ଯେଉଁ ମାନଙ୍କର ପାଦର ଦ୍ୱିତୀୟ ଆଙ୍ଗୁଳି ହୋଇଥାଏ ବଡ଼, ସେମାନେ ନିଶ୍ଚିନ୍ତ ପଢନ୍ତୁ…

ଯେଉଁ ମାନଙ୍କର ପାଦର ଦ୍ୱିତୀୟ ଆଙ୍ଗୁଳି ହୋଇଥାଏ ବଡ଼, ସେମାନେ ନିଶ୍ଚିନ୍ତ ପଢନ୍ତୁ…
ଯେଉଁ ମାନଙ୍କର ପାଦର ଦ୍ୱିତୀୟ ଆଙ୍ଗୁଳି ହୋଇଥାଏ ବଡ଼, ସେମାନେ ନିଶ୍ଚିନ୍ତ ପଢନ୍ତୁ…

ସାମୁଦ୍ରିକ ଶାସ୍ତ୍ର ଜୋତିଶ ଏକ ଅଭିନ୍ନ ଅଙ୍ଗ ଅଟେ । ଏହା ତ ଆମେ ସବୁ ଜାଣୁ ଯେ ସାମୁଦ୍ରିକ ଶାସ୍ତ୍ର ଦ୍ଵାରା ଆମେ ବ୍ୟକ୍ତିଙ୍କର ସ୍ଵଭାଵ ବିଷୟରେ ଅନୁମାନ କରିପାରିବା । ଠିକ ସେହିପରି ଆମେ କୌଣସି ବ୍ୟକ୍ତିଙ୍କର ପାଦର ଆଙ୍ଗୁଠି ଦେଖି ତାହାର ସ୍ଵଭାଵକୁ ଜାଣିପାରିବା ।

ଯେଉଁ ବ୍ୟକ୍ତିର ପାଦର ଆଙ୍ଗୁଠି ଲମ୍ବା ଏବଂ କନିଷ୍ଠ ଆଙ୍ଗୁଠି ଛୋଟ ହୋଇଥାଏ, କିନ୍ତୁ ଲମ୍ବାରେ ଏକ ସମାନ ହୋଇଥାଏ ସେହି ଲୋକଙ୍କ ପାଇଁ କୁହାଯାଏ ଯେ ଏହି ଲୋକମାନେ ବହୁତ ଶାନ୍ତ ପ୍ରିୟ ଅଟନ୍ତି । ଏହି ଲୋକମାନେ କୌଣସି କାର୍ଯ୍ୟକୁ ଧର୍ଯ୍ୟର ସହ କରିବାକୁ ପସନ୍ଦ କରିଥାନ୍ତି । ସେମାନେ କୌଣସି କଥାକୁ ବିନା ଝଗଡାରେ ସମାଧାନ କରିଥାନ୍ତି । ଏବଂ ଏମାନେ ଟିକେ ଅଳସୁଆ ସ୍ୱଭାବର ହୋଇଥାନ୍ତି । ପ୍ରେମ ମାମଲାରେ ଏମାନେ ବହୁତ ଗମ୍ଭୀର ହୋଇଥାନ୍ତି । ଯାହା ଦ୍ୱାରା ଏମାନଙ୍କ ପ୍ରେମ ସମ୍ପର୍କରେ କୌଣସି ବାଦ ବିବାଦ ସୃଷ୍ଟି ହୁଏ ନାହିଁ ।

