ପଚାରୁଛି ଓଡ଼ିଶା; ରାଜ୍ୟରେ ପ୍ରହସନ କରୁନାହିଁତ ପଦ୍ମ ଦଳ ? ଏମିତି କାହିଁକି ହେଉଛନ୍ତି ବିଜେପି ନେତା ଓ କର୍ମୀ

ଓଡ଼ିଆ ଗସିପ୍ ବ୍ୟୁରୋ: ମମିତା ମେହେରା ହତ୍ୟାକୁ ପ୍ରସଙ୍ଗ କରି ଗୁରୁବାର ବିଜେପି ଯୁବମୋର୍ଚ୍ଚା ବିକ୍ଷୋଭ ପ୍ରଦର୍ଶନ ନାଁରେ ଗୁଣ୍ଡାଗର୍ଦ୍ଦି ଓ ହିଂସାକାଣ୍ଡ କରିଛି। ଗତକାଲିର ଘଟଣାରେ ଓଡ଼ିଶାବାସୀ ବିଜେପିର ଅସଲ ଚେହେରା ଦେଖିବାକୁ ପାଇଛନ୍ତି ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି। ଗଣମାଧ୍ୟମକୁ କହିଛନ୍ତି ଯେ ଯୁବମୋର୍ଚ୍ଚା କର୍ମୀଙ୍କ ମାଡ଼ରେ ଅନେକ ପୁଲିସ ଆହତ ହୋଇଥିବା ବେଳେ ସାମ୍ବାଦିକ ମଧ୍ୟ ବାଦ୍ ପଡିନାହାନ୍ତି।
କାହାର ମୁଣ୍ଡ ଫାଟିଛି ତ ଆଉ କାହାର ହାତ ଭାଙ୍ଗିଛି। ସେମାନେ ପୁଲିସ ଗାଡ଼ିକୁ ମଧ୍ୟ ବାଡେଇ ଭାଙ୍ଗି ଦେଇଛନ୍ତି। ମମିତାଙ୍କୁ ନ୍ୟାୟ ଦେବା ନାଁରେ ରାଜରାସ୍ତାରେ ହିଂସାକୁ ଆପଣାଇ ବିଜେପି କେମିତି ହୀନ ରାଜନୀତି କରୁଛି, ଆଜି ପୁଣି ତାହା ପଦାରେ ପଡ଼ିଛି । କେବଳ ହିଂସାରେ ବିଶ୍ୱାସ କରୁଥିବା ବିଜେପି ଯୁବମୋର୍ଚ୍ଚାର ଅସଲ ଚରିତ୍ର ଓ ଚେହେରା ସାଢ଼େ ଚାରି କୋଟି ଓଡ଼ିଶାବାସୀ ଦେଖିବାକୁ ପାଇଛନ୍ତି।
nullIN PICS: Massive scuffle between Police and BJP Yuva Morcha activists during a protest over #MamitaMurderCase #Odisha https://t.co/kt5LKKttmS
— OTV (@otvnews) December 9, 2021
କେବଳ ସେତିକି ନୁହେଁ, ଶୋଭାଯାତ୍ରାରେ ଗୁରୁବାର ଦିନ ବିଜେପି କର୍ମୀମାନେ ଧରିଥିବା ପ୍ଲାକାର୍ଡରେ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଯେଭଳି ଚିତ୍ରଣ କଲେ, ତାହା ଅତ୍ୟନ୍ତ ନିନ୍ଦନୀୟ ।
ମମିତାଙ୍କ ବାପା ମା’ ତାଙ୍କ ଝିଅର ଚରିତ୍ର ସଂହାର ନ କରିବାକୁ ସମସ୍ତଙ୍କୁ ହାତ ଯୋଡି ଅନୁରୋଧ କରିଥିଲେ । ମାତ୍ର ଏହାକୁ ବେଖାତିର କରି ବିଜେପି ନେତାମାନେ ତାଙ୍କର ଯେଉଁ ଫଟୋକୁ ଅତ୍ୟନ୍ତ ଅଶୋଭନୀୟ ଭାବେ ଚିତ୍ରଣ କଲେ, ତାହା ସେମାନଙ୍କ ସମ୍ବେଦନହୀନତା ଓ ହୀନ ରାଜନୈତିକ ମନୋଭାବକୁ ପଦାରେ ପକାଇଛି ।