ବନ୍ଦଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଏହି କାମ କରୁଥିଲେ ଯୁବତୀ, କାରଣ ଖୋଜୁଛି ପୋଲିସ...

ଓଡ଼ିଆ ଗସିପ ବ୍ୟୁରୋ : ବନ୍ଦ ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଆଜି ସକାଳୁ ଉଦ୍ଧାର କରାଯାଇଛି । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରୁ ଛାତ୍ରୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।
ମୃତ ଯୁବତୀ ହେଲେ କଳ୍ପନା ସ୍ୱାଇଁ, ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିଲେ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏ ନେଇ ତଦନ୍ତ ଜାରି ରହିଛି ।
ସୂଚନା ଅନୁଯାୟୀ, କମିଶନରେଟ ପୋଲିସ ଅଞ୍ଚଳରେ ଆଜି ଦୁଇଟି ଆତ୍ମହତ୍ୟା ଘଟଣା ଘଟିଛି । ଗୋଟିଏ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଓ ଅନ୍ୟଟି ବାଲିଅନ୍ତା ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ସ୍ଥିତ ଭଡାଘରେ ୨୬ ବର୍ଷୀୟ ସ୍ନେହଲତା ସ୍ବାଇଁଙ୍କ ମୃତ୍ୟୁ ଘଟିଛି । ଏଯାଏଁ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି ।
୨ଟି ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ଓ ପୋଲିସ ଯାଇ ତଦନ୍ତ କରିଛନ୍ତି । ମୃତଦେହ ଦୁଇଟି କୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି ।
ସେପଟେ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି ପୋଲିସ । ସେହିପରି ବାଲିଅନ୍ତା ଅନ୍ତର୍ଗତ ଗଣ୍ଡିଲୋ ଗାଁ ରେ ଅନୁପମା ନାୟକ ନାମ୍ନୀ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।