ଲୋକେ କହୁଛନ୍ତି ପ୍ରଗତୀର ନୁହେଁ ‘ବିନାଶର ସାଥି ଧର୍ମେନ୍ଦ୍ର ପ୍ରଧାନ’

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶରେ ବର୍ଦ୍ଧିତ ତୈଳ ଦରକୁ ନେଇ ଲୋକମାନେ ଆର୍ତ୍ତଚିତ୍କାର କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗେଲ୍ହା ପୁଅ ବୋଲାଉଥିବା ପ୍ରଧାନ ପୁଅ (ଧର୍ମେନ୍ଦ୍ର ପ୍ରଧାନ)କୁ କିନ୍ତୁ ଏହାର କାଣିଚାଏ ବି ଫରକ ପଡ଼ୁଛି । ଅଶୋଧିତ ତୈଳ ଦର ହ୍ରାସ ସତ୍ତ୍ୱେ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ ବାବଦକୁ ଅଧାରୁ ଅଧିକ ଟଙ୍କା ନେଇ ଯାଉଥିବା ବେଳେ ଲୋକେ ଭକୁଆ ହୋଇ ଅର୍ଥଶ୍ରାଦ୍ଧ କରୁଛନ୍ତି । ବିରୋଧୀଙ୍କ ବିରୋଧ ହେଉ ଅବା ଲୋକଙ୍କ ଅସନ୍ତୋଷ ଏହାର ପ୍ରଭାବ ପ୍ରଧାନ ପୁଅକୁ ପଡ଼ୁନାହିଁ ବୋଲି ବାଟରେ ହାଟରେ ଚର୍ଚ୍ଚା ହେଉଛି ।
ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ଖୁବ୍ ସମାଲୋଚନା କରାଯାଉଥିଲେ ମଧ୍ୟ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ସହ ବଢୁଥିବା ରନ୍ଧନ ଗ୍ୟାସ ଦର ହ୍ରାସ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫେସବୁକରୁ ନେଇ ଟ୍ୱିଟର ଯାଏ ଏବେ ଗୋଟିଏ କଟାକ୍ଷ ଦେଖିବାକୁ ମିଳୁଛି ଏବଂ ତାହା ହେଉଛି “ପେଟ ବଢ଼ିଲେ ଯେମିତି ଆଉ କମେନି ସେମିତି ପେଟ୍ରୋଲ ଦର ଥରେ ବଢ଼ିଲେ ଆଉ କମେନି’’ । କଥା ହେଉଛି ଏସବୁ ସତ୍ତ୍ୱେ ବି କେନ୍ଦ୍ର ସରକାର ସବୁ ଶୁଣି ନ ଶୁଣିଲା ଭଳିଆ ନିଦାବିଷ୍ଣୁ ଭଳି ରହିଛନ୍ତି ।
ଜଣେ ୟୁଜର୍ସ ଟ୍ୱିଟରରେ ଲେଖିଛନ୍ତି ଯେ, ପେଟ ତ ପ୍ରାତଃ ଭ୍ରମଣରେ ଓ ଯୋଗ ପ୍ରାଣାୟାମ ରେ କମୁଛି। ପେଟ୍ରୋଲ କିପରି କମିବ ଆପଣ ଓ ଆମ ପ୍ରିୟ କନକ ନିୟୁଜ୍ ପରିବାର ଚିନ୍ତା କରିବାକୁ ଅନୁରୋଧ। ।
ପେଟ ଆଉ ପେଟ୍ରୋଲ ଥରେ ବଢିଗଲା ପରେ ଆଉ କମିବାର ନାଁ ଧରନ୍ତି ନାହିଁ
— Mousumi Mohanty (@MousumiMohanty2) February 21, 2021
ବଡ଼ ମୁସ୍କିଲ#PetrolDieselPriceHike
ସୂଚନା ଥାଉ କି କନକ ନ୍ୟୁଜ୍ ରେ କାର୍ଯ୍ୟରତ ମହିଳା ସାମ୍ବାଦିକା ମୌସୁମୀ ମହାନ୍ତି ନିଜ ଟ୍ୱିଟର ପେଜରେ ପ୍ରଥମେ ଲେଖିଥିଲେ ଯେ, ‘ପେଟ ଆଉ ପେଟ୍ରୋଲ ଥରେ ବଢିଗଲା ପରେ ଆଉ କମିବାର ନାଁ ଧରନ୍ତି ନାହିଁ ବଡ଼ ମୁସ୍କିଲ’ ।
ଗତକାଲିର ରିପୋର୍ଟ ଅନୁସାରେ ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ୫୦ ପଇସାରୁ ଅଧିକ ରହିଛି।
