ଭୁବନେଶ୍ୱରର ହୋଡିଂ ଟାୱାର ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ, କାରଣ ଜାଣିଲେ ମୁଣ୍ଡ ଟିଣ ହୋଇଯିବ...

Man threatens to kill himself as drivers association create fear on him

ଓଡ଼ିଆ ଗସିପ ବ୍ୟୁରୋ: ଭୁବନେଶ୍ୱର ଶିଶୁଭବନ ଛକରେ ଥିବା ଏକ ହୋଡିଂ ଟାୱାରରେ ଚଢିଗଲେ ଜଣେ ବ୍ୟକ୍ତି । ୪୦ ଫୁଟ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଥିଲେ ।

ଏହା ଦେଖି କିଛି ସ୍ଥାନୀ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଂଚିଥିଲା ପୋଲିସ ଓ ଅଗ୍ନିଶମ ବାହିନୀ । ଦୁଇ ଘଣ୍ଟା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ ଅଗ୍ନିଶମ ବାହିନୀ । ଏହା ପରେ ତାଙ୍କୁ ଟାୱାରରୁ ତଳକୁ ଅଣାଯାଇଥିଲା ।

ତଳକୁ ଆସିବା ପରେ ଡ୍ରାଇଭର ସଂଘ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଡ୍ରାଇଭର ସଂଘ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ।

ଡ୍ରାଇଭର ମହାସଂଘ ଆନ୍ଦୋଳନ ବେଳେ ପୋଲିସକୁ କାହିଁକି ଆକ୍ରମଣ କରାଗଲା ଏବଂ ବିଭିନ୍ନ ସ୍ଥାନରେ ଡ୍ରାଇଭର ମାନଙ୍କୁ କାହିଁକି ମାନସିକ ନିର୍ଯାତନା ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଡ୍ରାଇଭର ମହାସଂଘର ଧମକ ପରେ ସେ ମାନସିକ ଚାପରେ ଥିବା କହିଛନ୍ତି । ଏହି ବ୍ୟକ୍ତିଙ୍କ ନାଁ ଟୁଲୁ ପାତ୍ର ଓ ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋରରେ ବୋଲି ଜଣାପଡ଼ିଛି ।

Share this story