ବିଜେଡି ଘୋଷଣା କଲା ପ୍ରାର୍ଥୀ: ବାଲେଶ୍ବରରୁ ସ୍ବରୂପ ଏବଂ ତିର୍ତ୍ତୋଲରୁ ବିଜୟ ଲଢ଼ିବେ

ବିଜେଡି ଘୋଷଣା କଲା ପ୍ରାର୍ଥୀ: ବାଲେଶ୍ବରରୁ ସ୍ବରୂପ ଏବଂ ତିର୍ତ୍ତୋଲରୁ ବିଜୟ ଲଢ଼ିବେ
ବିଜେଡି ଘୋଷଣା କଲା ପ୍ରାର୍ଥୀ: ବାଲେଶ୍ବରରୁ ସ୍ବରୂପ ଏବଂ ତିର୍ତ୍ତୋଲରୁ ବିଜୟ ଲଢ଼ିବେ

ଓଡ଼ିଆ ଗସିପ ବ୍ୟୁରୋ: ନଭେମ୍ବର ମାସରେ ହେବାକୁ ଥିବା ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଅଙ୍କକସା ଆରମ୍ଭ ହୋଇସାରିଛି । ଦୁଇ ଦିନ ତଳେ ବିଜେପି ଏହି ଦୁଇ ଆସନରେ ନିଜର ଉପଯୁକ୍ତ ପ୍ରାର୍ଥୀ ମଇଦାନକୁ ଆଣିଥିବା ବେଳେ ଆଜି ବିଜେଡ଼ି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ବିଜେଡି ଆଜି ସ୍ବରୂପ ଦାସଙ୍କୁ ବାଲେଶ୍ବର ଆସନରୁ ପ୍ରାର୍ଥୀ କରିଛି । ପୂର୍ବତନ ସାଂସଦ ରବି ଜେନାଙ୍କ ସପକ୍ଷରେ ଜନମତ ସର୍ଭେ ଥିଲେ ବି ଦଳରେ ଜୀବନ ପ୍ରଦୀପ ଦାସ ଗୋଷ୍ଠୀଙ୍କ କଡ଼ା ବିରୋଧ କାରଣରୁ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ଦେବାକୁ ବିଜେଡି ବାଧ୍ୟ ହୋଇଛି । ଶେଷ ମୁହୂର୍ତ ପର୍ଯ୍ୟନ୍ତ ଶ୍ରୀ ଜେନା ତାଲିକାର ଆଗରେ ଥିଲେ । ତେବେ ଏଭଳି ପ୍ରାର୍ଥୀ ଦେଇ ରାଜନୀତିରେ ଏକ କଡ଼ା ଟକ୍କର ଓ ଚ୍ୟାଲେଞ୍ଜକୁ ଆହ୍ବାନ କରିଛି ଦଳ ।

ସେହିଭଳି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଆସନ ପାଇଁ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ପ୍ରାର୍ଥୀ ହୋଇଛନ୍ତି । ଆଜି ନବୀନ ପଟ୍ଟନାୟକ ଏହା ଉପରେ ମୋହର ଲଗାଇ ଉଭୟ ଜିଲ୍ଲାର ସଭାପତିଙ୍କୁ ଟିକେଟ୍ ଧରାଇଛନ୍ତି ।

ଜଣେ ନିର୍ବିବାଦୀୟ ପ୍ରାର୍ଥୀ ଭାବେ ତାଙ୍କୁ ପ୍ରାର୍ଥୀ କରାଯାଇଥିଲେ ହେଁ, ଏହା ଦଳର ପ୍ରଭାବୀ ଗୋଷ୍ଠୀକୁ ଅସନ୍ତୁଷ୍ଟ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ।

Share this story

World Odia Language Conferene