ପେଟ ତ ପ୍ରାତଃ ଭ୍ରମଣରେ ଓ ଯୋଗ ପ୍ରାଣାୟାମ ରେ କମୁଛି। ପେଟ୍ରୋଲ କିପରି କମିବ ଆପଣ ଓ ଆମ ପ୍ରିୟ କନକ ନିୟୁଜ୍ ପରିବାର ଚିନ୍ତା କରିବାକୁ ଅନୁରୋଧ।
— Umesh Chandra Sahoo, (@umeshbanito) February 21, 2021
ଓଡ଼ିଶାରେ ମଧ୍ୟ ତେଲ ଦର ଆକାଶଛୁଆଁ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୯ ପଇସା ବୃଦ୍ଧି ପାଇଛି। ଦରବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୯୧.୨୯ ଟଙ୍କା ଛୁଇଥିବାବେଳେ ଡିଜେଲ ଆଜି ଲିଟର ପିଛା ଦର ୮୮.୨୩ ପଇସା ରହିଛି। ସେହିପରି ବାଲେଶ୍ୱରରେ ଆଜି ପେଟ୍ରୋଲ ଲିଟର ୯୧.୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ୍ ଲିଟର ପିଛା ଦର ୮୮.୨୫ ଟଙ୍କା ଅଛି।
.@INCIndia party is the ‘king of appeasement’ in this country: @dpradhanbjp, Petroleum Minister tells Navika Kumar on #FranklySpeakingWithPradhan. pic.twitter.com/rK5O95WGMt
— TIMES NOW (@TimesNow) February 20, 2021
ଅନ୍ୟପକ୍ଷେ ସମ୍ବଲପୁରରେ ପେଟ୍ରୋଲ ଦର ୯୧.୮୫ ଥିବାବେଳେ ଡିଜେଲର ବର୍ଦ୍ଧିତ ଦର ଆଜି ୮୮.୭୯ ରହିଛି। ସେହିପରି କଟକରେ ପେଟ୍ରୋଲ ୯୧ ଟଙ୍କା ଟପିଛି। ଏଠାରେ ପେଟ୍ରୋଲ ଦର ଲିଟର ପିଛା ୯୧.୫୫ ପଇସା ଥିବାବେଳେ ଡିଜେଲ ଦର ୮୮.୪୮ଟଙ୍କା ରହିଛି। ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ବି ବଢିବାରେ ଲାଗିଛି।
ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଅନୁଯାୟୀ, ଦିଲ୍ଲୀରେ ପଟ୍ରୋଲ ଦର ଲିଟର ପିଛା ୩୯ ପଇସା ବୃଦ୍ଧି ପାଇଁ ୯୦.୫୮ ଟଙ୍କା ରହିଛି। ସେହିପରି ପେଟ୍ରୋଲ ଦର ୩୭ ପଇସା ବୃଦ୍ଧି ପାଇବା ପରେ ଲିଟର ପିଛା ଦର ୮୦.୯୭ ଟଙ୍କା ରହିଛି। ଅନ୍ୟ ମହାନଗରୀଙ୍କ କଥା ଦେଖିଲେ, ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଦର ୯୭ ଛୁଇଁଲାଣି। ମୁମ୍ବାଇରେ ପେଟ୍ରୋଲ ଦର ୩୮ ଟଙ୍କା ବୃଦ୍ଧି ପାଇବା ପରେ ଏଠାରେ ଲିଟର ପିଛା ଦର ୯୭ ଟଙ୍କା ରହିଛି। ଶୁକ୍ରବାର ଏଠାରେ ପେଟ୍ରୋଲ ଦର ୯୬.୬୨ ଥିଲା। ଅନ୍ୟପକ୍ଷରେ ଶୁକ୍ରବାର ଡିଜେଲ ଦର ୮୭.୬୭ ଟଙ୍କା ଥିବାବେଳେ ଶନିବାର ଲିଟର ପିଛା ଡିଜେଲ ଦର ୮୮.୦୬ ଟଙ୍କା ରହିଛି। ପେଟ୍ରୋଲ ଦର ସବୁଠାରୁ ଅଧିକ ମୁମ୍ବାଇରେ ରହିଛି।