ପବଜି ଖେଳରୁ ପ୍ରେମ, ଏବେ ପ୍ରତାରଣାର ଶିକାର ହୋଇ ପ୍ରେମିକ ଦୁଆରେ ପ୍ରେମିକା

love started from PUBG game and then boyfriend cheated girl after relationship

ଓଡ଼ିଆ ଗସିପ ବ୍ୟୁରୋ : ପାଞ୍ଚବର୍ଷ ତଳେ କେନ୍ଦ୍ରାପଡା ଜିଲ୍ଲା କୋରୋ ପଞ୍ଚାୟତର ପାଳକଣା ଗ୍ରାମର ଜ୍ୟୋତିଶ ରଞ୍ଜନ ଜେନା, ରଶ୍ମିତାଙ୍କୁ ପବଜି ଖେଳ ମାଧ୍ୟମରେ ମୋବାଇଲରେ ପ୍ରେମ୍ ନିବେଦନ କରିଥିଲେ । ପରେ ପରେ ରଶ୍ମିତା ମଧ୍ୟ ରାଜି ହୋଇ ଯାଇଥିଲେ ।

ରଶ୍ମିତାଙ୍କ ଘର ଯାଜପୁର ରୋଡ ଅଞ୍ଚଳରେ । ପ୍ରେମ ହେବାର ଏକ ବର୍ଷ ପରେ ଦେଖାସାକ୍ଷାତ ହୋଇଥିଲେ, ବିଭିନ୍ନ ସ୍ଥାନ ବୁଲିଥିଲେ, ଇନଷ୍ଟାରେ ରିଲସ ମଧ୍ୟ କରିଥିଲେ । ଏବେ ଏବେ ୧୦ ଦିନ ତଳେ ପୁରୀ ଯାଇ ମନ୍ଦିରରୁ ସିନ୍ଦୂର ଆଣି, ରଶ୍ମିତାର ମୁଣ୍ଡରେ ମାରି ବିବାହ କରିବା ପାଇଁ ଶପଥ ବି କରିଥିଲେ ଜ୍ୟୋତିଶ ।

ଆହୁରି ପଢ଼ନ୍ତୁ : ଆପଣ ପାଇଁ ପ୍ରଶ୍ନ: ଅସ୍ତ୍ରୋପଚାର ସମୟରେ ଡାକ୍ତର କାହିଁକି ପିନ୍ଧନ୍ତି ସବୁଜ ରଙ୍ଗର ପୋଷାକ ?

ରଶ୍ମିତା ମଧ୍ୟ ଭରଷା କରି, ଜ୍ୟୋତିଶର କଥାରେ ଏକାଧିକ ଥର ହୋଟେଲରେ ରହିବା ସହ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ଏବେ ଜ୍ୟୋତିଶ ଧରା ଛୁଆଁ ଦେବା ତ ପରର କଥା, ପ୍ରେମିକାର ଫୋନ୍ ମଧ୍ୟ ଉଠାଉ ନାହାନ୍ତି ।

ବାଧ୍ୟ ହୋଇ ନାୟ ପାଇବାପାଇଁ ରଶ୍ମିତା ଏବେ ପ୍ରେମିକର ଘର ଆଗରେ ବସିଛନ୍ତି । ଜ୍ୟୋତିଶଙ୍କ ଘର ଲୋକେ ରଶ୍ମିତାଙ୍କୁ ଗ୍ରହଣ କରିବେନି ବୋଲି ରୋକଠୋକ ମନକରିବା ସହ, ଘର ଆଗରୁ ଘଉଡ଼ାଇ ଦେଇଛନ୍ତି ।

ଅନ୍ୟପଟେ ବିବାହ ନକରିବା ଯାଏ, ପ୍ରେମିକ ଘର ସାମ୍ନାରୁ ଉଠିବେନି ବୋଲି କାନ୍ଦି କାନ୍ଦି କହୁଛନ୍ତି ପ୍ରେମିକା ରଶ୍ମିତା । ତେବେ ଘଟଣା ସ୍ଥଳରେ ନିକିରାଇ ଥାନା ପୋଲିସ ପହଂଚି, ରଶ୍ମିତାକୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।

Share this story