ଲିଭିନି ଅଳତା ଜଳିଲା ଜୁଇ; ବାହାଘରକୁ ୪ ଦିନ ବିତିନି, ସାଥୀ ହୋଇ ଆରପାରିକୁ ଚାଲିଗଲେ ନବଦମ୍ପତି

ଓଡ଼ିଆ ଗସିପ ବ୍ୟୁରୋ: ଗତ ୧୦ ତାରିଖରେ ବିବାହ ହୋଇଥିଲା । ପରସ୍ପର ହାତ ଧରି ଥିବା ନବ ବିବାହିତା ଦମ୍ପତି ନୂଆ ଜୀବନ ଆରମ୍ଭ କରିଥିଲେ । ହୋମ ନିଆଁକୁ ସାଖି ରଖି ସାତ ଜନ୍ମ ପାଇଁ ସାଥିରେ ରହିବାକୁ ଶପଥ ନେଇଥିଲେ । ନୂଆ ନୂଆ ବିବାହ ସହ ଇନ୍ଦ୍ରଧନୁର ସପ୍ତ ରଙ୍ଗ ଭରିଦେଲା ଭଳି ଜୀବନକୁ ରଙ୍ଗିନ କରିବାକୁ ଆଗେଇ ଚାଲିଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା ।
ନୂଆ ଜୀବନ ଆରମ୍ଭ ପାଇଁ ମନରେ ଅନେକ ଆଶା ବାନ୍ଧିଥିବା ନବଦମ୍ପତିଙ୍କ ସବୁ ସ୍ବପ୍ନ ନିମିଷକରେ ଚୂରମାର୍ ହୋଇଗଲା । ମର୍ମନ୍ତୁଦ ଦୁର୍ଘଟଣାରେ ନବଦମ୍ପତିଙ୍କ ଜୀବନଦୀପ ଲିଭିଗଲା ।
ଅଧିକ ପଢ଼ନ୍ତୁ : ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ସିରିଜ୍ ଦୁର୍ଘଟଣା; ଦୁଇ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ସମ୍ମୁଖରେ ଗତକାଲି ସନ୍ଧ୍ୟାରେ ଟ୍ରକ୍ ଧକ୍କାରେ ନବଦମ୍ପତିଙ୍କ ଏଭଳି ଦୁଃଖଦ ମୃତ୍ୟୁ ଆଲୋଡ଼ନ ସୃଷ୍ଟି କରିଛି । ମୃତକ ଦମ୍ପତି ହେଉଛନ୍ତି, ଆନ୍ଧ୍ରପ୍ରଦେଶ ଇଚ୍ଛାପୁରର ସିଏଚ୍.ପ୍ରବଣିକା ଓ ଜି.ବେଣୁ ।

ସୂଚନାନୁସାରେ, ବ୍ରହ୍ମପୁରର ବାସିନ୍ଦା ପ୍ରବଣିକା ନାମକ ଜଣେ ଯୁବତୀଙ୍କ ସହ ଇଚ୍ଛାପୁରର ବେଣୁଙ୍କ ବାହାଘର ଗତ ୧୦ ତାରିଖରେ ସଂପନ୍ନ ହୋଇଥିଲା । ଗତକାଲି ବରପକ୍ଷ ପକ୍ଷରୁ ଭୋଜି ଆୟୋଜିତ ହୋଇଥିଲା ।
ଅଧିକ ପଢ଼ନ୍ତୁ : ଦେଖନ୍ତୁ ଏହି ସାଙ୍ଘାତିକ ଷଦଯନ୍ତ୍ର ଭିଡିଓ : ୭୦ ବିଧାୟକଙ୍କୁ କଳେ ବଳେ କୌଶଳେ ଏକାଠି କରି ନବୀନ ସରକାରଙ୍କୁ ବିଦା କରିବେ ମୋଦି
ପରମ୍ପରା ଅନୁସାରେ, ଗତକାଲି ତୃତୀୟ ଦିନରେ ବେଣୁଙ୍କ ସହ ମିଶି ପ୍ରବଣିକା ବାଇକ୍ରେ ବ୍ରହ୍ମପୁରକୁ ବାପଘରକୁ ଆସୁଥିଲେ । ଏହି ସମୟରେ ଗୋଳନ୍ଥରା ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ହଠାତ୍ କ୍ରସର୍ ଚାଳକ ତାଙ୍କ ଟ୍ରକ୍କୁ ବୁଲାଉଥିବା ବେଳେ ଏହା ବାଇକ୍ ସହ ଧକ୍କା ହୋଇଥିଲା ।
ଫଳରେ ଉଭୟ ରାସ୍ତାକଡ଼ରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ଗୋଳନ୍ଥରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରବଣିକା ଓ ବେଣୁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ନେଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବାଇକ ଜବତ କରିଛି ।