ସିନ୍ଦୁର ଉପରେ ସୁନ୍ଦରୀର ଆଖି: ନଜର ଲୁଚାଇବାରୁ ଅନୁଭବଙ୍କ ଆଖିରେ ଦେଖି ଜାଣିଲେ କିଏ ସେ ଝିଅ!

ସିନ୍ଦୁର ଉପରେ ସୁନ୍ଦରୀର ଆଖି: ନଜର ଲୁଚାଇବାରୁ ଅନୁଭବଙ୍କ ଆଖିରେ ଦେଖି ଜାଣିଲେ କିଏ ସେ ଝିଅ!
ସିନ୍ଦୁର ଉପରେ ସୁନ୍ଦରୀର ଆଖି: ନଜର ଲୁଚାଇବାରୁ ଅନୁଭବଙ୍କ ଆଖିରେ ଦେଖି ଜାଣିଲେ କିଏ ସେ ଝିଅ!

 ଓଡ଼ିଆ ଗସିପ୍ ବ୍ୟୁରୋ: ଠିକ୍ ଠାକ୍ ଚାଲିଥିଲା ଓଲିଉଡ୍ ର ମୋଷ୍ଟ ୱାଣ୍ଟେଡ କପୁଲଙ୍କ ପ୍ରେମ କାହାଣୀ। ଦୁହିଁଙ୍କୁ ଉଭୟଙ୍କ କାହାଣୀ ଗପ ଭଳି ଲାଗୁଥିଲେ ମଧ୍ୟ କାହାଣୀ ଥିଲା ଶେହରୁ ଶହେ ସତ । ଧିରେ ଧିରେ ପ୍ରେମରୁ ମନ ଦିଆ ନିଆ  ଓ ପରେ ହୃଦୟ ହୃଦୟ ଖେଳ ଖେଳିଥିଲେ ଉଭୟେ ।  ବେଶ୍ କିଛି ବର୍ଷ ପରଦାରେ ରୋମାଣ୍ଟିକ କପୁଲ ଭୂମିକାରେ ଆସିବା ପରେ ଦୁହେଁ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହେଲେ ସମୟ ଗଡ଼ିଲା, ବୟସ ବଢ଼ିଲା ଆଉ ତା ସାଙ୍ଗକୁ ଅଭିନେତାରୁ ନେତା ସାଜି ସଂସଦକୁ ନିର୍ବାଚିତ ହେଲେ ଅନୁଭବ । ବିଜେଡି ଟିକଟରୁ କେନ୍ଦ୍ରାପଡ଼ା ଆସନରୁ ଲଢି ଜିତିଲେ ଏବଂ ଲୋକସଭାକୁ ନିର୍ବାଚିତ ହେଲେ ।

ଦିଲ୍ଲୀ ଗଲା ପରେ କିନ୍ତୁ ସବୁ କିଛି ଯେମିତି ବଦଳିଗଲା । ବର୍ଷାଙ୍କ ଆଖିରୁ ନିଦ ହଜିଗଲା । ଅନୁଭବଙ୍କ ଅଭଦ୍ରାମୀ, ଅନୁଭବଙ୍କ ଅନାଦର, ଅନୁଭବଙ୍କ ବଦଭ୍ୟାସ ଏବଂ ଝିଅ ଧନ୍ଦା ବର୍ଷାଙ୍କୁ ଭିତରୁ ଭିତରୁ ମାରି ଚାଲିଲା । ଅନିଚ୍ଛା ସତ୍ତ୍ୱେ ଭଲ, ମନ୍ଦ, ଗାଳି ନିନ୍ଦା ସହ ଅନୁଭବଙ୍କ ସହ ରହିଲେ ଏବଂ ସଂସାରକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଲେ । ହେଲେ ସବୁ କିନ୍ତି ନିଜ ଇଚ୍ଛାନୁସାରେ ନଥିଲା ।

ସିନ୍ଦୁର ଉପରେ ସୁନ୍ଦରୀର ଆଖି: ନଜର ଲୁଚାଇବାରୁ ଅନୁଭବଙ୍କ ଆଖିରେ ଦେଖି ଜାଣିଲେ କିଏ ସେ ଝିଅ!

ବର୍ଷାଙ୍କ ଅଭିଯୋଗ ଅନୁସାରେ ଅନୁଭବ ପ୍ରତିଦିନ ପ୍ରଚୁର ପରିମାଣର ମଦ ପିଅନ୍ତି । ଏପରିକି ଘରକୁ ସାଙ୍ଗସାଥୀଙ୍କୁ ଡାକନ୍ତି ଓ ସେମାନଙ୍କୁ ମତେଇ ତାଙ୍କୁ କୁଆଡ଼େ ଗାଳି ଦିଅନ୍ତି । କେବଳ ସେତିକି ନୁହେଁ ବର୍ଷାଙ୍କ ବେଡ୍ ରୁମକୁ ଯାଇ ବି ମଦ ପିଅନ୍ତି । କହିଲେ କିମ୍ବା ପ୍ରତିବାଦ ଜଣାଇଲେ ବାଡ଼ିରେ ପିଟନ୍ତି ।

ଏହା ସହ ଦିଲ୍ଲୀ ବାଲୀ ଓ ଓଲିଉଡର ସୁନ୍ଦରୀ ଯାହାଙ୍କ ନାଁ ‘ଏ’ରୁ ଆରମ୍ଭ ହୁଏ ଏବଂ ସେ ଏକ ରିୟଲିଟି ସୋରୁ ଷ୍ଟାର ବନିଛନତି ସେ କୁଆଡ଼େ ବର୍ଷାଙ୍କ ସିନ୍ଦୁର ଉପରେ ଅର୍ଥାତ ବର୍ଷାଙ୍କ ରାଜନେତା ପତି ଅନୁଭବ ମହାନ୍ତିଙ୍କୁ ପାଇବାକୁ ଚାହାନ୍ତି ବୋଲି ଚର୍ଚ୍ଚା ହେଉଛି । ଏମିତି ଅନେକ କାରଣ ପାଇଁ ବର୍ଷା-ଅନୁଭବ ଯୋଡ଼ିରେ ଫାଟ ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ହେଉଛି । ତେବେ ଦିଲ୍ଲୀବାଲୀକୁ ନେଇ ମଧ୍ୟ ଖୁବ୍ ଜୋରସୋରରେ ଚର୍ଚ୍ଚା ହେଉଛି  ।  

Share this story

World Odia Language Conferene