ରାହୁଲ ଗାନ୍ଧୀଙ୍କ ବଡ ବିଜୟ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାଂସଦ ପଦ ଫେରିପାଇବେ ରାହୁଲ ଗାନ୍ଧୀ; ଲଢ଼ିପାରିବେ ନିର୍ବାଚନ

rahul revives mps seat again after Supreme Court of Indias verdict

ଓଡ଼ିଆ ଗସିପ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ମୋଦୀ ସାଙ୍ଗିଆ’ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ହୋଇଥିବା ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ସୁପ୍ରିମକୋର୍ଟ ଆଜି ରୋକ୍‌ ଲଗାଇଛନ୍ତି । ଏହି ମାମଲାରେ ନିମ୍ନ ଅଦାଲତର ବିଚାରପତି ସର୍ବାଧିକ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବୋଲି ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ଦଣ୍ଡାଦେଶ ଗୋଟିଏ ଦିନ କମ୍‌ ହୋଇଥାନ୍ତା ତେବେ ସେ ଅଯୋଗ୍ୟ ଘୋଷିତ ହୋଇ ନଥାନ୍ତେ ।

ମାମଲାର ବିଚାର କରି ସୁପ୍ରିମ କୋର୍ଟ କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆବେଦନକାରୀଙ୍କ ବକ୍ତବ୍ୟ ଭଲ ନଥିଲା ଏବଂ ଆବେଦନକାରୀ ଭାଷଣ ଦେବା ସମୟରେ ଅଧିକ ଯତ୍ନବାନ ହେବା ଉଚିତ୍‌ ଥିଲା । ଏଥିସହ ‘ଅଯୋଗ୍ୟ ଘୋଷଣାର ପ୍ରଭାବ କେବଳ ଜଣେ ବ୍ୟକ୍ତି ବିଶେଷଙ୍କ ଅଧିକାର ଉପରେ ନୁହେଁ ବରଂ ତାଙ୍କ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଅଧିକାରକୁ ମଧ୍ୟ ପ୍ରଭାବିତ କରୁଛି ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ ।

ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ବି ଆର୍‌ ଗଭାଇ, ଜଷ୍ଟିସ୍‌ ପିଏସ୍‌ ନରସିଂହ ଏବଂ ଜଷ୍ଟିସ୍‌ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତ ହେବା ରାୟ ଉପରେ ରୋକ୍‌ ଲଗାଇବା ପାଇଁ ଆଗତ ଆବେଦନର ଶୁଣାଣି କରିଥିଲେ । ପୂର୍ବରୁ ଗୁଜୁରାଟ ହାଇକୋର୍ଟ ଏହି ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବାକୁ ମନା କରି ଦେଇଥିଲେ ।

ଅଧିକ ପଢ଼ନ୍ତୁ : ସରକାରଙ୍କ ବଡ଼ ଘୋଷଣା! ମଧ୍ୟବିତ୍ତ ପରିବାର ଓ ସାଧାରଣ ଲୋକ ହେବେ ଉପକୃତ

ଆଜିର ଶୁଣାଣି କାଳରେ ରାହୁଲ ଗାନ୍ଧୀଙ୍କ ଓକିଲ ଅଭିଷେକ ମନୁ ସିଂଘଭି ପୂର୍ବରୁ ଅଦାଲତରେ ଯୁକ୍ତି ବାଢ଼ିଥିଲେ ଯେ, 'ହାଇକୋର୍ଟ ୬୬ ଦିନ ପାଇଁ ରାୟ ସଂରକ୍ଷିତ ରଖିଛନ୍ତି ଏବଂ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା କାରଣରୁ ଶ୍ରୀ ଗାନ୍ଧୀ ପୂର୍ବରୁ ଦୁଇଟି ସଂସଦ ଅଧିବେଶନରେ ଯୋଗ ଦେବାରୁ ବଞ୍ଚିତ ହୋଇଛନ୍ତି ।

ସେ ଏହା ମଧ୍ୟ ଯୁକ୍ତି ବାଢ଼ିଥିଲେ କି  ୨୦୧୯ ମାନହାନି ମାମଲାରେ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ଭୁଲ୍‌ ଏବଂ ସଂସଦ ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ତାଙ୍କୁ ଏପରି ଭାବରେ ଦଣ୍ଡିତ କରାଯାଇଛି । ନିମ୍ନ ଅଦାଲତ ରାହୁଲଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ, ଯାହା ସାଂସଦ ଭାବରେ ତାଙ୍କର ମାନ୍ୟତା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲା ।’

ଶୁଣାଣି ଆରମ୍ଭରେ ଜଷ୍ଟିସ୍‌ ଗଭାଇ କହିଥିଲେ ଯେ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବା ପାଇଁ ଶ୍ରୀ ଗାନ୍ଧୀଙ୍କୁ ଏକ ଅନ୍ୟ ସାଧାରଣ ମାମଲା ରୁଜୁ କରିବାକୁ ପଡ଼ିବ, ଯାହାର ଉତ୍ତରରେ ଶ୍ରୀ ସିଂଘଭି କହିଥିଲେ ଯେ ସେ ଆଜି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ଶ୍ରୀ ସିଂଘଭି ଯୁକ୍ତି ବାଢ଼ିଥିଲେ ଯେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କ ମୂଳ ସାଙ୍ଗିଆ ମୋଦୀ ନୁହେଁ ଏବଂ ସେ ଏହାକୁ ବଦଳାଇ ଦେଇଛନ୍ତି ।

ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀ ନିଜେ କହିଛନ୍ତି ଯେ ତାଙ୍କର ମୂଳ ସାଙ୍ଗିଆ ମୋଦୀ ନୁହେଁ । ସେ ମୋଧ ବନିକା ସମାଜର ଅଟନ୍ତି ଏବଂ ଦାବି କରିଥିଲେ ଯେ ଶ୍ରୀ ଗାନ୍ଧୀ ତାଙ୍କ ଭାଷଣ ସମୟରେ ଯେଉଁ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ବି ତାଙ୍କ ବିରୋଧରେ ମାମଲା ରୁଜୁ କରି ନାହାନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ୧୩ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଅତ୍ୟନ୍ତ ‘କ୍ଷୁଦ୍ର’ ସମ୍ପ୍ରଦାୟରେ ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ କେବଳ ବିଜେପି ପଦାଧିକାରୀ । ଯାହାକି ଅତ୍ୟନ୍ତ ଅଜବ ବୋଲି କହିଛନ୍ତି ସିଂଘଭି ।

ଅଧିକ ପଢ଼ନ୍ତୁ : ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଆଗାମୀ ରଥଯାତ୍ରାରେ ରତ୍ନଭଣ୍ଡାର ଖୋଲିବାକୁ ପରିଚାଳନା କମିଟିରେ ସୁପାରିଶ, ବ୍ୟବହାର ହେବ ଏହି ସବୁ ଯନ୍ତ୍ର

ଏହାପରେ ସୁପ୍ରିମକୋର୍ଟ ଦର୍ଶାଇଥିଲେ ଯେ ନିମ୍ନ ଅଦାଲତ ମଧ୍ୟ ଶ୍ରୀ ଗାନ୍ଧୀଙ୍କ ଅପରାଧିକ ପୃଷ୍ଠଭୂମି ଉପରେ ପ୍ରଶ୍ନ କରିଛନ୍ତି । ‘ସେମାନେ ୧୩ଟି ମାମଲା ଦର୍ଶାଇଛନ୍ତି, କିନ୍ତୁ ସେଥିମଧ୍ୟରୁ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି । ଏଗୁଡ଼ିକ ଅପରାଧିକ ପୃଷ୍ଠଭୂମି ପାଇଁ କିପରି ଉଲ୍ଲେଖ କରାଯାଇପାରିବ? ବିଜେପି କର୍ମକର୍ତ୍ତାଙ୍କ ଦ୍ୱାରା ଦାୟର ହୋଇଥିବା ମାମଲାରେ ଭର୍ତ୍ତିଥିବା ଏ ଚିଠାକୁ ଦେଖନ୍ତୁ, କିନ୍ତୁ କେବେ ବି କୌଣସି ଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ବୋଲି ଶ୍ରୀ ସିଂଘଭି ପ୍ରତିକ୍ରିୟା ରଖିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏ ପ୍ରସଙ୍ଗରେ ଅନ୍ୟ କୌଣସି ମାମଲା ନାହିଁ ଯେଉଁଥିରେ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି ।

ଏହି ସମସ୍ତ ଘଟଣା ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ ଦୋଷୀ ନୁହନ୍ତି ବୋଲି ଦର୍ଶାଇ ବୁଧବାର ସୁପ୍ରିମ୍‌କୋର୍ଟଙ୍କୁ ତାଙ୍କର ଦୁଇ ବର୍ଷର ଦୋଷୀ ସାବ୍ୟସ୍ତ ରାୟ ଉପରେ ରୋକ୍‌ ଲଗାଇବାକୁ ଅନୁରୋଧ କରିଥିଲେ, ଯାହା ଫଳରେ ସେ ଲୋକସଭାର ଚାଲିଥିବା ବୈଠକ ଏବଂ ଏହା ପରେ ଅଧିବେଶନରେ ଅଂଶଗ୍ରହଣ କରିପାରିବେ ।

ଅଧିକ ପଢ଼ନ୍ତୁ : ସତ ହେବ କି ମାଳିକା ବଚନ; ଚାରି ଗୋଟି ମେଘଙ୍କର ବିକଳ ରଡ଼ି: ବାଇଶୀ ପାହାଚ ପାଣିରେ ବୁଡ଼ିଛି ଦେଖ, ଦେଖନ୍ତୁ ଭିଡ଼ିଓ

ଉଲ୍ଲେଖଯୋଗ୍ୟ, ୨୦୧୯ ଏପ୍ରିଲରେ କର୍ଣ୍ଣାଟକର କୋଲାରରେ ଆୟୋଜିତ ଏକ ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବାକୁ ଯାଇ କହିଥିଲେ, ସବୁ ଚୋରଙ୍କ ସାଙ୍ଗିଆ ‘ମୋଦୀ’ ରଖାଗଲା କେମିତି? ଏହାକୁ ନେଇ ଗୁଜରାଟର ବିଧାୟକ ପୂର୍ଣ୍ଣେଶ ମୋଦୀ ତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ଦାୟକର କରିଥିଲେ ।

Share this story