gets her head tonsured in front of the party office in Thiruvananthapuram in protest after being denied the party ticket for Assembly elections.
— ANI (@ANI) March 14, 2021
"I am not joining any party but I'll resign from my post," she says. pic.twitter.com/FWme31IEdU
ସୂଚନା ଥାଉ କି, କେରଳରେ ଏପ୍ରିଲ ୬ରେ ହେବାକୁ ଯାଉଛି ମତଦାନ। ନିର୍ବାଚନ ପୂର୍ବରୁ ଏବେ ଦଳମାନେ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି। କେରଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆଜି କଂଗ୍ରେସ ୮୬ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲେ। ପ୍ରାର୍ଥୀଙ୍କ ତାଲିକାରେ ନିଜ ନାଁ ନଥିବାରୁ ଇସ୍ତଫା ଦେବା ସହ ଲଣ୍ଡା ହୋଇଛନ୍ତି କେରଳ ମହିଳା କଂଗ୍ରେସ ମୁଖ୍ୟ ଲତିକା ସୁବାଷ। କେରଳରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳ ଟିକେଟ ନଦେବାରୁ ଏହାକୁ ବିରୋଧ କରି ଲତିକା ଲଣ୍ଡା ହୋଇଛନ୍ତି।
Smt. Lathika Subhash, President, Kerala PMC inaugurated 'Sayahana Dharna ' conducted by Athirampuzha Mandalam Congress Committee against #FuelPriceHike#SpeakUpAgainstPriceRise pic.twitter.com/YeM9DV75r8
— Kerala Pradesh Mahila Congress (@KeralaPMC) March 5, 2021
ଦୀର୍ଘ ବର୍ଷ ଧରି ପାର୍ଟିରେ ରହି ସେବା କରି ଆସୁଥିବା ମହିଳାଙ୍କୁ ଦଳ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଲତିକା। ଦଳରେ ଯୋଗଦେବା ପାଇଁ ତାଙ୍କର କୌଣସି ଯୋଜନା ନାହିଁ ଏବଂ ବିଧାନସଭା ନିର୍ବାଚନରେ ସେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଲତିକା ଘୋଷଣା କରିଛନ୍ତି।
Kerala Mahila Congress President Lathika Subhash not just resigned from her post but also shaved her head
— Mahesh Vikram Hegde (@mvmeet) March 14, 2021
This is because only 9 women were given ticket by Congress in Kerala elections
Antonio Maino, any comments? pic.twitter.com/Tif2931eXI
ରିପୋର୍ଟ ଅନୁଯାୟୀ, ଲତିକା ସୁବାଷ ଇଟୁମାନୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। କିନ୍ତୁ ଦଳ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେଲାନାହିଁ। କେରଳରେ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ ଦଳ ୮୬ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ପରେ ଲତିକା ନିଜ ନାଁ ନଥିବା ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ଇସ୍ତଫା ଦେବା ସହ ସେ ଲଣ୍ଡା ହୋଇଥିବା ଜଣାପଡ଼ିଛି।