ଜୋତିଶଙ୍କର ଅନ୍ତର୍ଗତ ଶରୀରର କୌଣସି ଅଙ୍ଗ ଏବଂ ଲକ୍ଷଣ ଗୁଡିକକୁ ଦେଖି ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ଦେଖିବାର ବିଧିକୁ ସାମୁଦ୍ରିକ ଶାସ୍ତ୍ର କୁହାଯାଏ । ଏହା ଜୋତିଶଙ୍କ ଅଭିନ୍ନ ଅଙ୍ଗ ଅଟେ । ଏବଂ ଏହି ଶାସ୍ତ୍ରର ଇତିହାସ ମଧ୍ୟ ବହୁତ ପୁରାତନ ଅଟେ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନୁଷ୍ୟର ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ବିଶେଷ ଲକ୍ଷଣ ରହିଛି । ଅଙ୍ଗର ଗଠନ ଏବଂ ରଙ୍ଗ ଦ୍ୱାରା ବ୍ୟକ୍ତିତ୍ୱ ଜଣାପଡ଼ିଥାଏ । ଏହା ଦ୍ଵାରା ଭବିଷ୍ୟତର କଥା ଜଣା ପଡେ । କୌଣସି ବ୍ୟକ୍ତିର ପାଦର ଆକାର ଦେଖି ସ୍ତ୍ରୀ କିମ୍ଵା ପୁରୁଷଙ୍କର ବ୍ୟବହାର, ଆଚାର ବିଚାର ଏବଂ କାର୍ଯ୍ୟ କ୍ଷେତ୍ରରେ କିପରି ଅଟନ୍ତି । ସବୁ ବ୍ୟକ୍ତିଙ୍କର ପାଦର ଆକାର ଅଲଗା ଅଲଗା ହୋଇଥାଏ । ଏଠାରେ ପାଦର ପାଞ୍ଚ ପ୍ରକାରର ସ୍ପେସ ବିଷୟରେ ବର୍ଣ୍ଣନା କରାଯାଇଛି । ଆପଣ ଏହି ପାଞ୍ଚ ପ୍ରକାରର ଆକାର ମଧ୍ୟରୁ ନିଜର ପାଦର ଆକାର ମ୍ୟାଚ କରି ନିଜର ସ୍ଵଭାଵ ସହିତ ସମ୍ବଧିତ ଖାସ କଥା ଜାଣିପାରିବେ । ଏହିପରି ଭାବରେ ଆପଣମାନେ ମଧ୍ୟ ଅନ୍ୟମାନଙ୍କର ପାଦର ଆକାର ଦେଖି ତାଙ୍କ ବିଷୟରେ ଜାଣିପାରିବେ ।

ଯେଉଁ ମାନଙ୍କର ପାଦର ଦ୍ୱିତୀୟ ଆଙ୍ଗୁଳି ହୋଇଥାଏ ବଡ଼, ସେମାନେ ନିଶ୍ଚିନ୍ତ ପଢନ୍ତୁ…

ଯେଉଁ ଲୋକମାନଙ୍କର ପାଦର ଆଙ୍ଗୁଠି ଗଠନ କ୍ରମରେ ଛୋଟ ଛୋଟ ହୋଇ ଯାଇଥାଏ । ସେମାନେ ଅନ୍ୟ ମାନଙ୍କ ଉପରେ ଭାରିହେବାକୁ ଚେଷ୍ଟା କରି ଥାନ୍ତି । ଏପରି ପାଦ ଥିବା ବ୍ୟକ୍ତି ଅଧିକାର ଜତାଇ ଥାଆନ୍ତି, ଏବଂ ସେମାନେ ଚାହାଁନ୍ତି ସବୁଠି ତାଙ୍କୁ ମାନ ସମ୍ମାନ ମିଳୁ ଏବଂ ସମସ୍ତେ ତାଙ୍କର କଥାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ । ଯଦି ଘର ପରିବାରରେ କିମ୍ବା ସମାଜରେ ତାଙ୍କ ଇଚ୍ଛା ଅନୁସାରେ କାମ ନକରି ତାଙ୍କ ଇଛା ବିରୁଦ୍ଧରେ କାମ କରେ ତେବେ ତାଙ୍କୁ ବହୁତ ରାଗ ଲାଗେ । ଏବଂ ସେମାନେ ନିଜ ଜୀବନସାଥୀଙ୍କ ଉପରେ ମଧ୍ୟ ଅଧିକ ହାବି ହୋଇରହିଥାନ୍ତି । ଯେଉଁ ଲୋକଙ୍କର ପାଦର ୨ଟି ଆଙ୍ଗୁଠି ସମାନ ହୋଇଥାଏ ଏବଂ କନିଷ୍ଠ ଆଙ୍ଗୁଠି ଛୋଟ ହୋଇଥାଏ ତେବେ ବ୍ୟକ୍ତି କଠିନ ପରିଶ୍ରମ କରିଥାଏ । ପରି ଲୋକମାନେ କଠିନ ପରିଶ୍ରମ କରି କାର୍ଯ୍ୟରେ ସଫଳତା ଲାଭ କରୁଥାନ୍ତି । ଶ୍ରମ କରିବା ଦ୍ଵାରା ସେମାନଙ୍କୁ ମାନ ସମ୍ମାନ ମିଳିଥାଏ । ଏପରି ବ୍ୟକ୍ତି ଅନ୍ୟମାନଙ୍କ କାର୍ଯ୍ୟକୁ ମଧ୍ୟ ସମ୍ମାନ ଦିଅନ୍ତି । ଏବଂ ସେମାନଙ୍କୁ ମଧ୍ୟ କର୍ମଶୀଳ ଲୋକ ବହୁତ ପସନ୍ଦ । ଏହି ପ୍ରକାରର ଆକାର ଥିବା ବ୍ୟକ୍ତି ନିଜ ଘର ପରିବାରରେ ନିଜର କର୍ତ୍ତବ୍ୟକୁ ଠିକ ଭାବେ ତୁଳାନ୍ତି । ନିଜର କଠିନ ପରିଶ୍ରମ ଯୋଗୁଁ ବହୁତ କିଛି ହାସିଲ କରିଥାନ୍ତି ।

