ଦେଖନ୍ତୁ ଭିଡ଼ିଓ: ସହିଦ ଦେବାଶିଷଙ୍କ ଘରକୁ ଆସିଲେନି ଓଡ଼ିଆ ହିରୋ, କିନ୍ତୁ ପହଁଞ୍ଚିଲେ ବଲିଉଡ ହିରୋ ମିଥୁନ ଚକ୍ରବର୍ତୀ

Veteran actor Mithun pays homage for Odia fighter

ଓଡ଼ିଆ ଗସିପ ବ୍ୟୁରୋ: ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରାର୍ଥନା କରିବା ଏବଂ ଶ୍ରୀଜିଉଙ୍କ ଆଶୀର୍ବାଦ ପାଇବା ପାଇଁ ଓଡିଶାର ପୁରୀ ସହର ପରିଦର୍ଶନ କରିଥିଲେ ।

ସୂତ୍ରରୁ ପ୍ରକାଶ ଯେ, ମିଥୁନ ରବିବାର ରାତିରେ ମାନେ ଅକ୍ଷୟ ତୃତୀୟାର ଶୁଭ ଅବସରରେ ମନ୍ଦିର ପରିଦର୍ଶନ କରିଥିଲେ । ପୁରୀ ପରିଦର୍ଶନ କରିବା ପୂର୍ବରୁ ମିଥୁନ ଅକ୍ଷୟ ତୃତୀୟା ଅବସରରେ ପିପିଲିରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସହ ମିଶି ଅଖିମୁଠି ଅନୁକୂଳ ମଧ୍ୟ କରିଥିଲେ ।

ଏହା ସହିତ ପୁରୀ ଜିଲ୍ଲାର ସାକ୍ଷୀଗୋପାଳର ପ୍ରସିଦ୍ଧ ମନ୍ଦିର ସାକ୍ଷୀଗୋପୀନାଥ ଯାଇ ପ୍ରଭୁ ରାଧାକୃଷ୍ଣଙ୍କୁ ଦର୍ଶନ କରିବା ସହ ଦେଶର ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ । ଏହାପରେ ମନ୍ଦିର ବାହାରେ ସତ୍ୟବାଦୀ ମାଟିର ବୀର ଯବାନ ସହିଦ ଦେବାଶିଷ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

adimg

ଆହୁରି ପଢ଼ନ୍ତୁ : ଢେଙ୍କାନାଳରେ ଆଶ୍ଚର୍ଯ୍ୟକର ଘଟଣା ! ନବଜାତ ଛୁଆକୁ ମୃତ ଘୋଷଣା କରିଥିଲେ ଡାକ୍ତର; ପୋତିବାକୁ ନେବା ବେଳେ ଜୀବିତ ହୋଇଗଲା ଶିଶୁ, ଆଉ ତା'ପରେ...

ଆହୁରି ପଢ଼ନ୍ତୁ : ମରିଯାଉଛି ମାନବିକତା : ମୃତ୍ୟୁ ପରେ ବି ଝିଅର ଶବ ସହ ଦୁଷ୍କର୍ମ ଭୟରେ କବରରେ ତାଲା ପକାଉଛନ୍ତି ବାପା-ମା

ଯେଉଁଠାରେ କୌଣସି ଓଡ଼ିଆ ହିରୋ ଆସି ସମବେଦନା ମଧ୍ୟ ଜଣାଇନଥିଲେ ସେଠାରେ ବଲିଉଡ ହିରୋ ଆସି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ ସମ୍ବିତ ପାତ୍ର, ଯୁବ ନେତା ଓମ୍ ପ୍ରକାଶ ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ ।

ଦେଖନ୍ତୁ ଭିଡ଼ିଓ :

ଶ୍ରଦ୍ଧାଞ୍ଜଳି ସଭାରେ ମିଥୁନ ଚକ୍ରବର୍ତ୍ତୀ କହିଥଲେ,” ଶତ୍ରୁ ଦେଶକୁ ବେଶ୍ ଭାରି ପଡିବ । ଶହୀଦ୍ ଦେବାଶିଷ ବିଶ୍ବାଳଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଶତ୍ରୁମାନେ ଭାରତକୁ ଦୁର୍ବଳ ଭାବନ୍ତୁ ନାହିଁ । ଏହି ଘଟଣା ଶତ୍ରୁ ଉପରେ ବେଶ୍ ଭାରି ପଡିବ । ଭାରତର ସାହାସୀ ସିପାହୀଙ୍କ ବଳିଦାନର ଜବାବ ଶତ୍ରୁଙ୍କୁ ନିଶ୍ଚିତ ଦିଆଯିବ । ଖାଲି ଠିକ ସମୟକୁ ଅପେକ୍ଷା କର ଶତ୍ରୁକୁ କଡା ଜବାବ ମିଳିବ।” ଏହାସହ ସତ୍ୟବାଦୀ ମାଟିକୁ କୋଟି କୋଟି ପ୍ରଣାମ କରିଛନ୍ତି ମିଥୁନ ଚକ୍ରବର୍ତ୍ତୀ ।

Share this story