ଯେଉଁ ଲୋକମାନଙ୍କର ପାଦର ଆଂଗୁଳି ଲମ୍ବା ଏବଂ କନିଷ୍ଠ ଆଙ୍ଗୁଠି ଛୋଟ ସେମାନେ କୁଲ ମାଇଣ୍ଡର ହୋଇଥାନ୍ତି । ସେମାନଙ୍କୁ କୌଣସି କାର୍ଯ୍ୟ ଥଣ୍ଡା ଦୀମାଗରେ କରିବାକୁ ଭଲଲାଗେ । ଏହି ଲୋକମାନେ ନିଜର ବିରୋଧୀମାନଙ୍କ ସହିତ ଧୀର ଭାବରେ ବିଜୟପ୍ରାପ୍ତ କରିଥାନ୍ତି । ଶାନ୍ତ ପ୍ରିୟ ହୋଇଥିବାରୁ ଏମାନେ ବେଳେ ବେଳେ ଅଳସୁଆ ହୋଇଯାନ୍ତି । ଏହି କାରଣରୁ ସେମାନଙ୍କ କାର୍ଯ୍ୟରେ ବିଳମ୍ବ ହୋଇଥାଏ ।

ଯେଉଁ ଲୋକଙ୍କର ପାଦର ଆଙ୍ଗୁଠି ବୁଢା ଆଙ୍ଗୁଠି ଠାରୁ ଅଧିକ ବଡ଼ ତାପର ଆଙ୍ଗୁଠି ତାଠାରୁ ଟିକେ ଛୋଟ ଏବଂ କନିଷ୍ଠ ଆଙ୍ଗୁଠି ବହୁତ ଛୋଟ ହୋଇଥାଏ ସେହି ବ୍ୟକ୍ତି ଉର୍ଜାବାନ ହୋଇଥାନ୍ତି । ସାଧରଣତ ଏହି ଲୋକମାନେ କ୍ରେଜି ହୋଇଥାନ୍ତି । କ୍ରେଜି ହେବା ଯୋଗୁଁ ଏମାନଙ୍କୁ ପାଗଳପଣ ଏବଂ ମସ୍ତି କରିବାକୁ ଭଲଲାଗେ । ଏହି ଲୋକମାନେ ଜୀବନକୁ ଭଲଭାବରେ ଉପଭୋଗ କରିଥାନ୍ତି । ସବୁବେଳେ ଖୁସି ରେ ରୁହନ୍ତି ଏବଂ ଅନ୍ୟଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି ।

Share this story

World Odia Language Conferene